ଋଣଭାର ସୁଜି ନ ପାରି ନିଜ ଜୀବନ କୁ ବିଷ ପିଇ ଆତ୍ମହତ୍ୟା କଳା ଯୁବକ

ଋଣଭାର ସୁଜି ନ ପାରି ନିଜ ଜୀବନ କୁ ବିଷ ପିଇ ଆତ୍ମହତ୍ୟା କଳା ଯୁବକ ….———————————-

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଖଜୁରିପଡା ଗ୍ରାମ ପଞ୍ଚାୟତର ବଙ୍ଗଳା ସାହିର ଯୁବକଙ୍କ ପାଇଁ ଗ୍ରୁପ୍ ଲୋନ୍ ହେଲା କାଳ ,ଋଣ ସୁଝିବା ଚାପରେ ବିଷ ପିଇ ଦେଲେ ଯୁବକ, ଏମିତି ଏକ ଦୁଃଖଦ ଖବର ବଙ୍ଗଳା ସାହିଠାରେ ଦେଖିବାକୁ ମିଳିଛି । ମୃତ ଯୁବକ ହେଲେ ବଙ୍ଗଳା ସାହିର ଗରୁଡ଼ ନାୟକ ଚର୍ଥୁତ ପୁତ୍ର ଅଜିତ୍ ନାୟକ (୪୦) । ସୂଚନା ଅନୁସାରେ ଅଜିତ୍ ୭ ଗୋଟି ସଂସ୍ଥାର ଗ୍ରୁପ୍ ଋଣ ଆଣିଥିଲେ ଋଣ ଶୁଝିବା ପାଇଁ ସେହି ସଂସ୍ଥାର କର୍ମଚାରୀ ମାନେ ବାରମ୍ବାର ଚାପ ପକାଇ ଆସୁଥିଲେ । ଅଜିତ୍ ଜଣେ ଦିନ ମଜୁରୀଆ ଭାବରେ ଅଞ୍ଚଳ ରେ ପରିଚିତ ,ମଜୁରୀ କଲେ ପରିବାର ପ୍ରତିପୋଷଣ କରି ଚଳନ୍ତି l ହେଲେ କିଛି ମାସ ହେଲା ଅଜିତ୍ ଓ ତାଙ୍କ ସ୍ତ୍ରୀ ଘରେଇ ସଂସ୍ଥା ସୂର୍ଯ୍ୟ ଉଦୟ, ରୁ ୭୫ ହଜାର , ଆର୍ ବି ଏଲ୍ ରୁ ୫୦ ହଜାର ,ମୁଥୁଲ୍ ରୁ ୭୫ ହଜାର , ଏଚ୍ ଏସ୍ ଜି ଗୃପ୍ ଜରିଆରେ ୩୦ ହଜାର , ବନ୍ଦର ରୁ ୬୦ ହଜାର , ଉତ୍କର୍ଷ ରୁ ୪୦ ହଜାର , ସମସ୍ତା ରୁ ୪୫ ହଜାର , ଅଧିକାରୀ ରୁ ୪୦ ହଜାର , ଏଭଳି ୮ ଗୋଟି ଗୃପ୍ ରୁ ଅଜିତ୍ ଋଣ ଆଣି ପ୍ରତ୍ୟେକ ମାସରେ ଗୋଟାଏ ଗୃପ୍ କୁ ୩ ହଜାର ଲେଖାଏଁ ଶୁଜୁଥିଲେ । କିଛି ମାସ ଋଣ ସୁଜିଲା ପରେ ଅଜିତ୍ ଙ୍କ ସ୍ତ୍ରୀ ସାବିତ୍ରୀ ନାୟକଙ୍କ ପେଟରେ ଟିୟୁମର ହେବାରୁ ଚିକିତ୍ସା ପାଇଁ ଭୁବନେଶ୍ୱର ଘରେଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସା ବାବଦରେ ବହୁ ଅର୍ଥ ଖର୍ଚ୍ଚ କରାଇ ଘରକୁ ଫେରାଇ ଆଣିଥିଲେ । ଏଭଳି ପରିସ୍ଥିତିରେ ଅଜିତ୍ ପାଖରେ ଋଣ ସୁଝିବା ପାଇଁ ଟଙ୍କା ଟିଏ ପାଖରେ ନଥିଲା । ଅଜିତ୍ ଘରକୁ ପ୍ରତ୍ୟେକ ଦିନ ଘରଇ ସଂସ୍ଥାର କର୍ମଚାରୀ ଆସି ଋଣ ଟଙ୍କା ପୈଠ କରିବା ପାଇଁ ହଟି ବସିଥିଲେ । ଫଳରେ ଅଜିତ୍ ଅନ୍ୟ ଉପାୟ ନପାଇ ନିଜ ଘରେ ବିଷ ପିଇ ଆତ୍ମହତ୍ୟା କରିଥିଲେ ‌।ନିଜ ପରିବାର ଲୋକମାନେ ଦେଖିଲା ପରେ ଅଜିତ୍ କୁ ପ୍ରଥମେ ଖଜୁରିପଡା ଓ ପରେ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ କୁ ଆଣି ଥିଲେ । ହେଲେ ଡାକ୍ତର ଅଜିତ୍ ଙ୍କୁ ମୃତ୍ୟୁ ଘଷଣା କରିଥିଲେ । ଏନେଇ ଖଜୁରିପଡା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *