ଲାଞ୍ଚ ମାମଲାରେ ବହିଷ୍କୃତ ହେଲେ ବରିଷ୍ଠ ଆକାଉଣ୍ଟାଣ୍ଟ
ଗଜପତି -୨୦/୫/୨୦୨୪):ଗଜପତି ଜିଲ୍ଲା କାଶୀନଗର ବ୍ଲକ କାର୍ଯ୍ୟାଳୟ ଶିକ୍ଷା ବିଭାଗର ତତତ୍କାଳୀନ କନିଷ୍ଠ ଆକାଉଣ୍ଟାଣ୍ଟ ତଥା ବର୍ତ୍ତମାନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ସହାୟକ ବି. ଚନ୍ଦ୍ରଶେଖର ବେହେରା ଭିଜିଲାନ୍ସ ମାମଲାରେ ଛନ୍ଦି ହୋଇ ଚାକିରିରୁ ବହିଷ୍କୃତ ହୋଇଥିବା ଜଣାପଡ଼ିଛି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଲାଞ୍ଚ ଗ୍ରହଣ କାରବାରକୁ ଚାଲିଥିଲା। ଶ୍ରୀ ବେହେରା କାଶୀନଗ ନଗର ବ୍ଲକ କାର୍ଯ୍ୟାଳୟ ଶିକ୍ଷା ବିଭାଗରେ ଜୁନିୟର ଆକାଉଣ୍ଟାଣ୍ଟ ଭା ଭାବେ କାର୍ଯ୍ୟରତ ଥୂବା ବେଳେ ଜଣେ ଶିକ୍ଷକଙ୍କ ପୂର୍ବ ବକେୟା ଏବଂ ବିଭିନ୍ନ (ଏରିୟର) ବିଲ୍ ପାସ କରାଇବା ପାଇଁ ଲାଞ୍ଚ ଗ୍ରହଣ କରିଥିବା ଭିଜିଲାନ୍ସରେ ଅଭିଯୋଗ ହୋଇ ମାମଲା ରୁଜୁ ହୋଇଥିଲା I ଶ୍ରୀ ବେହେରାଙ୍କ ବିରୋଧ ଧରେ ବିଭିନ୍ନ ଦଫା ଯଥା ମାମଲା ଯଥା ୧୩ (୨) ଏବଂ ୧୩ (୧) ( ୩(୧) (ଡି) / ୭/୧୦ ଦୁର୍ନୀତି ନିବାରଣ ଆଇନ ୧୯୮୮ ପ୍ରକାରେ ମାମଲା ରୁଜୁ ହୋଇଥୂଳ ଇଥିଲା। ଏହି ଲାଞ୍ଚ କାରବାର ମାମଲାର ଶୁଣାଣି କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଅଭିଯୁକ୍ତ ଶ୍ରୀ ବେହେରାଙ୍କ ବିରୋଧରେ ପ୍ରମାଣ ମିଳିଥିବାରୁ ତାଙ୍କୁ ଦୋଷୀ ଭାବେ ଦଣ୍ଡାଦେଶ ଦେଇଛନ୍ତି I ଦୁଇ ବର୍ଷ ସଶ୍ରମ ଶ୍ରମ କାରାଦଣ୍ଡ ସହ 5 ହଜାର ଟଙ୍କା ଜରିମାନା ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୪ ମାସ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ରଛନ୍ତି। ଦଣ୍ଡାଦେଶ ତଥା ଭିଜିଲାନ୍ସ କୋର୍ଟର ଆଦେଶକୁ ନେଇ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପଦକ୍ଷେପ ଗ୍ରହଣ ପାଇଁ ପ୍ରେରିତ କରାଯାଇଥିଲା । ଯାହାକୁ ନେଇ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଶ୍ରୀ ବେହେରାଙ୍କୁ ଚାକିରିରୁ ବହିଷ୍କୃତ କରିଥିବା ଜଣାପଡ଼ିଛି।