ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ଭୁବନେଶ୍ୱର: ବର୍ଷାଋତୁରେ ସହରାଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସହରାଞ୍ଚଳରେ କୃତି୍ରମ ବନ୍ୟାକୁ ପ୍ରତିହତ କରିବା ସହିତ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ମନ୍ତ୍ରୀ ଡ. ମହାପାତ୍ର ଉଲ୍ଲେଖ କରିଛନ୍ତି । ଆଜି ପୂର୍ବାହ୍ନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା ସମୟରେ ମନ୍ତ୍ରୀ ଡ. ମହାପାତ୍ର ଏହି ମର୍ମରେ ସହରାଞ୍ଚଳ ବିକାଶ ଉପରେ ପ୍ରାଥମିକତା ଦେବାକୁ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି ଯେ ବିକଶିତ ଭାରତ ଲକ୍ଷ୍ୟରେ ବିକଶିତ ଓଡ଼ିଶା ପାଇଁ ମଧ୍ୟ ସହରାଞ୍ଚଳ ବିକାଶ ତାତ୍ପର୍ଯ୍ୟପୂର୍ଣ୍ଣ । ତେଣୁ ରାଜ୍ୟର ବିଭିନ୍ନ ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରନିଗମ ଓ ମହାନଗର ନିଗମଗୁଡ଼ିକୁ ଅଧିକ କି୍ରୟାଶୀଳ କରିବାକୁ ହେବ । ଭୁବନେଶ୍ୱର ରାଜ୍ୟ ରାଜଧାନୀ ହୋଇଥିବା ଦୃଷ୍ଟିରୁ ଏହାକୁ ଏକ ବିଶ୍ୱସ୍ତରୀୟ ମଡେଲ ଭାବରେ ଗଢ଼ିତୋଳିବା ସହିତ ସମଗ୍ର ରାଜ୍ୟର ସହରାଞ୍ଚଳଗୁଡ଼ିକର ଭିତ୍ତିଭୂମି ଓ ପାଶ୍ୱର୍ାଞ୍ଚଳ ଉନ୍ନତି ଉପରେ ଧ୍ୟାନ ଦେବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ବିକାଶମୂଳକ କାର୍ଯ୍ୟ ସହିତ ଜନସାଧାରଣଙ୍କ କଲ୍ୟାଣ ଉପରେ ଗୁରୁତ୍ୱ ଦେବାକୁ ହେବ । ଅଯଥା ବ୍ୟୟ ନକରି ଯଥାର୍ଥ ଭାବରେ ଅର୍ଥବ୍ୟୟ କରାଯିବ । ମେଟ୍ରୋ ପ୍ରକଳ୍ପକୁ ମଧ୍ୟ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବାକୁ ଉଦ୍ୟମ ହେବ । ଏହି ସମୀକ୍ଷା ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜି. ମାଥିଭାଥନନ୍ ‘ସହରାଞ୍ଚଳ ବିକାଶରେ ସଫଳ ଯାତ୍ରା’ ସଂପର୍କରେ ଉପସ୍ଥାପନା କରି ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ସଫଳତାର ବିବରଣୀ ଦେଇଥିଲେ । ବର୍ଜ୍ୟ ଆବର୍ଜନା ପରିଚାଳନା କ୍ଷେତ୍ରରେ ଓଡ଼ିଶାର ଜାତୀୟ ସ୍ୱୀକୃତି ଲାଭ, ସ୍ୱଚ୍ଛ ସର୍ବେକ୍ଷଣ ସୂଚକାଙ୍କରେ ଓଡ଼ିଶାର ଜାତୀୟସ୍ତରରେ ଉତ୍ତମ ପ୍ରଦର୍ଶନ, ମେଟ୍ରୋ ରେଳପ୍ରକଳ୍ପର ଅଗ୍ରଗତି ଇତ୍ୟାଦି ସଂପର୍କରେ ସେ ସୂଚନା ଦେଇଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଡି୍ରଙ୍କ ଫ୍ରମ ଟ୍ୟାପ୍ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ । ସେହିପରି ୧୧୫ଟି ସହରାଞ୍ଚଳରେ ୧୭୯ଟି ଆହାର କେନ୍ଦ୍ର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ପରିଚାଳିତ ହେଉଥିବାବେଳେ ମୁକ୍ତା ପ୍ରଭୃତି ଯୋଜନାରେ ମଧ୍ୟ ଅଭିନବତ୍ୱ ପାଇଁ ଓଡ଼ିଶାକୁ ବିଶ୍ୱସ୍ତରୀୟ ଆଦୃତି ମିଳିଛି ବୋଲି ସେ ପ୍ରକାଶ କରିଥିଲେ । ବର୍ଷାଋତୁରେ ଭୁବନେଶ୍ୱର ପରି ସହରରେ ପାଣି ଜମିବା, ଜଳ ନିଷ୍କାସନରେ ଅବ୍ୟବସ୍ଥା ପରି ସମସ୍ୟାକୁ ପ୍ରାଥମିକତା ଭିତ୍ତିରେ ଦୂର କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସହରାଞ୍ଚଳରେ ବର୍ଷା/ବନ୍ୟା ଜଳ ପରିଚାଳନା ସଂପର୍କରେ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇ ରାଜ୍ୟର ସମସ୍ତ ପୌର ଅଧିକାରୀମାନଙ୍କୁ କଡ଼ାକଡ଼ି ଅନୁପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି । ସଂପ୍ରତି ସମ୍ବଲପୁରରେ କାମଳ ରୋଗ ଦେଖାଦେଇଥିବା ପରିପ୍ରେକ୍ଷୀରେ ସେଠିକାର ପାନୀୟ ଜଳର ଗୁଣବତ୍ତା ଆଦି ସଂପର୍କରେ ତଦନ୍ତ କରିବାକୁ ୱାଟ୍କୋର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ମନ୍ତ୍ରୀ ଡ. ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ ତଥା ବିଏମ୍ସି କମିଶନର ରାଜେଶ ପ୍ରଭାକର ପାଟିଲ, ପୌର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
Related Posts
ବରଗଡ ଜିଲ୍ଲା ତାଲମେଣ୍ଡା ର ମାର୍କେଟ ୟାର୍ଡ଼ ଠାରେ ଏକ ଚାଷୀ ସମାବେଶ ଆୟୋଜିତ ହୋଇଯାଇଛି ।
ବରଗଡ – ୧୨,୧୧(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ତାଲମେଣ୍ଡା ର ମାର୍କେଟ ୟାର୍ଡ଼ ଠାରେ ଏକ ଚାଷୀ ସମାବେଶ ଆୟୋଜିତ ହୋଇଯାଇଛି । ତାଲମେଣ୍ଡା ପଂଚାୟତ…
ଆଦିବାସୀ ମାନଙ୍କ ଅଧିକାର ପାଇଁ ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ଗଣ ଧାରଣା —————————
ଆଦିବାସୀ ମାନଙ୍କ ଅଧିକାର ପାଇଁ ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ ଗଣ ଧାରଣା ————————— ଗଜପତି – ମନୋଜ କୁମାର ପାଢୀ/ ଚଳିତ ମାସ 02 09 2024…
ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଜ଼ିଲ୍ଲା ସ୍ଥରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ
ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଜ଼ିଲ୍ଲା ସ୍ଥରୀୟ ପ୍ରବାସୀ ଭାରତୀୟ ଦିବସ ପାଳିତ ରାୟଗଡ : ରାୟଗଡ଼ା ସ୍ୱୟଂ ଶାସିତ…