ଭଙ୍ଗା ଘରେ ବିତୁଛି ୧୨ଜଣ ପରିବାର ଜୀବନ, ପ୍ରଶାସନକୁ ଆବାସ ଗୃହ ପାଇଁ କରିଛନ୍ତି ନିବେଦନ ..
.କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ) କନ୍ଧମାଳ ଜିଲ୍ଲା କନୂଆଗାଁ ବ୍ଲକ ଅନ୍ତର୍ଗତ କୁଢୁତେଲି ଗ୍ରାମପଞ୍ଚାୟତ ନିକଟସ୍ଥ ପ୍ରେମାକିଆ ଗ୍ରାମର ଗରିବ ପରିବାର ଯୁଧିଷ୍ଟିର ଦିଗାଲ ନିଜ ବାପା ମା’ ଓ ଭାଇ ଭଉଣୀ ମାନଙ୍କୁ ନେଇ ଦିର୍ଘ ବର୍ଷ ରୁ ଭଙ୍ଗା କୁଡିଆ ରେ ସଙ୍ଘର୍ଷ ଜୀବନ କାଟିଆସୁଛନ୍ତି । ପରିବାର କହିବା ମୁତାବକ ଦିର୍ଘ ବର୍ଷ ରୁ ଘର ଖଣ୍ଡେ ପାଇଁ ହଅ ରହ ଉଦ୍ୟମ କଲି ହେଲେ ସରକାର ଓ ପ୍ରଶାସନ ପାକରୁ ନିରାଶ ହେଲି l ମୋ ପରିବାର ୧୨ ଜଣ ସଦସ୍ୟ ବର୍ଷା ଖରା, ଝଡ଼ ତଫାନ ରେ ଏହି ଝାଟିମାଟି କୁଡ଼ିଆରେ ଦିନ କାଟୁଛୁ ବୋଲି ଅଭିଯୋଗ କରିଛନ୍ତି । ଦୁଃଖର ବିଷୟ ସରକାର ଗରିବ ହିତାଧିକାରୀ ଙ୍କ ପାଇଁ ଅନେକ ଯୋଜନା ମାଧ୍ୟମରେ ପରିବାର କୁ ରହିବାକୁ ଆବାସ ଯୋଜନା ମାଧ୍ୟମରେ ଘର ଯୋଗାଇ ଦିଆଯାଇଛି କିନ୍ତୁ ପ୍ରଶାସନ ଅବହେଳା ଯୋଗୁଁ ଆଜିବି ପହଞ୍ଚି ପାରୁନାହିଁ ସରକାରଙ୍କ ଯୋଜନା ଯାହା ଫଳରେ ଗରିବ ପରିବାର ଝାଟିମାଟି କୁଡ଼ିଆ ରେ ବିତୁଛି ଜୀବନ । ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆବେଦନ କରିଥିଲେ ମଧ୍ୟ କୈାଣସି କାର୍ଯ୍ୟ ସଫଳ ନହେବା କହିଛନ୍ତି ହିତାଧିକାରୀ । ଝାଟିମାଟି କୁଡ଼ିଆରେ ରହି ଆସୁଥିବା ପରିବାର କୁ ମିଳୁନାହିଁ ଆବାସ ଯାହାକି ପରିବାର ପାଇଁ ଦୁଃଖର ବିଷୟ । ଦିନ ମଞ୍ଜୁରି ଯାଇ ଯେତିକି ମିଳୁଛି ସେତିକି ରେ ପରିବାର ଚଳିବା କଷ୍ଟ ପୁଣି ଘର ଖଣ୍ଡିଏ ତିଆରି କରିବା ଅସମ୍ଭବ ବୋଲି କହିଛନ୍ତି ଯୁଧିଷ୍ଟିର ଦିଗାଲ । ଏହି ଗରିବ ପରିବାର କୁ ସରକାର ଯଥା ସମ୍ଭବ ଆବାସ ଗୃହ ଯୋଗାଇ ଦେବା କୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଅନ୍ୟ ପଟେ ଦେଖିବାକୁ ବାକି ରହିଛି ଯୁଧିଷ୍ଟିର ଦିଗାଲ ଙ୍କ ପରିବାର ର ଜୀବନ ସଙ୍ଘର୍ଷ ଦୁଃଖ କୁ ସରକାର କେବେ ଶୁଣୁଛନ୍ତି ତାହା ଦେଖିବାକୁ ବାକି ରହିଛି ।