ଜିଡିଙ୍ଗ ସାହିରେ ବଜ୍ରାଘାତରେ ୧୪ ବର୍ଷ ବାଳକର ମୃତ୍ୟୁ——————————-କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ରେ ଅଦିନିଆ ବର୍ଷା କୁ ସାମାନ୍ୟ ଝଡ଼ ତଫାନରେ ବଜ୍ରାଘାତରେ ୧୪ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଟିକାବାଲି ବ୍ଲକ ଅନ୍ତର୍ଗତ ପାବୁରିଆ ଗ୍ରାମ ପଞ୍ଚାୟତର ନିକଟସ୍ଥ ଜିଡିଙ୍ଗି ସାହି ଗ୍ରାମରେ । ପାବୁରିଆ ଜିଡିଙ୍ଗି ସାହିର ସନତ ପ୍ରଧାନଙ୍କ ଗୋଟାଏ ପୁଅ ଗାଙ୍ଗୁରାମ ପ୍ରଧାନ, ବୟସ ୧୪ ବର୍ଷ ସାମାନ୍ୟ ବର୍ଷା ସହିତ ଘଡ଼ଘଡ଼ି ସମୟରେ ଗାଙ୍ଗୁରାମ ପାଖରେ ଥିବା ଆମ୍ବ ଗଛକୁ , ଆମ୍ବ ଗୋଟାଇବା ପାଇଁ ଜାଇଥିଲା । ଆମ୍ବ ଗଛରେ ଥିବା ଠିକ ଏହି ସମୟରେ ହଠାତ୍ ବଜ୍ରାଘାତ ମାରିଥିଲା , ସେଥିରେ ଗାଙ୍ଗୁରାମ ଘଟଣା ସ୍ଥଳରେ ଅଚେତା ହୋଇ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ଦେଖି ପରିବାର ଲୋକଙ୍କୁ କହିଥିଲେ । ଘଟଣାସ୍ଥଳରେ ପହଞ୍ଚିଥିଲେ ଗାଙ୍କୁରାମ ର ବାପା ଓ ମାଆ ଓ ସ୍ଥାନିୟ ଲୋକମାନେ । ନିଜ ପୁଅକୁ ବଞ୍ଚେଇବା ପାଇଁ ଗାଙ୍ଗୁରାମ କୁ ପ୍ରଥମେ ୧୦୮ ଆମ୍ବୁଲାନ୍ସ ରେ ଯୋଗେ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା। ସେଥିରେ ଡ଼ାକ୍ତର ଗାଙ୍ଗୁରାମଙ୍କୁ ମୃତ୍ୟୁ ଘଷଣା କରିଥିଲେ । ଘଟଣାସ୍ଥଳରେ ସାରଙ୍ଗଡ ପୋଲିସି ପହଞ୍ଚି କେସ୍ ନମ୍ବର (ୟୁଡି ୩/୨୪ ରେ ଏକ ମାମଲା ରୂଜୁକରି ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି ଏଏସ୍ ଆଇ, ପ୍ରଭାତ କୁମାର ପାତ୍ର । ଏହି ଦୁଃଖଦ ଖବର ପାଇ ,ପାବୁରିଆ ଅଞ୍ଚଳରେ ସକାଳକୁ ପରିବେଶ ରେ ଶୋକ ର ଛାୟା ଖେଳି ଯାଇଛି ।
Related Posts
ଗରିବଙ୍କ ଦୁଃଖ ଶୁଣିଲେନି ଜିଲ୍ଲାପାଳ
ଗରିବଙ୍କ ଦୁଃଖ ଶୁଣିଲେନି ଜିଲ୍ଲାପାଳ, AICWC ର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ଙ୍କୁ ଜଣେଇଲେ ଦୁଃଖ..ଏମ୍ କେ…
ଟିକାବାଲି କଲେଜ ଛାତ୍ର ଛାତ୍ରୀଙ୍କ ଦୁର୍ନୀତି ହଟାଅ ସଚେତନତା ଅଭିଯାନ
ଟିକାବାଲି କଲେଜ ଛାତ୍ର ଛାତ୍ରୀଙ୍କ ଦୁର୍ନୀତି ହଟାଅ ସଚେତନତା ଅଭିଯାନ.. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଏ, ଏମ,ସି, ଏସ ମହାବିଦ୍ୟାଳୟରେ…
କାଲିମେଳାପ୍ରବଳ ବର୍ଷାରେ ଆଜି ସାନଟେକଗୁଡ଼ା ନିକଟରେ ଏକ ପାହାଡ଼ ଧସି ଯିବାରୁ ରାସ୍ତା ବନ୍ଦ ହୋଇଯାଇଛି ।
କାଲିମେଳା: ଗତ ୪ଦିନ ହେଲା କାଲିମେଳା ବ୍ଲକରେ ଲଗାଣ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି । ଲୋକମାନେ ନାହିଁ ନଥିବା ଅସୁବିଧାର…