ବିଜୁଳି ଘଡଘଡି ମାରି ଦୁଇ ଗରୁତର. ଆର,ଉଦୟଗିରି. (ମନୋଜ କୁମାର ପାଢ:ଗଜପତି ଜିଲ୍ଲା ମୋହନା ବ୍ଳକ ଅଞ୍ଚଳରେ କାଳବୈଶାଖି ତାଣ୍ଡବ ରହିଥିଲା । ଏଥିରେ ଦୁଇ ଜଣ ଗୁରୁତ୍ବର ଆହତ ହୋଇଥିଲେ । ସେମାନେ ହେଲେ ଅଶୋକା ଗାଁର ଟିଟୁ ମଳିକ ଓ ପ୍ରତାପପୁର ଗାଁର କାନୁ ଚରଣ ପାଇକ । ଏହି ଦୁଇ ଯୁବକ କାଳବୈଶାଖି ପ୍ରଭାବରେ ହେଉଥିବା ବର୍ଷା ପବନରୁ ରକ୍ଷା ପାଇବା ପାଇଁ ଝାଟିକାସାହି ଗ୍ରାମ ନିକଟସ୍ଥ ଏକ ଦୋକାନ ଘରେ ରହିଥିଲେ । ସେହି ସମୟରେ ବିଜୁଳି ଘଡଘଡି ମାରିଥିଲା। ବଜ୍ରପାତରେ ଉଭୟ ଗୁରୁତର ହୋଇପଡିଥିଲେ । ତାଙ୍କୁ ପ୍ରଥମେ ସ୍ଥାନୀୟ ଲୋକେ ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିଥିଲେ । ଗୁରୁତର ହେବରୁ ବ୍ରହ୍ମପୁର ବଡମେଡିକଲ ସ୍ଥାନାନ୍ତର କରିଥିଲେ । କାଳବୈଶାଖ ହେବାରୁ ବହୁ ଗଛପତ୍ର ଭାଙ୍ଗିପଡିବା ସହିତ ଅନେକ ଲୋକଙ୍କ ଘର ଛପର ମଧ୍ୟ ଉଡାଇ ନେଇଥିବା ଦେଖିବାକୁ ମିଳିଥିଲା । ଏଥିସହିତ ଅନେକଙ୍କ ଚାଷ ଜମି ମଧ୍ୟ କ୍ଷେତି ହୋଇଥିଲା । ଆଜି ମୋହନା ନିର୍ବାଚନ ପ୍ରାର୍ଥୀ ଅନ୍ତର୍ଯ୍ୟାମୀ ଗମାଙ୍ଗ ବଜ୍ର ଆହତ ବ୍ୟକ୍ତି ଘେଟି ସମସ୍ତ କଥା ପଚାରି ବୁଝିଥିଲେ ।

Leave a Reply

Your email address will not be published. Required fields are marked *