ଓଡ଼ିଶାରେ କାଉଣ୍ଟିଙ୍ଗ୍‌ ସେଣ୍ଟରର ସୁରକ୍ଷା ପାଇଁ ମେ ୬ ପର୍ଯ୍ୟନ୍ତ ମୁତୟନ ରହିବେ ଆହୁରି ୭୦ କମ୍ପାନୀ ସିଏପିଏଫ୍‌

ଓଡ଼ିଶାରେ କାଉଣ୍ଟିଙ୍ଗ୍‌ ସେଣ୍ଟରର ସୁରକ୍ଷା ପାଇଁ ମେ ୬ ପର୍ଯ୍ୟନ୍ତ ମୁତୟନ ରହିବେ ଆହୁରି ୭୦ କମ୍ପାନୀ ସିଏପିଏଫ୍‌

ଭୁବନେଶ୍ବର:( ଅଭିଷେକ ମହାନ୍ତି)ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ସୁରକ୍ଷା ପାଇଁ ଏଇଥର ଓଡ଼ିଶାରେ ରେକର୍ଡ ସଂଖ୍ୟକ ସିଏପିଏଫ୍‌ କମ୍ପାନୀ (୧୮୫) ମୁତୟନ ହୋଇଥିଲେ । ରାଜ୍ୟରେ ୪ ପର୍ଯ୍ୟାୟ ମତଦାନ ହୋଇସାରିବା ପରେ ଏହା ମଧ୍ୟରୁ କେବଳ ୨୫ କମ୍ପାନୀ ସିଏପିଏଫ୍‌ ଇଭିଏମ୍‌ ଷ୍ଟ୍ରଙ୍ଗରୁମ୍‌, କାଉଣ୍ଟିଙ୍ଗ୍‌ ସେଣ୍ଟରରେ ମୁତୟନ ହୋଇ ରହିବା ପାଇଁ ନିଷ୍ପତ୍ତି ହୋଇଥିଲା । ମାତ୍ର ଏବେ ଓଡ଼ିଶାରେ ନିର୍ବାଚନ ପରବର୍ତ୍ତୀ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ଏବଂ ପ୍ରତ୍ଯେକ କାଉଣ୍ଟିଙ୍ଗ୍‌ ସେଣ୍ଟରର ସୁରକ୍ଷା ପାଇଁ ଆହୁରି ୭୦ କମ୍ପାନୀ ସିଏପିଏଫ୍‌ ୦୬/୦୬/୨୦୨୪ ପର୍ଯ୍ୟନ୍ତ ମୁତୟନ ରହିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ସୂଚିତ କରିଛନ୍ତି ।

Leave a Reply

Your email address will not be published. Required fields are marked *