କେରୀସ ଏଣ୍ଟରଟେନ୍ ମେଣ୍ଟ ଓ ଓଡ଼ିଶା ଫ୍ୟାସନ ଭିଲ୍ଲା ପକ୍ଷରୁ ମିଷ୍ଟର ଓ ମିସ ଅଭିବକ୍ତ କୋରାପୁଟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।

କୋରାପୁଟ:(କିଶୋର)ଆଜି ୦୫।୦୫/୨୦୨୪ ତାରିଖ ଦିନ ସ୍ଥାନୀୟ ସୀତମ୍ କଲେଜ କ୍ୟାମ୍ପସ ପରିସରରେ କେରୀସ ଏଣ୍ଟରଟେନ୍ ମେଣ୍ଟ ଓ ଓଡ଼ିଶା ଫ୍ୟାସନ ଭିଲ୍ଲା ପକ୍ଷରୁ ମିଷ୍ଟର ଓ ମିସ ଅଭିବକ୍ତ କୋରାପୁଟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ପାଞ୍ଚଟି ବିଭାଗ ରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ୧୮ ରୁ ୩୫ ବର୍ଷ ଉଭୟ ପୁରୁଷ ଓ ମହିଳା ,୧୭ ରୁ ୨୫ ବର୍ଷ ପାଇଁ ,୧୪ରୁ ୧୬ ବର୍ଷ ପାଇଁ ତଥା ୧୦ରୁ ୧୩ ବର୍ଷ ଭିତରେ ଓ ୩ ରୁ ୯ ବର୍ଷ ଭିତରେ ଗ୍ରୁପ୍ ରହିଛି ବୋଲି କେରିସ ର ଗ୍ରୁପ୍ ର ନିର୍ଦେଶିକା ସୁମନ ଖିଲୋ ପ୍ରକାଶ କରିଛନ୍ତି।ଏଥିରେ କୋରାପୁଟ ନବରଙ୍ଗପୁର ଓ ରାୟଗଡ଼ା ର ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ଜୁରୀ ଭାବେ ନକୁଲ ନାଗ,ଆଦର୍ଶ ମାଝୀ, ଅରୁଣିମା ଗୌଡ଼ ଯୋଗ ଦେଇଛନ୍ତି।

ସିତମ୍ ର ଅଧ୍ୟକ୍ଷ ଶ୍ରୀ କୃଷ୍ଣ ସିଂହ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗୀ ମାନଙ୍କର ଉତ୍ସାହ ବର୍ଦ୍ଧନ କରି ଥିଲେ ।ଏହି କାର୍ଯ୍ୟକ୍ରମ ପାଇଁ ମୁଖ୍ୟ ପ୍ରଯୋଜକ ଭାବରେ ସୁ ଦେଶୀ ତଥା କୋରାପୁଟ ସଂସ୍କରଣ ପାଇଁ ଆଫତାବ ପ୍ୟାରିସ ଟାୱାର ଚନ୍ଦନ ଚୌଧୁରୀ ସହଯୋଗ କରିଛନ୍ତି ଅଭିବକ୍ତ କୋରାପୁଟ ଜିଲ୍ଲାରେ ନୂଆ ପ୍ରତିଭାକୁ ବଡ଼ ମଞ୍ଚ ରେ ସ୍ଥାନ ଦେବା ସହ କୋରାପୁଟ ର ଅଳଙ୍କାର,କଳା ସଂସ୍କୃତି କୁ ପୁନର୍ବାର ଦୁନିଆ ସାମନାରେ ରେ ଭିନ୍ନ ରୂପରେ ଉପସ୍ଥାପନା କରିବା ସହିତ ସ୍ଥାନୀୟ ଯୁବକ ଯୁବତୀ ମାନେ କିପରି ଉପକୃତ ହୋଇ ପାରିବେ ସେ ତାହା ଉପରେ ଗୁରୁତ୍ବ ଦେଇଥିଲେ। ସୁମନ ଏହା ସହିତ ଗଦବା ର ପାରମ୍ପରିକ ବସ୍ତ୍ର କେରଙ୍ଗ ର ପୁନର ଉଦ୍ଧାର ପାଇଁ ବସୁନ୍ଧରା ଇନଫୋରମେସନ ମିଡିଆ ସହିତ ମିଳିତ ଭାବରେ କାମ କରୁଛନ୍ତି।କେରିଜ ରୁ ପିଲାମାନେ ବିଭିନ୍ନ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ସମ୍ମାନିତ ମଧ୍ୟ ହେଇଛନ୍ତି। କୋରାପୁଟ ସଂସ୍କରଣ ପ୍ରତିଯୋଗିତା ରେ ଅଂଶ ଗ୍ରହଣ ପାଇଁ ପ୍ରବଳ ସଂଖ୍ୟାରେ ପ୍ରତିଯୋଗୀ ଆସିଥିଲେ । କାର୍ଯକ୍ରମ କୁ ନିବେଦିତା ମିଶ୍ର ପରିଚାଳନା କରିଥିଲେ ଫୋଟୋଗ୍ରାଫି ଓ ଭିଡ଼ିଓ ରେ ସ୍ନାପ କୁ ର ଆୟୁଶ ଫୋଟୋଗ୍ରାଫି ଟିମ୍ , ସ୍ଥାନୀୟ ସଂଯୋଜକ ଭାବରେ ମିତ୍ରଭାନୁ ମିଶ୍ର ,ସହଯୋଗ କରିଛନ୍ତି। ମିଡିଆ ପରିଚାଳନା ପାଇଁ ବସୁନ୍ଧରା ଇନ୍ଫୋର୍ମେଶନ ମିଡିଆ ସହଯୋଗ କରିଛନ୍ତି। ସେମିଫାଇନାଲ ଓ ମୁଖ୍ୟ ଗ୍ରାଣ୍ଡ ଫାଇନାଲ ପର୍ଯ୍ୟାୟ ଆଗାମୀ ଜୁନ ମାସରେ ହେବ।

Leave a Reply

Your email address will not be published. Required fields are marked *