ଖଡ଼ିଆଳ ଠାରେ ବିଶ୍ବ ଶ୍ରମିକ ଦିବସ ପାଳନ
ନୂଆପଡା:( ଓମ ପ୍ରକାଶ ଚୌଧୁରୀ )ନୂଆପଡା ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ମୁଖ୍ୟ କାର୍ଯ୍ୟାଳୟ ଖଡ଼ିଆଳ ସ୍ଥିତ ଇନ୍ଦ୍ରନଗର ଠାରୁ ଖଡ଼ିଆଳ, ସିନାପାଲି, ବୋଡେ଼ନ, କୋମନା ଓ ନୂଆପଡାରୁ ବ୍ଳକରୁ ଆସିଥିବା ଶତାଧିକ ଶ୍ରମିକ ହାତରେ ଲାଲ୍ ଝଣ୍ଡା ଧରି ଟୁଲୁ ବାବୁଙ୍କ ନେତୃତ୍ବରେ ଏକଜୁଟ ହୋଇ ଖଡ଼ିଆଳ ପୋଲିସର ସହାୟତାରେ ଇନ୍ଦ୍ରନଗର ଠାରୁ ଖଡ଼ିଆଳ ଥାନା ଚୌକ ପ୍ରର୍ଯ୍ୟନ୍ତ ନାରାବାଜି କରି ପଦଯାତ୍ରା କରିଥିଲେ ଏବଂ ଅଗ୍ରେସନ ଭବନରେ ଏକ ସାଧାରଣ ବୈଠକ କରିଥିଲେ ।
ନିର୍ମାଣ ଶ୍ରମିକ ସଂଘ ମୁଖ୍ୟ ଟୁଲୁ ବାବୁ ଶ୍ରମିକ ମାନଙ୍କର ହକ ଅଧିକାର ଓ ଦୈନିକ ମଜୁରୀ, ସାମାଜିକ ସୁରକ୍ଷା, ଶ୍ରମିକମାନଙ୍କୁ ଜିଲ୍ଲାରେ ସଚେତନ କରାଯିବା, ଶ୍ରମିକ ଶୋଷଣ ବିରୁଦ୍ଧରେ ଆନ୍ଦୋଳନ କରାଇବା ଓ ଶ୍ରମିକମାନଙ୍କର ଇତିହାସ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସଂଘର ସଂପାଦକ ପିତାମ୍ବର କୁମାର ଓ ଦୁର୍ବଳ ମାଝୀ, ଧନୁର୍ଧର ହାତି ମୁଖ୍ୟ ଭୁମିକା ନେଇ ଥିଲେ । ଅତିଥି ଭାବେ ଲିଟିଗୁଡା ନାଏବ ସରପଞ୍ଚ ଲଳିତ ମୋହନ ମାଝି, ସରଧାପୁର ସମିତି ସଭ୍ୟ ଶ୍ରୀବଶ୍ଚ ଶଗରିଆ ଶ୍ରମିକମାନଙ୍କର ହେଉଥିବା ଅସୁବିଧା ବିଷୟରେ ଓ ସଚେତନ କିପରି ଭାବରେ ଜିଲ୍ଲା ସମସ୍ତ ଶ୍ରମିକମାନଙ୍କୁ କରାଇବା ପାଇଁ ଆଲୋଚନା କରିଥିଲେ ।
ଜିଲ୍ଲା ଛାତ୍ର ସଂଘର ସଭାପତି ବିପିନ ଯାଦବ ବୈଠକରେ ଯୋଗ ଦେଇ ଶ୍ରମିକମାନଙ୍କ ଓ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷିତ ହେବା ପାଇଁ ସମସ୍ତଙ୍କ ଅବଗତ କରାଇଥିଲେ । ସମାଜ ସେବୀ ରାମ ବଛା ଶ୍ରମିକମାନଙ୍କର ପ୍ରତି ହେଉଥିବା ଶୋଷଣ, ବୈଠକରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିରୋଧରେ ଯୋରଦାର ବର୍ଷିଥିଲେ ।ଏହି ବିଶ୍ଵ ଶ୍ରମିକ ଦିବସ ପାଳନକୁ ସଂଘର ଅଜିତ ବାବୁ , ଦୁର୍ବଳ ମାଝୀ, ଧନୁର୍ଧର ହାତି, ମୋହନ ବାରିକ, ଦୁର୍ଯେ ବାବୁ ସମସ୍ତ ଆସି ଥିବା ସମସ୍ତ ଶ୍ରମିକ ମାନଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ବୈଠକରେ ଯୋଗଦେଇଥିବା ସମସ୍ତ ସଭ୍ୟ ସଭ୍ୟା ଙ୍କୁ ପୁତାମ୍ବର କୁମାର ଧନ୍ୟବାଦ ଦେଇଥିଲେ ।