*ସିନାପାଲି ପୋଲିସ ଦ୍ବାରା ଏକ ମୁକ ଓ ବଧିର ଦିବ୍ୟାଙ୍ଗ ନାବାଳକ ଙ୍କୁ ଉଦ୍ଧାର, ଜିଲ୍ଲା ଶିଶୁ ମଙ୍ଗଳ ସମିତି ଙ୍କୁ ହସ୍ତାନ୍ତର*
ନୂଆପଡା :୦୬.୦୬, (ଓମ୍ ପ୍ରକାଶ ଚୌଧୁରୀ) ନୂଆପଡ଼ା ଜିଲ୍ଲା ସିନାପାଲି ପୋଲିସ ଦ୍ବାରା ଏକ ମୁକ ଓ ବଧିର ଦିବ୍ୟାଙ୍ଗ ୧୧ ବର୍ଷର ନାବାଳକ ଙ୍କୁ ଉଦ୍ଧାର କରିଛନ୍ତି। ନାବାଳକ କେବଳ ଓଡ଼ିଆ ରେ ସମିକର ବୋଲି ଗୋଟିଏ ଶବ୍ଦ ଲେଖି ଥିବା ଜଣାପଡିଛି। ସିନାପାଲି ପୋଲିସ ସେହି ନାବାଳକ କୁ ସୁରକ୍ଷିତ ଭାବରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଙ୍କୁ ହସ୍ତାନ୍ତର କରିଛନ୍ତି। ନାବାଳକଙ୍କ ପରିବାରକୁ ସନ୍ଦାନ ପାଇଁ ଅନୁରୋଧ। କିଏ ମଧ୍ୟ ଏହି ନାବାଳକ ଙ୍କ ସଠିକ୍ ପରିଚୟ ଜାଣିଛନ୍ତି ତେବେ ତାଙ୍କ ପରିବାର ଙ୍କୁ ଯୋଗା ଯୋଗ କରି ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ଡ଼. ଫାଣିନ୍ଦମ୍ ଦେଓ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବଳିହରା ସିଂ ଙ୍କୁ ଯୋଗା ଯୋଗ କରି ସଠିକ ପ୍ରମାଣ ପତ୍ର ଦେଇ ନିଜ ଶିଶୁ ଙ୍କୁ ନେବା ପାଇଁ ଆହ୍ବାନ କରିଛନ୍ତି। ନାବାଳକ ଶିଶୁ ଟି ସୁରକ୍ଷିତ ରହିଅଛି। ମୋବାଇଲ୍ ନମ୍ୱର୍ ରେ ମଧ୍ୟ ଯୋଗା ଯୋଗ କରିପାରିବେ। ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଙ୍କ ମୋବାଇଲ୍ ନମ୍ୱର୍ ୯୫୩୭୬୪୦୪୪୯ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଙ୍କ ମୋବାଇଲ୍ ନମ୍ୱର ୯୪୩୯୩୬୧୪୧୭