କାଳବୈଶାଖୀ ଯୋଗୁଁ ଭୁବନେଶ୍ୱରରେ ଓଲ୍ହାଇ ପାରିଲାନି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର
ଭୁବନେଶ୍ୱର:(Abhishek Mohanty) ଭୁବନେଶ୍ୱର ବିମାନବନ୍ଦରରେ ଓହ୍ଲାଇ ପାରିଲାନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟର। ଯାହା ଫଳରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ଅବତରଣ କଲା ହେଲିକପ୍ଟର । କାଳବୈଶାଖୀ ଯୋଗୁ ଭୁବନେଶ୍ୱରରେ ଓହ୍ଲାଇ ପାରିନଥିବା ଜଣାପଡ଼ିଛି।ଆଜି ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଯାଇଥିଲେ। ନିର୍ବାଚନୀ ସଭାରେ ପ୍ରଚାର ସାରି ଖଡ଼ିଆଳରୁ ଭୁବନେଶ୍ୱର ଆସୁଥିବା ବେଳେ କାଳବୈଶାଖୀ ପବନ ହୋଇଥିଲା।
ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଓହ୍ଲାଇ ପାରିନଥିଲା। ଘଣ୍ଟାଏରୁ ଅଧିକ ସମୟରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଭୁବନେଶ୍ୱରର ଆକାଶ ମାର୍ଗରେ ଚକ୍କର କାଟିଥିଲା। ପରେ ହେଲିକପ୍ଟରଟି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ଅବତରଣ କରିଥିଲା। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରେ ପ୍ରାୟ ୨୦ ମିନିଟ୍ ଧରି ରହିଥିଲା। ଭୁବନେଶ୍ୱରରେ ପାଗ ସୁଧୁରିବା ପରେ ଝାରସୁଗୁଡ଼ାରୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଟେକ୍ଅପ୍ କରିଥିଲା। କିଛି ସମୟ ପରେ ଭୁବନେଶ୍ୱର ପହଞ୍ଚିଥିଲା।କାଳବୈଶାଖୀ ବେଳେ ଭୁବନେଶ୍ୱର ଏୟାରପୋର୍ଟରେ ପବନ ବେଗ ଥିଲା ୮୦ କିମି।