ଅଙ୍ଗନବାଡ଼ି କେନ୍ଦ୍ରର ନାହିଁ ନିଜସ୍ବ ଘର
ମୋହନା , (ମନୋଜ କୁମାର ପାଢୀ/୧୭/୫/:ଓଡିଶା ସରକାର ଲୋକଙ୍କ ବିକାଶ ଉନ୍ନତି ପାଇଁ ବହୁ ପ୍ରଚାର ଚଳାଇଛନ୍ତି. ହେଲେ ଯାହା ପ୍ରଚାର କରାଯାଉଛି ତାହା ବାସ୍ତବତା ଠାରୁ ବହୁ ଦୂରରେ ବୋଲି ଲୋକେ ଅଭିଯୋଗ କରିଛନ୍ତି, ବା.. ବା. ବା. ରେ ନବୀନ ସରକାର ପ୍ରଚାରରେ ବେଶି ବିକାଶରେ ନୁହେଁ. ଯଦ୍ୱାରା କି ଗଜପତି ଜିଲ୍ଲାର କେବଳ ମୋହନା ବ୍ଲକରେ ୨୪୦ ଟି ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ ଘର ନାହିଁ. ଶିଶୁଙ୍କ ଶାରୀରିକ ଏବଂ ମାନସିକ ବିକାଶ ସହ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଉନ୍ନତିକରଣ ପାଇଁ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟକ୍ରମ ମାଧ୍ଯମରେ ପ୍ରତି ବର୍ଷ ପାଣିଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବରୁ କେଉଁଠି ନିର୍ମାଣ କାର୍ଯ୍ୟ ହୋଇପାରୁନି ତ କେଉଁଠି ଅଧାରେ ଅଟକୁଛି ନିର୍ମାଣ କାର୍ଯ୍ୟ। ଆଦିବାସୀ ଅଧ୍ଯୁଷିତ ଗଜପତି ଜିଲ୍ଲାର ବୃହତ୍ତମ ବ୍ଲକ ତଥା ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ବ୍ଲକ ମୋହନା ୩୯ ପଞ୍ଚାୟତକୁ ନେଇ ଗଠିତ ବୋଲି ଅଞ୍ଚଳବାସୀ ଆମ ପ୍ରତିନିଧି ଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଏଠାକାର ୭୦ ପ୍ରତିଶତର ଊର୍ଦ୍ଧ୍ବ ଆଦିବାସୀ ସମ୍ପ୍ରଦାୟର ଗରୀବ ଲୋକ ବାସ କରନ୍ତି | ଏଠାରେ ଅନେକ ଅପହଞ୍ଚ ଇଲାକା ରହିଛି। ଯେଉଁ ଠାରେ ଶିକ୍ଷାର ବିକାଶ ସହ କୋମଳ ମତି ଶିଶୁଙ୍କୁ ଅପପୃଷ୍ଟିରୁ ଦୁରେଇ ରଖିବା ପାଇଁ ଖୋଲା ଯାଇଛି ମିନି ଅଙ୍ଗନବାଡି କେନ୍ଦ୍ର ଓ ବଡ ଅଙ୍ଗନବାଡ଼ି କେନ୍ଦ୍ର I କିନ୍ତୁ କେଉଁଠି ଗଛ ତଳେ ଅଙ୍ଗନବାଡି କେନ୍ଦ୍ର ଚାଲିଛି ତ କେଉଁଠି ଘର ପିଣ୍ଡାରେ ଓ ପୁଣି କେଉଁଠି ଅଧାପନ୍ତରିଆ କୋଠାରେ ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର । ମୋହନା ବ୍ଲକରେ ବିଭିନ୍ନ ସ୍ଥାନରେ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ୨୦୦୭ ମସିହାରେ ସ୍ଥାନ ଚିହ୍ନଟ ସାରିବା ପରେ ନୂତନ ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ରାଜକୋଷରୁ ଅର୍ଥ ମଞ୍ଜୁର ହେଇଥିଲା I ସେହି ସମୟରେ ଥିବା ଯନ୍ତ୍ରୀ, ବିଡ଼ିଓ, ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ବ୍ଲକର ୬୩୭ କେନ୍ଦ୍ର ମଧ୍ୟରୁ ମାତ୍ର ୩୯୭ଟି ଅଙ୍ଗଳନବାଡି କେନ୍ଦ୍ରର ଗୃହ ନିର୍ମାଣ ହୋଇପାରିଥିଲା। ଅବଶିଷ୍ଟ ୨୪୦ଟି ଗୃହ ନିର୍ମାଣ କାର୍ଯ୍ୟ ୨୦୧୦-୧୧ ଆର୍ଥିକ ବର୍ଷରୁ ଅଟକି ରହିଯାଇଛି। କେଉଁଠି ପୁନାଦି ପଡ଼ିଛି ତ କେଉଁଠି କାନ୍ଥ ପଡ଼ିଛି, ଆଉ କେଉଁଠି ଛାତପଡ଼ି ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଛି ତ ଆଉ କେଉଁଠି ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଅଦ୍ଧନିର୍ମିତ ଗୃହ। ଖାଲି ସେତିକି ନୁହେଁ ଯେଉଁ କେତୋଟି ସ୍ଥାନରେ ଠିକାଦାର କାମ ନିଜ ହାତରୁ ଟଙ୍କା ସାରି ନିର୍ମାଣ କରିଛନ୍ତି ତାର ବିଲ୍ ଅର୍ଥ ମଧ୍ଯ ପାଇନଥିବା ଅଭିଯୋଗ ହୋଇଛି।
Hello,
for your website do be displayed in searches your domain needs to be indexed in the Google Search Index.
To add your domain to Google Search Index now, please visit
https://www.domainsubmit.info