ବିଜୁଳି ଆଲୁଅରୁ ବଞ୍ଚିତ କଣ୍ଟବଣ ସାହି

ବିଜୁଳି ଆଲୁଅରୁ ବଞ୍ଚିତ କଣ୍ଟବଣ ସାହି

ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଦେଶ ସ୍ବାଧିନତାର ୭୭ ବର୍ଷ ପରେ ଗଜପତି ଜିଲ୍ଲା ନୁଆଗଡ ବ୍ଲକର ବଣ ଜଙ୍ଗଲ ପାହଡ ଘେରା ମଧ୍ୟରେ ଥିବା ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳର ପାରାଡୁଲ ଗାଁର କଣ୍ଟବଣ ସାହିରେ ବିଜୁଳି ଆଲୁଅରୁ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି । ବଣ୍ଟବଣ ସାହିରେ ରୁହନ୍ତି ପ୍ରୟ ୨୦ରୁ ଉଦ୍ଧ୍ବ ପରିବାର । ୨୦୧୯ରେ ପ୍ରଶାସନ ଦ୍ବାରା ଗାଁକୁ ବିଦ୍ୟୁତ ସଂଯୋଗୀକରଣ ପାଇଁ ଘରେ ଘରେ ମିଟର ବାକ୍ସ ବସାଯାଇଛି । ହେଲେ ବିଦ୍ୟୁତ୍ ସଂଯୋଗ ନ କରି ଛାଡି ଦିଆଯାଇଛି । ବିଦ୍ୟୁତ ସଂଯୋଗ ହୋଇ ନ ଥିବାରୁ ଘନ ଅନ୍ଧକାରରେ ଜୀବନ ବିତାଉଛନ୍ତି ଗ୍ରାମବାସୀ । ସନ୍ଧ୍ୟା ହେଉ ହେଉ ଗାଁ ଅନ୍ଧକାରୀମୟ ଏବଂ ଘରେ ଡିବିରି ଆଲୁଅରେ ପାଠ ପଢନ୍ତି ଛାତ୍ରଛାତ୍ରୀ । ଜମିରେ ଜଳସେଚନ ଠୁ ଆରମ୍ଭ କରି ପିଲାଙ୍କ ଭବିଷ୍ୟତ ଗଠନରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗାଁ ଲୋକେ । ପାହାଡ ଜଙ୍ଗଲ ଘେରା ଭିତରେ ରହୁଥିବାରୁ ରାତି ହେଲେ ଜଙ୍ଗଲର ହିଂସ୍ର ଜନ୍ତୁଙ୍କ ଭୟରେ ରହିବା ସହ ଚାହିଁ ବସିଥାନ୍ତି ସକାଳର ଆଲୁଅକୁ ଗାଁ ଲୋକେ ସବୁଠାରୁ ବଡକଥା ହେଲା ଖରା ଦିନରେ ଅତିଶୟ ଗରମରେ ପଙ୍ଖାଟିଏ ବି ଲଗେଇ ପାରୁନାହାନ୍ତି । ଛାତ୍ରଛାତ୍ରୀ ପାଠପଢୀରୁ ବଞ୍ଚିତ ହେଉଛନ୍ତି । ଏ ନେଇ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେବଳ ପ୍ରତିଶୃତି ଦେଉଥିବା ଗ୍ରାମବାସୀ କହିଛନ୍ତି । ପ୍ରଧାନମନ୍ତୀ ସୌଭାଗ୍ୟ ଯୋଜନା ମାଧ୍ୟମରେ ସରକାର ଗାଁ ଗାଁକୁ ବିଜୁଳି ଆଲୁଅ ଯୋଗାଉଛନ୍ତି କିନ୍ତୁ ବିଦ୍ୟୁତ ବିଭାଗର ଖାମଖିଆଲ ମନୋଭାବ ଯୋଗୁଁ ଆଜି ମଧ୍ୟ ବିଜୁଳି ଆଲୁଅ ସ୍ବପ୍ନ ହୋଇ ରହିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସାହି ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ଶୀଘ୍ର ବିଦ୍ୟୁତ ସଂଯୋଗ କରିବାକୁ ଲୋକେ ଦାବି କରିଛନ୍ତି । ଏହି ଗ୍ରାମକୁ ବିଭାଗୀୟ ଟିମ୍କୁ ପଠାଇ ତଦନ୍ତ କରି ଶୀଘ୍ର ବିଜୁଳି ସଂଯୋଗ ବ୍ୟବସ୍ଥା କରାଯିବ ବୋଲି ଆର,ଉଦୟଗିରି ବିଦ୍ୟୁତ୍ ବିଭାଗ ଅଧିକାରୀ (ଏସଡିଓ) ଦିଲୀପ କୁମାର ଲେଙ୍କା କହିଛନ୍ତି ।

Leave a Reply

Your email address will not be published. Required fields are marked *