ସଫଳ ଆମ୍ବ ଚାଷୀନୂଆପଡା ଜିଲ୍ଲା ଖଡ଼ିଆଳର ଅଵସର ପ୍ରାପ୍ତ ସରକାରୀ ମୁଖ୍ୟ କିରାଣୀ ।

ସଫଳ ଆମ୍ବ ଚାଷୀନୂଆପଡା ଜିଲ୍ଲା ଖଡ଼ିଆଳର ଅଵସର ପ୍ରାପ୍ତ ସରକାରୀ ମୁଖ୍ୟ କିରାଣୀ ।

ଖଡ଼ିଆଳ ବ୍ଲକ (ଓମ ପ୍ରକାଶ ଚୌଧୁରୀ)

ଖଡ଼ିଆଳ ବ୍ଲକ ବରଗାଁ ଗ୍ରାମପଞ୍ଚୟତ କାଶୀପଲା ଗ୍ରାମର ଅଵସର ପ୍ରାପ୍ତ କିରାଣୀ ବୃନ୍ଦାବନ ବାରିକ । ଉଦ୍ୟାନ ବିଭାଗର ସହାୟତାରେ ୨୦୦୮ ରେ ନିଜ ନିଜ 2 ଏକର ଜମିରେ ଆରମ୍ଭ କଲେ ଆମ୍ବ ଚାଷ।ପ୍ରତି ଏକର ରେ 80 ଗଛ ହିସାବରେ 2 ଏକରପାଇଁ 160 ଗଛ ରୋପଣ କରାଯାଇ ଥିଲା ।ଆମ୍ର ପଲ୍ଲୀ, ଦଶରୀ, ବାଇଗଣ ଫୁଲି,ଲାଙ୍ଗରା ଆଦି ସୁସ୍ୱାଦୁ ଆମ୍ବ ଚାରା ଯୋଗାଇ ଦେଇଥିଲେ ଉଦ୍ୟାନ ବିଭାଗ।ବିଭାଗ ତରଫରୁ ତିନି ବର୍ଷ ଯାଏ ସାର ଓ ଔଷଧ ସହ 2 ଲକ୍ଷ ଟଙ୍କାର ଘର ସହାୟତା ଯୋଗାଇଥିଲେ ।ଅନ୍ୟ ଯୋଜନାରେ ଗଭୀର ନଳକୂପ ଖନନ କରି ଗଛରେ ପାଣି ର ବ୍ୟବସ୍ଥା କରିଥିଲେ ଓ ପରିବାର ଲୋକେ ସବୁଦିନ ଯତ୍ନ ନେଉଥିଲେ।ପ୍ରଥମ ତିନି ବର୍ଷ ଫଳ ଆସି ନଥିବା ବେଳେ ଚତୁର୍ଥ ବର୍ଷ ଅଳ୍ପ ପରିମାଣରେ ଆମ୍ବ ଫଳିଥିଲା। ଏବର୍ଷ ନୂଆପଡା ଜିଲ୍ଲାର କୌଣସି ଅଞ୍ଚଳରେ ଆମ୍ବ ଫଳି ନଥିବା ବେଳେ ଦେଶୀ ଆମ୍ବ ଦେଖିବାକୁ ସ୍ୱପ୍ନ ହୋଇ ଯାଇଛି।ପଡୋଶୀ ଛତିଶଗଡ଼ର ବେପାରୀ ମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପସରା ମେଳାଇଛନ୍ତି।

କିନ୍ତୁ ବୃନ୍ଦାବନ ବାରିକ ବଗିଚାରେ ପ୍ରଚୁର ପରିମାଣରେ ଆମ୍ବ ଫଳିଥିବା ବେଳେ ଶିତଳିକରଣ ବ୍ୟବସ୍ଥା ନଥିବାରୁ ଅଭାବୀ ବିକ୍ରିର ଶିକାର ହେଉଛନ୍ତି।ବେପାରୀ ମାନଙ୍କୁ 20 ରୁ 25 ଟଙ୍କାରେ ବିକ୍ରି କରିଦେଉଛନ୍ତି।ସରକାର ଯଦି ସିଧାସଳଖ କିଣିବାର ବ୍ୟବସ୍ଥା କଲେ ଭଲ ଦୁଇ ପଇସା ମିଳି ପାରନ୍ତା ବୋଲି ଶ୍ରୀ ବାରିକ କହୁଛନ୍ତି। ବର୍ତ୍ତମାନ ସେ ବର୍ଷକୁ ଦେଢ଼ ଲକ୍ଷରୁ 2 ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ସୂଚନା ଥାଉକି ଶ୍ରୀ ବାରିକ ସରକାରୀ ଚାକିରୀ କରୁଥିବା ସମୟରେ ପରିବାର ପକ୍ଷରୁ ବଗିଚାରେ ସହଯୋଗ କରିଥିଲେ । ବର୍ତ୍ତମାନ ସେ ଗତ 4 ବର୍ଷ ତଳେ ଅଵସର ଗ୍ରହଣ କରି ଆମ୍ବ ବଗିଚାରେ ନିଜକୁ ଉସର୍ଗ କରିଦେଇଛନ୍ତି ।

Leave a Reply

Your email address will not be published. Required fields are marked *