ଶିବ ପାର୍ବତୀ ବିବାହ

*ଶିବ ପାର୍ବତୀ ବିବାହ*

ନୂଆପଡା ଜିଲ୍ଲା (ଓମ୍ ପ୍ରକାଶ ଚୌଧୁରୀ)ର ଶୈବ ପିଠ ମାନଙ୍କ ରେ ଦେବ ଦମ୍ପତି ଶିବ ପାର୍ବତୀ ଙ୍କ ବାହା ଘର ହର୍ଷ ଉଲ୍ଲାସ ରେ ପାଳନ କରାଯାଇଛି,ନୂଆପଡା ବ୍ଲକ ର ପତୋରା ସ୍ଥିତ ପଂଚ ଲିଙ୍ଗେଶ୍ବର ମନ୍ଦିର ରେ ଶିବ ପାର୍ବତୀ ଙ୍କ ବିବାହ ଘର ଆୟୋଜନ କରାଯାଇଥିଲା,ସେହିଭଳି ଖଡିଆଳ ର କୋଶଲେଶ୍ବର ମନ୍ଦିର ଓ ବର୍ତନସିଲ ଗାଁ ର ଶିବ ମନ୍ଦିର ରେ ଶିବ ବିବାହ ର ଆୟୋଜନ କରାଯାଇଥିଲା,ଏଥର ଖଡିଆଳ ର କୋଶଲେଶ୍ବର ଶିବ ମନ୍ଦିର ରେ ବରପିତା ଓ ମାତା ଭାବ ରେ କେଶବ ମହାପାତ୍ର ଓ ତାଙ୍କ ପତ୍ନି ଶୁଭ ଦର୍ଶନୀ ହୋଇଛନ୍ତି,ସେହିଭଳି ଦେବୀ ପାର୍ବତୀ ଙ୍କ ପିତା ଓ ମାତା ଭାବରେ ଅଶୋକ ମୁଣ୍ଡ ଓ ତାଙ୍କ ପତ୍ନି ନନ୍ଦିତା ମୁଣ୍ଡ ହୋଇଥିଲେ,ବୈଦିକ ରିତୀ ନୀତି ଅନୁଶା ରେ ପୁଜା ପାଠ ମନ୍ତ୍ର ଉଚ୍ଛାରଣ କରି ବିବାହ ର ଆୟୋଜନ କରାଯାଇଥିଲା,ଏହା ପରେ ମହାଦେବ ଙ୍କ ବିମାନ କୁ ବାଜାଗାଜା ସହ ବାଣ ଫୁଟାଇ ନାଚ ଗିତ କରି ନଗର ପରିକ୍ରମା କରାଯାଇଥିଲା,ଏହା ପରେ ଶିବ ଓ ପାର୍ବତୀ ଙ୍କୁ ଓଡିଆ ରିତିନୀତି ଅନୁଷାରେ ବିବାହ ବେଦୀ ରେ ମନ୍ତ୍ରପାଠ କରି ହସ୍ତ ଲଗ୍ନ କରାଯାଇଥିଲା,ଭଗବାନ ଙ୍କ ବିବାହ ରେ ବର ପିତା ଓ କନ୍ୟା ପିତା ମାତା ହେବା ର ଶୋଭାଗ୍ୟ ପାଇଥିବା ରୁ ଦୁହେଁ ମୁଣ୍ଡ ଓ ମହାପାତ୍ର ପରିବାର ନିଜ କୁ ଧନ୍ୟ ମନେ କରିଛନ୍ତି ,ଅନ୍ୟପକ୍ଷେ ମନ୍ଦିର କମିଟି ତରଫ ରୁ ବିବାହ ସହ ଖାଦ୍ୟ ପେୟ ର ଆୟୋଜନ କରାଯାଇଥିବା ଖଡିଆଳ ନଗରପାଳ ତଥା ପୁଜା କମିଟି ସଦସ୍ୟ ଉଜ୍ବଲ ଗୁପ୍ତା ସୁଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *