ପୁରୁଣାପାଣି ପଞ୍ଚାୟତବାସୀଙ୍କ ମୌଳିକ ସମସ୍ୟା ପୁରଣ ଦାବି ନଚେତ ଭୋଟବର୍ଜନ ଚେତାବନୀ

ପୁରୁଣାପାଣି ପଞ୍ଚାୟତବାସୀଙ୍କ ମୌଳିକ ସମସ୍ୟା ପୁରଣ ଦାବି ନଚେତ ଭୋଟବର୍ଜନ ଚେତାବନୀ

ଆର,ଉଦୟଗିରି(ମନୋଜ କୁମାର ପାଢୀ ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ପୁରୁଣାପାଣି ପଞ୍ଚାୟତର ବିଭିନ୍ନ ଗ୍ରାମବାସୀଙ୍କ ମୌଳିକ ସମସ୍ୟା ପୁରଣ ଦାବିରେ ସମସ୍ତ ଗ୍ରାମବାସୀଙ୍କ ଭୋଟବର୍ଜନ କରିବାକୁ ଧମକ ଦେଇଛନ୍ତି । ଦୀର୍ଘ ବର୍ଷ ହେଲା ଏହି ପଞ୍ଚାୟତର ଅଧିକାଂଶ ଗ୍ରାମରେ ଶିକ୍ଷାର ସୁବିଧା ନାହିଁ, ଗ୍ରାମଗୁଡିକୁ ପୁଚୁରାସ୍ତ ସୁବିଧା ନାହିଁ, ବିଦ୍ୟୁତ ସଂଯୋଗ ନାହିଁ ଓ ପାନୀୟ ଜଳଯୋଗାଣ ନିହିଁ ଏହି ଭଲି ମୌଳିକ ସୁବିଧା ଉପଲବ୍ଧ ପାଇଁ ବାରମ୍ବାର ଦାବି କରାଯାଉ ଥିଲେ ମଧ୍ୟ ପ୍ରଶାସନ ସେଥିପ୍ରତି ଧ୍ୟାନ ଦିଆଯାଉନି । ରବିବାର ଏହିସବୁ ମୌଳିକ ସମସ୍ୟାର ପର୍ ଦାବିରେ ତଇଲ, ରାମଗୁଡା, ଅଲରା, ଦଲିଖତ, ରୁବାଲ ଜାଡାପାଣି, ଆଖଡାସାହି ଓ ଜାଡା ଗ୍ରାମର ପ୍ରାୟ ଦୁଇ ଶହରୁ ଉଦ୍ଧ୍ବ ଗ୍ରାମବାସୀ ରାମଗୁଡା ଏକ ମିଳିତ ପ୍ରତିବାଦ ସଭା କରିବା ସହ ଭୋଟବର୍ଜନ ଚେତାବନୀ ଦେଇଥିଲେ । ଯଦି ଏହି ଗ୍ରାମର ସମସ୍ୟା ସୁବିଧା ସ୍ଥାନୀୟ ଲୋକଙ୍କ ପାଇଁ ବନ୍ଦୋବସ୍ତ ନ କରାଯାଏ ତେବେ ଆଗାମୀ ସାଧାରଣ ନିର୍ବାଚନ ଭୋଟବର୍ଜନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ପ୍ରକାଶଯୋଗ୍ୟ ଯେ ଗତ ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ଏଭଳି ମୌଳିକ ସମସ୍ୟା ଦାବି ପୂରଣକୁ ନେଇ ଏହି ସମସ୍ତ ଗ୍ରାମବାସୀମାନେ ପୁରୁଣାପାଣି (ନିକଟତମ ସିଆଲିଲଟି ପଞ୍ଚାୟତ) ଠାରେ ଏଭଳି ଦାବି କରିଥିଲେ। ଆର,ଉଦୟଗିରି ବ୍ଳକ ପ୍ରଶାସନ ସେହିଗ୍ରାମକୁ ଯାଇ ଲୋକମାନଙ୍କୁ ବହୁପ୍ରକର ବୁଝାସୁଝା କରି ଭୋଟବର୍ଜନରୁ ନିବୃତ୍ତ କରିଥିଲେ । ନିର୍ବାଚନ ସରିବାର ବହୁବର୍ଷ ପରେ ମଧ୍ୟ ଆଜିସୁଧା ଏହି ଗ୍ରାମଗୁଡିକରେ ଅଭିଯୋଗ କରିଥିବା ଗୋଟିଏ ମଧ୍ୟ ସମାଧାନ ହୋପାରିଲା ନାହିଁ । ସେଥିଯୋଗୁ ଏହି ଗ୍ରାମବାସୀମାନେ ଭୋଟବର୍ଜନ କରିବାକୁ ସ୍ତିରକରିଛନ୍ତ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *