ଫୁଲବାଣୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ୭୫ ତମ ବନମହୋତ୍ସବ….
କନ୍ଧମାଳ -3/07(ରିପୋର୍ଟ କୁନା ଦିଗାଲ )ଫୁଲବାଣୀ ବନଖଣ୍ଡ ପକ୍ଷରୁ ଫୁଲବାଣୀ ଜଙ୍ଗଲ ବିଭାଗ ରେଞ୍ଜ ଅନ୍ତର୍ଗତ ବୁଧବାର ସ୍ଥାନୀୟ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ୭ ୫ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ବିଦ୍ୟାଳୟ ର ଅଧ୍ୟକ୍ଷ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଫୁଲବାଣୀ ବିଧାୟକ ଉମାଚରଣ ମଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ,ଡ଼ିଏଫ ଓ ପ୍ରଶାନ୍ତ ପଟେଲ, ସି ଡ଼ିଏମ ଓ ମନୋଜ ଉପାଧ୍ୟାୟ,ଏ ସିଏଫ ରେଞ୍ଜ ଅଫିସର ଶିବ ରାମ ଲେଙ୍କା ପ୍ରମୁଖ ଯୋଗ ଦେଇ ଜଙ୍ଗଲ ଆମର ଆଉ ଏହାର ସୁରକ୍ଷା ଆମ୍ଭମାନଙ୍କ ଦାଇତ୍ୱ ଓ କର୍ତ୍ତବ୍ୟ ବୋଲି ସମସ୍ତଙ୍କୁ ବୁଝାଇଥିଲେ l ବନ ମହୋତ୍ସବ ଅବସରରେ ସମସ୍ତେ ଅନ୍ତତଃ ଗୋଟିଏ ଗୋଟିଏ ବୃକ୍ଷ ଚାରା ଲଗାଇ ତାର ଉଚିତ ଯତ୍ନ ନେବାଲାଗି ମୁଖ୍ୟ ଅତିଥି ବିଧାୟକ ମଲିକ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ lଏହି ଅବସରରେ ରେ ବନବିଭାଗ ପକ୍ଷରୁ ବୃକ୍ଷ ରୋପଣ ସହ ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଉଦେଶ୍ୟ ରେ ଏକ ସଚେତନତା ରଥ କୁ ମୁଖ୍ୟ ଅତିଥି ବିଧାୟକ ଉମା ଚରଣ ମଲିକ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ l ସେହିପରି ଲୋକଙ୍କୁ ସୁବିଧାରେ ଓ ସୁଲଭ ମୂଲ୍ୟରେ ମାତ୍ର ୧ ଟଙ୍କା ରେ ବୃକ୍ଷ ଚାରା ଯୋଗାଇଦେବା ପାଇଁ ଫୁଲବାଣୀ ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଏକ ଚାରା ବିକ୍ରୟ କେନ୍ଦ୍ର ର ଶୁଭାରମ୍ଭ ହୋଇଥିଲା lଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପ୍ରେସ କ୍ଳବ ସଭାପତି ସୁନୀଲ ପଟନାୟକ, ସିନିଅର ଫରେଷ୍ଟର ସରୋଜ ମିଶ୍ର, ସାମ୍ବାଦିକ ପ୍ରଶାନ୍ତ ବେହେରା, ହୂରଞ୍ଜନ ସେଠି, ସଦାଶିବ ପାତ୍ର, ଶିବ ନାୟକ,ବିଶ୍ୱରଂଜନ ସାମନ୍ତରାୟ ପ୍ରମୁଖ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷl ସମ୍ପର୍କରେ ବୁଝାଇଥିଲେ l ବନବିଭାଗ କର୍ମଚାରୀ ପ୍ରମୁଖ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l