ଆର,ଉଦୟଗିରି(ମନୋଜ କୁମାର ପାଢୀ.24/04/24. ଚିକିତ୍ସାଧିନ ଅବସ୍ଥାରେ ୫ ବର୍ଷର ଶିଶୁ କନ୍ୟା ମୃତ୍ୟୁ ଘଟିଛି, ଆଶ୍ରମ ବିଦ୍ୟାଳୟ ଗରମ ଡ଼ାଲିରେ ପଡ଼ି ଶିଶୁ ଗୁରୁତର ହୋଇ କଟକ ମେଡ଼ିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାର ମୃତ୍ୟୁ ଘଟିଛି l ଗଜପତି ଜିଲ୍ଲା ମୋହନା ବ୍ଲକ ଦମାଦୁଆ ସରକାରୀ ବାଳିକା ଆଶ୍ରମ ବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା l ଗତ ୧୬ ତାରିଖ ସାନ୍ଧ୍ୟ ସମୟରେ ରୋଷେୟା ନମିତା ମଲ୍ଲିକ ତାଙ୍କ ୫ ବର୍ଷର ଝିଅକୁ ନେଇ ରୋଶେଇ କରିବାକୁ ଆଶ୍ରମ ବିଦ୍ୟାଳୟକୁ ଯାଇଥିଲେ । ସେଠାରେ ରୋଶେଇ କରୁଥିବା ସମୟରେ ଶିଶୁ କନ୍ୟା ଗରମ ଡାଲିରେ ପଡିଯାଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ପ୍ରଥମେ ମୋହନା ଓ ପରେ କଟକ ମେଡ଼ିକାଲ୍ ରେ ଭର୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ କଟକ ମେଡ଼ିକାଲରେ ଆଜି ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ତେବେ ଏ ସମ୍ପର୍କରେ ସ୍କୁଲ କର୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
Related Posts
ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ।
ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଟିମ। ଦଳ ଆଜି ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇ ଦେଇଛି। ଏଥିସହ…
ଜାତୀୟ ପ୍ରେସ ଦିବସରେ ସମ୍ମାନିତ ହେଲେ ମାଲକାନଗିରି ର ସୁରଜ
-ଜାତୀୟ ପ୍ରେସ ଦିବସରେ ସମ୍ମାନିତ ହେଲେ ମାଲକାନଗିରି ର ସୁରଜ-ରାଜ୍ୟପାଳ କଲେ ସମ୍ମାନିତ -ସାମ୍ବାଦିକ ଭେଟେରାନ୍ ଦିଲୀପ ଶତପଥୀ ସମ୍ମାନରେ ହେଲେ ସମ୍ମାନିତ ଭୁବନେଶ୍ୱର:ଭୁବନେଶ୍ବର ସ୍ଥିତ ଜୟଦେବ…
India defeated Sri Lanka in the Super Over
India defeated Sri Lanka in the Super Over, winning the series 3-0. Earlier, Indian spinners held Sri Lanka to 137/8,…