କନ୍ଧମାଳ ଏସପି ଓ ଆଇଜିଙ୍କ ଆଗରେ ଆତ୍ମସମର୍ପଣ କଲେ ମାଓବାଦୀ ସମୟ ମାଡ଼କମ…

କନ୍ଧମାଳ ଏସପି ଓ ଆଇଜିଙ୍କ ଆଗରେ ଆତ୍ମସମର୍ପଣ କଲେ ମାଓବାଦୀ ସମୟ ମାଡ଼କମ…

କନ୍ଧମାଳ : (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ରେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ କନ୍ଧମାଳ ପୋଲିସ କୁ ବଡ ସଫଳତା ମିଳିଥିବା ଦେଖିବାକୁ ମିଳିଛି l ଆତ୍ମ ସମର୍ପଣ କରିଥିବା ମାଓବାଦୀ ସମୟ ମାଡ଼କମ ଅକ୍ଟୋବର 2005 ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇ ଛତିଶଗଡ଼ ଓ ଓଡ଼ିଶାରେ ଅନେକ ହିଂସାକାଣ୍ଡରେ ଜଡ଼ିତ ଥିଲେ ।

ଆଜି ନିଜର ସଭିମାନ ଅନୁସାରେ କନ୍ଧମାଳ ଏସପି ଓ ଆଇଜି ଜୟନାରାୟ ପଙ୍କଜ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେ କଳାହାଣ୍ଡି-କନ୍ଧମାଳ-ବୌଦ୍ଧ-ନୟାଗଡ଼ (କେକେବିଏନ୍‌) ଡିଭିଜନ ପାଇଁ କାମ କରୁଥିଲେ। ଛତିଶଗଡ଼ ଓ ଓଡ଼ିଶାରେ ଅନେକ ହିଂସାକାଣ୍ଡରେ ଜଡ଼ିତ ଥିଵା ସାମ୍ବାଦିକ ସମ୍ମିଳନୀ ରେ ଆଇଜି ଜୟ ନାରାୟଣ ପଙ୍କଜ କହିଥିଲେ l ନକ୍ସଲ ସଂଗଠନର ବିଭିନ୍ନ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ଥିଲେ। ବିଶେଷ କରି ମହିଳା କ୍ୟାଡରମାନଙ୍କୁ ଯୌନ ଶୋଷଣ କରାଯିବା, ଧମକ ଦେଇ ଟଙ୍କା ଆଦାୟ କରିବା, ମିଛ ପ୍ରତିଶ୍ରୁତି ଦେଇ ଯୁବକ-ଯୁବତୀଙ୍କୁ ସଂଗଠନରେ ସାମିଲ କରାଯିବା ଏବଂ ଯବାନ ମାନଙ୍କ ପକ୍ଷରୁ ଜୋର ଯାର କୁଂପିଙ୍ଗ କୁ ଭୟ କରି ଏବଂ ତଳ ସ୍ତରର କ୍ୟାଡରଙ୍କ ପ୍ରତି ସଂଗଠନର ବରିଷ୍ଠ ସଦସ୍ୟଙ୍କ ବ୍ୟବହାରରେ ସେମାନେ ଅତିଷ୍ଠ ହୋଇ ଆତ୍ମସମର୍ପଣ କରିଥିବା କଥା ଆଇଜିଙ୍କ ଆଗରେ ପ୍ରକାଶ କରିଥିଲେ l ନକ୍ସଲମାନଙ୍କୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଆଇଜି ଜୟନାରାୟଣ ପଙ୍କଜ । ଏହା ସହିତ ଆଗକୁ ନକ୍ସଲ ବିରୋଧୀ ଅଭିଯାନ ଆହୁରି ତୀବ୍ର ହେବ ଓ ସେମାନକୁ ରାଜ୍ୟରୁ ମୂଳପୋଛ କରାଯିବ ବୋଲି ଆଇଜି ଏହି ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଥିଲେ l

Leave a Reply

Your email address will not be published. Required fields are marked *