ହରିଦ୍ୱାର ରେ ମହାପ୍ରଭୁ ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆରମ୍ଭ
ଭୁବନେଶ୍ୱର: ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ହରିଦ୍ୱାର ରେ ମହାପ୍ରଭୁ ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ଓଡିଶା ରୁ ପ୍ରାୟ ୧୦୫ ଜଣ ମହାପ୍ରଭୁ ଙ୍କୁ ଭଲ ପାଉଥିବା ଭକ୍ତ ଆଜି ହରିଦ୍ୱାର ଠାରେ ପହଂଚି ସକାଳୁ କଳସ ପୂଜା ଗଙ୍ଗା କୁଳରେ କରାଯାଇ ସଭା ସ୍ଥଳରେ ମହାପ୍ରଭୁ ଙ୍କ ଚତୁର୍ଦ୍ଧା ମୂର୍ତ୍ତି ସ୍ଥାପନ କରାଯାଇଛି। ପରେ ପରେ ପରାୟଣ କାର୍ଯ୍ୟକ୍ରମ ଆରମ୍ବ କରାଯାଇଛି ।ଏହି ପୂଜାରେ ଶ୍ରୀ ତ୍ରିଲୋଚନ ନାୟକ ଓ ପତ୍ନୀ ସାଗରୀକା ନାୟକ କର୍ତା କର୍ତ୍ତୀ ହୋଇ ପୂଜା ରେ ସହଯୋଗ କରିଥିଲେ।ମହନ୍ତ ରାମକୃଷ୍ଣ ଦାସ ମହାରାଜ, ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ, ସମ୍ପାଦକ ପ୍ରଭାକର ମଲ୍ଲିକ, ଉପସଭାପତି ବୈକୁଣ୍ଠ ନାଥ ମହାପାତ୍ର, ଯୁଗ୍ମ ସମ୍ପାଦକ ନିରଞ୍ଜନ ଦାଶ, ସଂଗଠନ ସମ୍ପାଦକ ନାରାୟଣ ମହାପାତ୍ର ଓ ଅନ୍ୟମାନେ ହରିଦ୍ୱାର ରେ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ।ପୂର୍ବରୁ ଏହି କାର୍ଯ୍ୟକ୍ରମ ଦେଶ ଓ ବିଦେଶ ରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଅଛି। ଆଗାମୀ ଦିନରେ ଏହାକୁ ବ୍ୟାପକ ଭାବେ କରାଯିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି। ମହାପ୍ରଭୁ ଙ୍କ ପୁରାଣ ସ୍କନ୍ଦ ପୁରାଣ ର ପ୍ରଚାର ପ୍ରସାର କରିବା ନିମନ୍ତେ ପାଞ୍ଚରାତ୍ର ପ୍ରଚାର ସମିତି ସର୍ବଦା ଚେଷ୍ଟା କରି ଆସୁଅଛି।