– ମା ଦକ୍ଷିଣକାଳୀ ଯାତ୍ରା-(ଓମ୍ ପ୍ରକାଶ ଚୌଧରୀ)
ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା ଗ୍ରାମରେ ମାଆ ଦକ୍ଷିଣକାଳୀଙ୍କ ପୀଠ ପ୍ରତିଷ୍ଠା ସହ ଦେବୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସେହିପରି ଦେବୀ ନିଆଲି ମଲ୍ଲି , ଘମକା ସାରୁ ଓ ଭେଣି ବିଛଲ୍ ଙ୍କ ପୀଠ ପ୍ରତିଷ୍ଠା କରାଯାଇଛି। ଖଡ଼ିଆଳ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ ମୁଖ୍ୟ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦେବୀ ଗଣଙ୍କ ପୂଜାର୍ଚ୍ଚନା ସହ ଗ୍ରାମର ମଙ୍ଗଳ କାମନା କରା ଯାଇଥିଲା। ମାନସିକ ଧାରୀ ମାନେ ବଳୀ ଅର୍ପଣ କରିଥିଲେ। ବିଶ୍ବାସ ଅଛି ଏହି ଚାରି ଦେବୀ ଲୋକଙ୍କ ମାନସିକ ପୂରଣ କରନ୍ତି। ପ୍ରତିବର୍ଷ ଦୁଇଥର ଦେବୀ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଆଖ ପାଖ ଅଞ୍ଚଳରୁ ବହୁତ୍ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ।