ସଲିଆପତିନିକୁ ବେଆଇନ ଶିକାର କରୁଥିବା ୪ ଶିକାରୀ ଗିରଫଗଜପତି , /୨୦/୪ :ପାରଳାଖେମୁଣ୍ଡି ଡ଼ିଏଫଓ ଏସ. ଆନନ୍ଦ କୁମାର ଜିଲ୍ଲାରେ ଜଙ୍ଗଲ ଓ ଜଙ୍ଗଲ ଜନ୍ତୁଙ୍କ ସୁରକ୍ଷା ପାଇଁ କଡାକଡ଼ି ନିର୍ଦେଶକ୍ରମେ ଗଜପତି ଜିଲ୍ଲାରେ ସମସ୍ତ ବନ କର୍ମଚାରୀ ସଜାଗ ରହିବା ସହ ବିଭିନ୍ନ ପ୍ରକାର ପେଟ୍ରୋଲିଂରେ ଜାରି ରଖିଛନ୍ତି. ଏଭଳି ପେଟ୍ରୋଲିଂରେ ଜାରି ରଖିଥିବାବେଳେ ସଲିଆପତିନିକୁ ବେଆଇନ ଭାବେ ଶିକାର କରୁଥିବା ୪ ଜଣଙ୍କୁ ଗିରଫ କରାଯାଇଛି. ଘଟଣାରୁ ପ୍ରକାଶ ପାରଳା ବନ ଉପଖଣ୍ଡର ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଅମିତ୍ ସୁବ୍ରଜିତଙ୍କ ନେତୃତ୍ୱରେ ଗତ ବୁଧବାର ବିଳମ୍ବିତ ରାତ୍ରରେ ଗରାବନ୍ଧ ସେକ୍ସନ ଷ୍ଟାଫ ଲବନ୍ୟଗଡ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ପେଟ୍ରୋଲିଂ କରୁଥିବା ସମୟରେ ଜଙ୍ଗଲ ଜନ୍ତୁକୁ (ସଲିଆପତିନି) ବେଆଇନ ଭାବେ ଶିକାର କରୁଥିବା ଦେଖ୍ ୪ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ମାନେ ଆନ୍ଧ୍ରପ୍ରଦେଶର ଶେଖରପୁର ଗ୍ରାମର ହୋଇଥିବା ବେଳେ ସେମାନଙ୍କ ନିକଟରୁ ଜନ୍ତୁ ଶିକାର ମାରଣଅସ୍ବ ଜବତ କରାଯାଇଛି. ଏଥିରେ ଆଉ କେଉଁମାନେ ସଂଶ୍ଳିଷ୍ଟ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରିରହିଛି । ଏହି ପେଟ୍ରୋଲିଂରେ ବନପାଳ ଦୁର୍ୟ୍ୟୋଧନ ଜେନା,ବନରକ୍ଷୀ ଗିରିଶ କୁମାର ଏବଂ ପାରା ଫରେଷ୍ଟ ଷ୍ଟାଫ ଉପସ୍ଥିତ ରହିଥିଲେ।
Related Posts
India got its first gold in archery.. Paris Paralympic 2024.
Harvinder Singh is the first Archery player of india to play in the final . he created history in the…
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ‘ଏକତା ଦୌଡ’ ରେ ସାମିଲ ହେଲେ ପ୍ରାୟ ୩୦୦୦ ପିଲା
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ‘ଏକତା ଦୌଡ’ ରେ ସାମିଲ ହେଲେ ପ୍ରାୟ ୩୦୦୦ ପିଲା ଭୁବନେଶ୍ଵର : ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ…
ନଭେମ୍ବର ୧୭ ରେ ଅନୁଷ୍ଠିତ ହେବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ
ନଭେମ୍ବର ୧୭ ରେ ଅନୁଷ୍ଠିତ ହେବ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତ ସଂସ୍କୃତିଭବନ ସମ୍ମିଳନୀ କକ୍ଷରେ ବର୍ଷ ୨୦୨୦,୨୦୨୧ ଏବଂ…