ଟିକାବାଲି ବଜାର ଅଞ୍ଚଳର ଡ୍ରେନଜକୁ ପରିଷ୍କାର ପାଇଁ ପ୍ରଶାସନର ନଜର ପଡ଼ିବ କେବେ?

ଟିକାବାଲି ବଜାର ଅଞ୍ଚଳର ଡ୍ରେନଜକୁ ପରିଷ୍କାର ପାଇଁ ପ୍ରଶାସନର ନଜର ପଡ଼ିବ କେବେ?…..

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) ଟିକାବାଲି ଗ୍ରାମପଞ୍ଚାୟତ ନିକଟସ୍ଥ ଟିକାବାଲି ସହରର ଡ୍ରେନେଜ୍ ବ୍ୟବସ୍ଥା କୁ ଆଖିରେ ନ ଦେଖିଲେ ବାସ୍ତବରେ ବିଶ୍ୱାସ ହେବ ନାହିଁ l ପଞ୍ଚାୟତ ତରଫରୁ କିଛି ଦିନ ଟିକାବାଲି ଅଞ୍ଚଳ ର ବିଭିନ୍ନ ଡ୍ରେନଜ ଭିତରୁ ଅଳିଆ ଆବର୍ଜନା କୁ ପରିଷ୍କାର ପରିଛନ୍ନ କରାଗଲା l କିଛି ଦିନର ବ୍ୟବଧାନ ପରେ ପରେ ପ୍ରଶାସନ ଓ ରକ୍ଷଣ ବକ୍ଷଣ ଦାୟିତ୍ୱ ନେଇଥିବା କର୍ମଚାରୀ ଏହି ଡ୍ରେନଜ କୁ ଦୁରଦୃଷ୍ଟି ଦେଉନାହାନ୍ତି l ଡ୍ରେନଜ କୁ ପରିଷ୍କାର ବା ଡ୍ରେନଜ ଭିତରେ ଥିବା ମାଟି କୁ କାଡ଼ିବା ଅଳିଆ ଆବର୍ଜନା କୁ ପରିଷ୍କାର କରିବା ପାଇଁ ଗଣମାଧ୍ୟମ ପ୍ରତିନିଧି ପୂର୍ବରୁ ଅନେକ ଥର ଖବର ପ୍ରସାରଣ କରିଛନ୍ତି l ଦିନକୁ ଦିନ ବର୍ଷା ର ବେଗ ବଡିଲେ ଯାନବାହାନ ଚଳାଚଳ ଓ ଜନସାଧାରଣ ଯିବା ଆସିବା ରେ ଡ୍ରେନ ପାଣି ଅପରିଷ୍କାର ଉପରେ ବାଧା ସୃଷ୍ଟି ହେଉଛି, ଯାହାରୀ ଫଳରେ ଡ୍ରେନ ପରିଷ୍କାର ପାଇଁ ଅଞ୍ଚଳର ଜନସାଧାରଣ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି l ଏହି ବର୍ଷା ଋତୁ ରେ ପ୍ରବଳ ବର୍ଷା ହେଲେ ସେଥି ଭିତରୁ କିଛି ଡ୍ରେନେଜ୍ ଉପଡେଟ୍ ଥିଲା ବେଳେ ଆଉ କିଛି ଡ୍ରେନ ବ୍ୟବସ୍ଥା ଅବ୍ୟବସ୍ଥା ଘେର ରେ ଅଛି l ସେଥିମଧ୍ୟରୁ ଟିକାବାଲିର ମାଷ୍ଟ୍ର ପଡାର ସୀମାନ୍ତ ରେ ଡ୍ରେନଜ ର ସ୍ଥିତି ଟିକେ ଅଲଗା ଅଟେ l ସେହିପରି ବସ ଷ୍ଟାଣ୍ଡ, କେଉଟ ସାହି, ବଜାର ସ୍କୁଲ ପାଖରେ ଥିବା ଡ୍ରେନର ପରିଷ୍କାର ପରିଛନ୍ନ ପାଇଁ ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାପାଇଁ ସାଧାରଣଙ୍କ ଦାବୀ l ଅଭିଯୋଗ ପରେ ବି ଦୂର ଦୃଷ୍ଟି ପଡ଼ିନାହିଁ,ପ୍ରଶାସନ ବିଭାଗ ଡ୍ରେନଜ ଉପରେ ଦୂର ଦୃଷ୍ଟି ଦେଲେ ସ୍ଥାନୀୟ ଅଞ୍ଚଳର ଗମନାଗମନ ର ସବୁକିଛି ସମାଧାନ ହେବ ବୋଲି ସାଧାରଣତଃ ଚର୍ଚ୍ଚା ହେଉଛି l

Leave a Reply

Your email address will not be published. Required fields are marked *