ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନ ପ୍ରଚାର ଶୁଭାରମ୍ଭ

ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନ ପ୍ରଚାର ଶୁଭାରମ୍ଭ_________

ସେମିଳିଗୁଡା: ( Ch kurma Rao semililguda ) କୋରାପୁଟ ଜିଲ୍ଲାର ପଟାଙ୍ଗି ନିର୍ବାଚନ ମଣ୍ଡଳୀ ରେ ଗୁରୁବାର ରୁ ନବୀନ ଓଡ଼ିଶା ଅଧ୍ୟକ୍ଷ , ଭି କେ ପାଣ୍ଡିଆନ ଙ୍କୁ ପ୍ରଚାର ଶୁଭାରମ୍ଭ ହାଇ ଯାଇଚି ।।ବିଜୁ ଜନତା ଦଳର ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରିବା ଦିଗରେ ପାଣ୍ଡିଆନ କୋରାପୁଟ ଜିଲ୍ଲା ରେ ପ୍ରଥମ ପ୍ରଚାର ସଭା ରେ ଯୋଗ ଦେଇଥିଲେ।ପଟାଙ୍ଗି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେମିଳିଗୁଡା ବ୍ଲକର ବଙ୍ଗୁରୁ ଗୁଡ଼ା ଥରେ ନିର୍ବାଚନ ସଭା ଆୟୋଜନ କରିଥିଲେ।।

ଗୁରୁବାର ସକାଳେ ୧୧ ରେ ଶ୍ରୀ ପାଣ୍ଡିଆନ ହେଲିକେପ୍ଟରରେ ସଭା ସ୍ଥଳ ରେ ଆୟୋଜିତ ସ୍ଵତନ୍ତ୍ର ହେଲିପଡ କୁ ପଉଁଚିଲେ।ତାଙ୍କୁ ଜିଲ୍ଲା ସଭାପତି ଝିନୁ ହିକୋକା,ପଟାଙ୍ଗି ବିଧାୟକ ପୀତମ୍ ପାଢ଼ୀ, ଲୋଳ ସଭା ପ୍ରାର୍ଥୀନି କୌଶଲ୍ୟାବି ଜେ ଡି ପ୍ରାର୍ଥୀ ପ୍ରଫୁଲ୍ଲ କୁମାର୍ ପାଙ୍ଗି ,ନେତା କର୍ମୀ ସ୍ଵାଗତ ସମାରୋହ ରେ ସଭା ସ୍ଥଳ କୁ ନେଇଥିଲେ।ଶ୍ରୀ ପାଣ୍ଡିଆନ ଲୋକଙ୍କ ସହ ଭେଟ ହୋଇ ଅଭିଯୋଗ ପତ୍ର ଗ୍ରହଣ କରୁଛନ୍ତି।ପାଣ୍ଡିଆନ କୁ ଦେଖି ଲୋକ ବହୁତ୍ ଖୁସି ଅନୁଭବ କରିଥିଲେ।କିଛି ବୃଦ୍ଧ ବୟସରେ ଲୋକ ପାଣ୍ଡିଆନ କୁ ଆଶୀର୍ବାଦ ଦେଇଥିଲେ। ସବୁ ଦିଗରେ ଲୋକ ସହ ଭେଟ କରିଥିଲେ।ପରେ ଆୟୋଜିତ ସଭା ରେ ଶ୍ରେ ଆରମ୍ଭ କରିବା ସୁଯୋଗ ମିଳିଥିବା ରୁ ଜଗନ୍ନାଥ ପକରେ ପ୍ରଥାନା କରିଥିଲେ। ଲୋକ ଦେଇଥିବା ଅଭିଯୋଗ ପତ୍ର ଗ୍ରହଣ କରିଥିବା ଏହାବିଶ୍ୱାସର କାଗଜ ଏହା ବିଶ୍ୱାସର କାଗଜ, ଆପଣଙ୍କର ମୁଖ୍ୟମନ୍ତ୍ରୀଙ୍କ ଉପରେ ଥିବା ବିଶ୍ୱାସର ପ୍ରତୀକ ।

ଯାହା ମୁଖ୍ୟମନ୍ତ୍ରୀ କୁହନ୍ତି ତାହା କରନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ କଥା ରଖି ଦେଓମାଳିର ବିକାଶ କରିଛନ୍ତି । ରୂପାନ୍ତରଣ ଲାଗି ଆପଣଙ୍କ ଅନୁରୋଧ ରକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଆଉ ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ଉନ୍ନତି ହେଇଥିବା ସୂଚନା ଦେଇଛନ୍ତି।କାମରେ ବିଶ୍ବାସ କରନ୍ତି ମୁଖ୍ୟମନ୍ତ୍ରୀମୁଖ୍ୟମନ୍ତ୍ରୀ ଯେଉଁ ଦିନ ଠାରୁ ଓଡିଶାର ସେବା କରିଆସୁଛନ୍ତି ସେବେ ଠାରୁ ରାଜ୍ୟ ଉନ୍ନତି ପଥରେ ଆଗେଇଚାଲିଛି । ନବୀନବାବୁ କଥା କୁହନ୍ତି ନାହିଁ କାମରେ ବିଶ୍ବାସ କରନ୍ତି । ଯଦି ଉନ୍ନତି ହୋଇଛି କେବଳ ମୁଖ୍ୟମନ୍ତ୍ରୀଙ୍କ ସକାଶେ ହୋଇଚି ,ଆପଣ ମାନେ ଯେଉଁ ପୂର୍ବରୁ ସରକାର ଦେଖିଥିଲେ ଦୀର୍ଘ ୬୦ ବର୍ଷ ଧରି ଶାସନ କରୁଥିଲେ କିଛି ଉନ୍ନତି ହୋଇନଥିଲା ବୋଲି ଅଭିଯୋଗ କରିଥିଲେ ।କିନ୍ତୁ ମୁଖ୍ୟମନ୍ତ୍ରୀ ଙ୍କ ଶାସନ କାଳରେ ବହୁତ କିଛି ଉନ୍ନତି ହେବା ସହ ଆଉରି ଉନ୍ନତି ପାଇଁ। ଆମେ ସମସ୍ତେ ଶଙ୍ଖ ଚିହ୍ନରେ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ନୂଆ ଓଡିଶା ନବୀନ ଓଡିଶା ଗଠନରେ ସାହାର୍ଯ୍ୟ କରିବା ପାଇଁ ପ୍ରୟାସ କରିବାକୁ ପଡିବ ବୋଲି ପାଣ୍ଡିଆନ କହିଥିଲେ। ବି ଏସ କେ ୱାଇ ଭଲ ସ୍କିମ୍ ନୁହେଁ ବୋଲି ବିରୋଧୀ ପ୍ରଚାର କରି ବି ଜେ ଡି କୁ ବଦନାମ କରୁଛି , କେନ୍ଦ୍ର ମନ୍ତ୍ରୀ କେବଳ କଥା କହୁଛନ୍ତି କିନ୍ତୁ କାମରେ ଜିରୋ ବୋଲି ଅଭିଯୋଗ କରିଥିଲେ।କେନ୍ଦ୍ର ମନ୍ତ୍ରୀ ଉପରେ ଗୋର୍ଜିଲେ ପାଣ୍ଡିଆନ।କୋରାପୁଟ ଜିଲ୍ଲା ରେ ୪ ମାସ ରେ ୪ ଲକ୍ଷ ମହିଳା ଲକ୍ଷ୍ମୀ ବସ ଦ୍ୱାରା ଉପକୃତ ହାଇଚନ୍ତି। ଆଉ ଛାତ୍ର ଛାତ୍ରୀ ଙ୍କୁ ଏହି ବସ ସେବା ବହୁତ୍ ଉପକୃତ ହାଇପରିଛି ବୋଲି ପାଣ୍ଡିଆନ ଖୁସି ଅନୁଭବ କରିଥିଲେ।ପଟାଙ୍ଗି ନିର୍ବାଚନ ମଣ୍ଡଳୀରେ ୫୦ ଟି ହାଇସ୍କୁଲ ରୂପାନ୍ତର ହେବା ଦ୍ଵାରା ଗୁନାତ୍ମିକ ଶିକ୍ଷା ଯୋଗାଇ ଦେବା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପାଣ୍ଡିଆନ ସୂଚନା ଦେଇଛନ୍ତି।ବିନା ପ୍ରିମିୟମରେ କର୍ପ ଇନସ୍ୟୁରାନ୍ସ ଚାଷୀ ଙ୍କୁ,ମିଶନ ଶକ୍ତି ଦ୍ବାରା ମହିଳା କୁ ଋଣ ପ୍ରଦାନ୍ କରୁଥିବା ବେଳେ ଗରିବ ଲୋକ ମୁଁହ ରେ ହସ ଫୁଟେଇ ଦେଖେଇବାକୁ ମୂଜ୍ୟ ମନ୍ତ୍ରୀ ଚେଷ୍ଟା କରି ଥିବା ପାଣ୍ଡିଆନ କହି ଥିଲେ।ବିକାଶ ଯାତ୍ରା ଆଗକୁ ଚାଲୁ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।କୋରାପୁଟ ସାଂସଦ ବିଗତ ୫ ବର୍ଷ ରେ କିଛି କରିନଥିବା ପାଣ୍ଡିଆନ ଅଭିଯୋଗ କରି ଏହି ନିର୍ବାଚନରେ ବି ଜେ ଡି ସଂସଦ ପ୍ରାର୍ଥୀ ନୁ ଜୟ ଯୁକ୍ତ କରିବା ପାଇଁ ନିବେଦନ କରିଥିଲେ।ନିର୍ବାଚନ ରେ ଅଧିକ ସଂଖ୍ୟାରେ ଭୋଟ ଗ୍ରହଣ କରିବା ପାଇଁ ନିବେଦନ କରିଥିଲେ।ପୁଣି ଏଥର ସାରା ରାଜ୍ୟରେ ଶଙ୍ଖନାଦ ହେବ ବୋଲି କହି ଥିଲେ। ସଭା ରେ ବିଜୁ ଜନତା ଦଳ ନେତା କର୍ମୀ ପକ୍ଷରୁଶ୍ରୀ ପାଣ୍ଡିଆନ କୁ ସମ୍ବର୍ଧନା ଦେଇଥିଲେ।ପଟ୍ଟାଙ୍ଗୀ ମାଟିରେ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ସୂର୍ଯ୍ୟ ନାରାୟଣ ରଥ ଶର୍ମାଙ୍କ ଦ୍ବାରା କାର୍ତ୍ତିକ ପାଣ୍ଡିଆନ୍ ସମ୍ମାନୀତ ନେଇ ଥିଲେ। ଏଥିପାଇଁ ପାଣ୍ଡିଆନ ନିଜକୁ ଗର୍ବିତ ଅନୁଭବ କରିଥିଲେ।ପାଣ୍ଡିଆନ ଲୋକ ସହ ସେଲ୍ଫି ନେଇଥିଲେ।କାର୍ଯକ୍ରମ ରେ ଜିଲ୍ଲା ସଭାପତି ଝିନ ହୀକୋକା, ପର୍ଯ୍ୟବେକ୍ଷକ ବାଲା ରାୟ,, ଅମିତ୍ Agarwalମୁକ୍ତ ଯୋଜନା ର ଉପଦେଷ୍ଟା ମୀରା ପରିଡ଼ା, ଜିଲ୍ଲା ମହିଳା ନେତ୍ରୀ ପାର୍ବତୀ ମସ୍ତି,, ବରିଷ୍ଟ ନେତା ଗୋପାଳ କ୍ରିଷ୍ଣା ବେବର୍ତ୍ତା, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ର ଉପାଧ୍ୟସ୍ୟ ଲକ୍ଷ୍ମୀ ହନ୍ତାଳ ସେମିଳିଗୁଡା,ନନ୍ଦ ପୁର,ପଟାଙ୍ଗି ନିର୍ବାଚନ ମଣ୍ଡଳୀ ର ନେତା କର୍ମୀ, ଜନ ପ୍ରତିନିଧି ମାନେ ଯୋଗ ଦେଇଥିଲେ।ଏହି ଅବସର ରେ ବିଭିନ୍ନ ସଂସ୍କର୍ତିକ କାର୍ଯକ୍ରମ ଆୟୋଜନ କରିଥିଲେ।।ଜିଲ୍ଲା ରେ ବିଜୁ ଜନତା ଦଳର ପ୍ରଚାର ପଟାଙ୍ଗି ରୁ ଆରମ୍ଭ କରିଥିବାରୁ ନେତା କର୍ମୀ ମଧ୍ୟରେ ନୂତନ ଉତ୍ସାହ ଦେଖାଯାଉଛି ।ନିର୍ବାଚନ ମଣ୍ଡଳୀ ରେ ବି ଜେ ଡି ଜୟ ଯୁକ୍ତ କରିବା ପାଇଁ ଷ୍ଟାର କ୍ୟାମ୍ପିଂ ଆରମ୍ଭ ହେଉଥିବା ବେଳେ ପାଣ୍ଡିଆନ ସଭା ସ୍ଥଳ କୁ ସୁନ୍ଦର ପ୍ରବେଶ ରେ ଆୟୋଜନ କରିଚନ୍ତି।ପାଣ୍ଡିଆନ ଗସ୍ତ ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରିପୋର୍ଟ by ch kurma Rao semililguda

Leave a Reply

Your email address will not be published. Required fields are marked *