ଖାଡ଼ିଆଳ ରେ ରାଷ୍ଟ୍ରୀୟ ଲୋକଅଦାଲତ
ନୂଆପଡା ଜିଲ୍ଲା ଖଡ଼ିଆଳ କୋର୍ଟ ପରିସର ରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଉ ଯାଇଛି l ତାଲୁକସ୍ତରୀୟ ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ସିନିୟର ଡିଭିଜନ ସିଭିଲ ଜର୍ଜ ସୁଶ୍ରୀ ଚିନ୍ମୟୀ ଜେନା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଅଦାଲତ ରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ଜୁନିଅର ଡିଭିଜନ ର ସିଭିଲ ଜର୍ଜ ସୁଶ୍ରୀ ରିତୀ ତ୍ରିପାଠୀ,ଭାରତୀୟ ଷ୍ଟେଟ ବ୍ୟାଙ୍କ ର ମୁଖ୍ୟ ଶାଖା, ଆଜାଦ ଚୌକ ଶାଖା,ସମେତ ଖଡ଼ିଆଳ ବ୍ୟାଙ୍କ ଅଫ ଇଣ୍ଡିଆ, ୟୁନିଅନ ବ୍ୟାଙ୍କ,ଏବଂ ଖଡ଼ିଆଳ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ, ଟୁକଳା, ବରଗାଁ ର ଶାଖା ପରିଚାଳକ ପ୍ରମୁଖ ଉପସ୍ଥିତ ରହି ସିନିୟର ସିଭିଲ ଜର୍ଜ ର ୧୭ ଗୋଟି ସିଭିଲ କେଶ,ଏବଂ ଏକଗୋଟି ବ୍ୟାଙ୍କିଙ୍ଗ କେଶ ର ଫଇସଲା କରାଯାଇ ଏକ ଲକ୍ଷ ୯୫ ହଜାର ୧୯୭ ଟଙ୍କା ଆଦାୟ କରାଯାଇଥିଲା l
ସେହିପରି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ସହ ସିଭିଲ ଜର୍ଜ ଜୁନିଅର ଡିଭିଜନ ଅଦାଲତ ର ଗୋଟିଏ ସିଭିଲ କେଶ ସମେତ ୨୨ ଗୋଟି କ୍ରିମିନାଲ କେଶ ଏବଂ ଦୁଇଗୋଟି ପାରିବାରିକ ମାମଲା ର କେଶ ଫଇସଲା ଜରାଯାଇଥିଲା l ଏଥିସହ ଉକ୍ତ ଲୋକ ଅଦାଲତ ରେ ବ୍ୟାଙ୍କ ଋଣ ଖିଲାପକାରୀ ଙ୍କ ଠାରୁ ସମୁଦାୟ ଦୁଇ ଲକ୍ଷ ୬୫ ହଜାର ଟଙ୍କା ଆଦାୟ କରାଯାଇଥିଲା l ଉକ୍ତ ଲୋକ ଅଦାଲତ କୁ ସରକାରୀ ଓକିଲ ନରେନ୍ଦ୍ର ମେହେର,ଆଦିତ୍ୟ ମହାପାତ୍ର,ଭାରତୀୟ ଷ୍ଟେଟ ବ୍ୟାଙ୍କ ଓକିଲ ବିରଜା ସିଂ ଦଳପତି, ବରିଷ୍ଠ ଓକିଲ ଦିନେଶ ତିୱାରୀ,ଦୁତିକୃଷ୍ଣ ବେହେରା, ସଞ୍ଜୟ ଦାସ ପ୍ରମୁଖ ସହଯୋଗ କରିଥିଲେ l