ପୁଣି ଆସିଲା ମୋହନା ବ୍ଲକ ଅଞ୍ଚଳରୁ ଜନନୀ ଯନ୍ତ୍ରାଣା ର ଚିତ୍ର, ଗାଁକୁ ରାସ୍ତା ନ ଥିବାରୁ ଭରରେ ବୁହା ହେଲା ଗର୍ଭବତୀ ମହିଳା । ଆର,ଉଦୟଗିରି(ମନୋଜ କୁମାର ପାଢୀ) ପୁଣି ଆସିଲା ମୋହନା ବ୍ଲକ ଅଞ୍ଚଳରୁ ଜନନୀ ଯନ୍ତ୍ରାଣା ର ଚିତ୍ର, ଗାଁକୁ ରାସ୍ତା ନ ଥିବାରୁ ୨ କିମି ଭରରେ ବୁହା ହେଲା ଗର୍ଭବତୀ ମହିଳା l ତାହା ପୁଣି ଅତି ଶୋଚନୀୟ ଅବସ୍ଥାରେ ନଦୀ ପାର କରିବାକୁ ପଡ଼ିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବେତେଗଣ୍ଡା ଗାଁରେ । ଗାଁର ଆମୋଷ ମାଝୀଙ୍କ ପତ୍ନି ସୁନିତା ମାଝୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆଶା କର୍ମୀ 108 ଆମ୍ବୁଲାନ୍ସ କୁ ଖବର ଦେଇଥିଲେ । ହେଲେ ଗାଁକୁ ଆମ୍ବୁଲାନ୍ସ ଯାଇ ପାରିନଥିଲା l ଶ୍ରୀରାମପୁର ଗାଁ ନିକଟରେ ଆମ୍ବୁଲାନ୍ସଅଟକି ଯାଇଥିଲା l ବାଧ୍ୟ ହୋଇ ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ବିଦ୍ୟାଧର ସାହୁ ଓ ଆଶା କର୍ମୀ ଓ ଗ୍ରାମବାସୀଙ୍କ ସହାୟତାରେ ସେଠାରୁ ମହିଳାଙ୍କୁ ଗାଁ ଠାରୁ ଭାରରେ ବୋହି ଘାଟି ରାସ୍ତା ଓ ନଦୀ ପାର କରି ଆଣି ଆମ୍ବୁଲାନ୍ସ ଯାଏଁ ଆଣିବା ପରେ ସେଠାରୁ ଅଡବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଛନ୍ତି । ମେଡ଼ିକାଲରେ ମହିଳା ଜଣଙ୍କ ସନ୍ତାନ ପ୍ରସବ କରିବା ପରେ ବର୍ତମାନ ମାଆ ଓ ଶିଶୁ ସୁସ୍ଥ ଥିବା ଜଣା ପଡିଛି l
Related Posts
ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ.
*ଓଡ଼ିଶା ଅବସରପ୍ରାପ୍ତ ସରକାରୀ* *କର୍ମଚାରୀ* *ସଂଘ,ପାରଳାଖେମୁଣ୍ଡିର ସ୍ଵତନ୍ତ୍ର* *ବୈଠକ* ଗଜପଢି-: (୨୩.୦୬.୨୦୨୪) ଆଜି ଅପରାହ୍ନରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଅନୁଷ୍ଠାନର ଉପଦେଷ୍ଟା ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର…
ଆକାଂକ୍ଷୀ ବ୍ଲକ୍ ଗୁମ୍ମା ଠାରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପ୍ରାୟୋଜିତ “ସମ୍ପୂର୍ଣ୍ଣତା ଅଭିଯାନ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଆକାଂକ୍ଷୀ ବ୍ଲକ୍ ଗୁମ୍ମା ଠାରେ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପ୍ରାୟୋଜିତ “ସମ୍ପୂର୍ଣ୍ଣତା ଅଭିଯାନ” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଗଜପତି – ୫/୭/୨୪/ଗଜପତି ଜିଲ୍ଲାର ଆକାଙ୍ଗକ୍ଷୀ…
ଶିକ୍ଷୟିତ୍ରୀଙ୍କ ବେତ ମାଡ଼ରେ ଛାତ୍ରୀ ଆହତ
-ଶିକ୍ଷୟିତ୍ରୀଙ୍କ ବେତ ମାଡ଼ରେ ଛାତ୍ରୀ ଆହତ – କୋରାପୁଟ : ଶିକ୍ଷୟିତ୍ରୀଙ୍କ ବେତ ମାଡ଼ରେ ଛାତ୍ରୀ ଆହତ l ପ୍ରଶ୍ନର ଉତ୍ତର ଦେଇ ନପାରିବାରୁ ଛାତ୍ରୀଙ୍କୁ ମାଡ଼…