୨ ଅନାଥ ଭଉଣୀଙ୍କୁ ଥଇଥାନ କଲା ଗଜପତି ପ୍ରଶାସନ!

୨ ଅନାଥ ଭଉଣୀଙ୍କୁ ଥଇଥାନ କଲା ଗଜପତି ପ୍ରଶାସନ

ଗଜପତି (୨୩/୪/୨୦୨୪):ଗଜପତି ଜିଲ୍ଲା ମୋହନା ବ୍ଲକ ଗୁରୁବା ଗ୍ରାମର ଦୁଇ ଅନାଥ ଭଉଣୀ ଗତ ୨ ବର୍ଷ ହେଲା ବହୁ ଦୁଃଖ ଓ ଅନାଟନରେ ଜୀବନଯାପନ କରୁଥିଲେ.ଏନେଇ ବିଭିନ୍ନ ଖବର କାଗଜରେ ୨ ଭଉଣୀଙ୍କ ଫଟୋଚିତ୍ର ସହ ବିସ୍ତୃତ ଖବର ପରିବେଷଣ ହୋଇଥିଲା. ଏହାପରେ ଗଜପତି ପ୍ରଶାସନ ତରଫରୁ ଏହି ୨ ଅନାଥ ଭଉଣୀଙ୍କୁ ଆବଶକ୍ୟ ଥଇଥାନ କରାଯାଇଥିବା ଜଣାଯାଇଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ଗୁଲୁବା ଗ୍ରାମର ରାମଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ଆରପାରିକୁ ଚାଲି ଯାଇଛନ୍ତି । ବାପା ଓ ମାଆ ଚାଲିଗଲା ପରେ ଏହି ଅନାଥ ଦୁଇ ଭଉଣୀ ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଥିଲେ । ବାପା ମାଆଙ୍କ ମୃତ୍ୟୁ ପରେ ଯେଉଁ ବୟସରେ ହାତରେ କଲମ ଧରି ଦୁଇ ଭଉଣୀ ପାଠ ପଢ଼ିବା କଥା ସେହି ବୟସରେ ନିଜର ପେଟର ଭୋକକୁ ସହିନପାରି ମଜୁରୀ କରିବାକୁ ବାଧ୍ୟ କରିଥିଲା । ବଡ଼ ଭଉଣୀ ଯାହା କୁଳିଲାଗି ମଜୁରୀ କରି ଦୁଇ ପଇସା ଆଣୁଥିଲେ ସେଥିରେ ଲୁଣ, ସଂସ୍କାର ଚାଲୁଥାଏ। ବହୁତ ଦୁର୍ଦିନ ଓ ଦୁର୍ଦ୍ଦଶାରେ ଜୀବନ କାଟୁଥିଲେ। ଅନେକ ସମୟରେ ଭୋକର ଯନ୍ତ୍ରଣା ସହି ନ ପାରି ଵାର ଦୁଆରେ ହାତ ପତାଇ ଆସୁଥିଲେ. ଏ ସମସ୍ତ ଘଟଣା ଆମ କାଗଜରେ ପ୍ରକାଶ ପାଇବା ପରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦେଶକ୍ରମେ ଅନାଥ ୨ ଭଉଣୀଙ୍କୁ ପାରଳାଖେମୁଣ୍ଡି ଶିଶୁ ସୁରକ୍ଷା ୟୁନିଟରେ ଥାଇଥାନ କରାଯାଇଛି. ଆଗାମୀ ଦିନରେ ଏହି ୨ ଅନାଥ ଭଉଣୀଙ୍କ ସମସ୍ତ ଶିକ୍ଷାଗତ ସୁବିଧା ସହ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *