ଗଞ୍ଜୁସୁଗାବାସୀ ଦୀର୍ଘ ବର୍ଷ ହେବ ପାଣି ପାଇଁ ଡହଳ ବିକଳ , କେବେ ମିଳିବ ବିଶୁଦ୍ଧ ପାନୀୟଜଳ….?

ଗଞ୍ଜୁସୁଗାବାସୀ ଦୀର୍ଘ ବର୍ଷ ହେବ ପାଣି ପାଇଁ ଡହଳ ବିକଳ , କେବେ ମିଳିବ ବିଶୁଦ୍ଧ ପାନୀୟଜଳ….?

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଇରାଜୁ ଗ୍ରାମପଞ୍ଚାୟତର ୮ ନମ୍ବର ୱାର୍ଡ଼ ର ଗୋବରନଳା ଗାଁ ଅନ୍ତର୍ଗତ ଡିଗେରସୁଗା,ଗଞ୍ଜୁସୁଗା ସାହିର ଗ୍ରାମ ବାସୀ ବିଶୁଦ୍ଧ ପାନୀୟଜଳ ଜଳ ସମସ୍ୟା କୁ ନେଇ ଅଭିଯୋଗ କରିଛନ୍ତି । ଦିର୍ଘ ବର୍ଷ ରୁ ଏଠାକାର ଦୁଇ ସାହିର ଲୋକେ ନାଳ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଖରା ବର୍ଷା ଦିନେ ପାନୀୟଜଳ ପାଇଁ ଅଞ୍ଚଳ ବାସୀ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଖରା ଦିନେ ନାଳ ଚୁଆ ପାଣି ବ୍ୟବହାର କରୁଥିବା ବେଳେ ବର୍ଷା ଦିନେ ବହୁତ ଅସୁବିଧା ସମୁଖୀନ ହେଉଥିବା କହିଛନ୍ତି । ଅନ୍ୟ ପଟେ ଏହି ପାନୀୟଜଳ ଅସୁବିଧା କୁ ନେଇ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ସୁଦ୍ଧା କେହି ଶୁଣୁନାହାନ୍ତି ବୋଲି କହିଛନ୍ତି । ସରକାର ପାନୀୟଜଳ ସୁବିଧା ପାଇଁ ଅନେକ ଯୋଜନା ପ୍ରସ୍ତୁତ କରନ୍ତି ସତ ତାହା ଏହି ଗଞ୍ଜୁସୁଗା ଗ୍ରାମ ରେ ବିଫଳ l ଅଞ୍ଚଳ ର ଜନସାଧାରଣ ଆଜି ମଧ୍ୟ କେତେକ ସ୍ଥାନରେ ଛୁଆଁ,ନାଳ ପାଣି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ଡିଗେରସୁଗା,ଗଞୁସୁଗା ସାହିରେ ନଳକୂପ ନିର୍ମାଣ ପାଇଁ ଗ୍ରାମ ବାସୀ ପାଲେଶ୍ଵର କହଁର, ରିପୁ କହଁର ଦୁଆନା କହଁର, ପ୍ରହି କହଁର, ପ୍ରଶାନ୍ତ କହଁର,ପେଟିରି କହଁର, ନର୍ମଦା କହଁର, ବୃନ୍ଦାବତୀ କହଁର, ନିନ୍ଦ୍ରାବତୀ କହଁର ,ନିଭିଦତିଅ କହଁର ,ଜନେକ କହଁର,ରୂପ ଦିଗାଲ, ରଞ୍ଜିତ ଦିଗାଲ ସମେତ ପୂର୍ବତନ ମେମ୍ବର ଯଗିତ କହଁର ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *