କିନ୍ନର ପାଳିଲେ ସାବିତ୍ରୀ ବ୍ରତ

କିନ୍ନର ପାଳିଲେ ସାବିତ୍ରୀ ବ୍ରତ

:ଗଜପତିରେ କିନ୍ନରମାନେ ପବିତ୍ର ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖାଦେଇଛି. ସାଧାରଣତଃ ଏହି ଦିନରେ ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ମାନେ ଏହି ବ୍ରତ ପାଳନ କରିଥାନ୍ତି । ତେବେ ସାଧାରଣ ମହିଳାଙ୍କ ଭଳି ଆଜି କିନ୍ନର ସମ୍ପ୍ରଦାୟ ସାବିତ୍ରୀ ବ୍ରତ ପାଳନ କରିଛନ୍ତି । କିନ୍ନର ସମ୍ପ୍ରଦାୟ ନିଜର ଗୁରୁଙ୍କୁ ନିଜର ସ୍ବାମୀ ଭାବେ ଗ୍ରହଣ କରି ବ୍ରତ କରିଛନ୍ତି । ଏହି କ୍ରମରେ ପାରଳାଖେମୁଣ୍ଡିରେ କିନ୍ନର ସମ୍ପ୍ରଦାୟ ସାଧାରଣ ମହିଳା ମାନଙ୍କ ପରି ନୂତନ ପୋଷାକ ପରିଧାନ କରିବା ସହ ସଜେଇ ହୋଇ ଏକତ୍ରିତ ଭାବେ ଏହି ବ୍ରତକୁ ପାଳିଛନ୍ତି । ଗତକାଲି ସକାଳୁ କିନ୍ନର ମାନେ ଆମ୍ବ, ପଣସ, ସପୁରୀ ଆଦି ବିଭିନ୍ନ ପ୍ରକାର ଫଳ ସହ ଶାଢୀ, ଚୁଡି, ସିନ୍ଦୁର ଆଦି ସାଙ୍ଗରେ ନେଇ ପହଁଚିଥିଲେ ପାରଳାଖେମୁଣ୍ଡି ବନ ଦୁର୍ଗା ମନ୍ଦିରରେ । ଏହାପରେ ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ସହ ଗୁରୁଙ୍କ ପାଦୁକା ପାନ କରିବା ପରେ ପ୍ରସାଦ ସେବନ କରିଥିଲେ । କିନ୍ନର ମାନେ ନିଜ ଘର ଛାଡି ବାହାରକୁ ଚାଲିଆସିଥିବାରୁ ନିଜ ଗୁରୁ ହିଁ ସେମାନଙ୍କ ପାଇଁ ବାପା, ମା, ସ୍ଵାମୀ ସବୁକିଛି । ତେଣୁ ତାଙ୍କ ପାଇଁ ବ୍ରତ ପାଳନ କରୁଥିବା ସେମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *