ଟିକାବାଲି ହାଇ ସ୍କୁଲ ପଡ଼ିଆ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ.

ଟିକାବାଲି ହାଇ ସ୍କୁଲ ପଡ଼ିଆ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ………………………………

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ପଞ୍ଚାୟତ ସମିତି ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ ସ୍ଥାନୀୟ ହାଇସ୍କୁଲ ପଡ଼ିଆ ଠାରେ ପାଳନ କରାଯାଇଛି l ‌ ପ୍ରତି ଦିନ ଯୋଗ କରିବା ଦ୍ୱାରା ଆମ ଶରୀର କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସବୁପ୍ରକାର ର ରୋଗ ପ୍ରତି ଆଶାସ୍ତି ମିଳିଥାଏ l ଏହି ଯୋଗ ଦିବସ ପାଳନ ଅବସରରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁନିଲ କୁମାର ମଲ୍ଲିକ, ବ୍ଲକ ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କହଁର , ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ଦିଗାଲ , ସହକାରୀ ନିର୍ବାହ ଯନ୍ତ୍ରୀ , ବଣ୍ଟି ଚୌଧୁରୀ , ଏ ମ୍ବୀକେ , ସି ଆର୍ ପି , ଓ ସମସ୍ତ ବ୍ଲକ୍ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଯୋଗ ଦିବସରେ ପ୍ରଶିକ୍ଷକ ଏ ଆର୍ ଟି ଓଏଫ୍ ଲିଭିଙ୍ଗି ର ବି ଡ଼ି ସି ମେମ୍ବର ଜିତେନ୍ଦ୍ର ଡାକୁଆ ନିୟମିତ ଯୋଗ ଆରମ୍ଭ କରିଥିଲେ l ବ୍ୟାୟାମ କରିବା ଦ୍ୱାରା ମଣିଷକୁ ଉତ୍ତମ ସ୍ବାସ୍ଥ୍ୟ ଏବଂ ମାନସିକ ଲାଭ ପାଇଁ ସମସ୍ତ ଙ୍କୁ ସୁସ୍ଥ ରୁହନ୍ତୁ ବୋଲି ପ୍ରଶିକ୍ଷଣ କରାଇଥିଲେ । ଟିକାବାଲି ଅଞ୍ଚଳର ବିଭିନ୍ନ ସଂଗଠନର ପ୍ରାୟ ୧୦୦ କର୍ମ କର୍ତ୍ତା ଏବଂ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରୁ ଯୋଗର ଉପକାରିତା ଉପରେ ଆଲୋଚନା କରାଯାଉଥିଲା । ଆଜିର ଯୋଗ ଦିବସ କୁ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କୁମାର କହଁର ଓ ଶିକ୍ଷକ ପଞ୍ଚାନନ ପାଣିଗ୍ରାହୀ ସୁନ୍ଦର ଭାବରେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *