ଛେଲାଗଡ ସରପଞ୍ଚ ଦୁଇରୁ ଅଧିକ ସନ୍ତାନ ମାମଲା ତଳକୋର୍ଟ ରାୟ ଉପରେ ରିହିତାଦେଶ ଜାରି

ଆର.ଉଦୟଗିରି(ମନୋଜ କୁମାର ପାଢୀ): ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆର,ଉଦୟଗିରି ବ୍ଳକ ଛେଳାଗଡ ସରପଞ୍ଚ ଡାଳିମ୍ବ ଗମାଙ୍ଗ ତାଙ୍କର କେବଳ ୨ଟି ସନ୍ତାନ ଅଛନ୍ତି ବୋଲି ସତ୍ୟପାଠ କରିଥିଲେ । ଏହାକୁ ଚାଲେଞ୍ଜ୍ କରି ଦ୍ବିତୀୟ ସ୍ଥାନରେ ଥିବା ସରପଞ୍ଚ ଆଶାୟୀ ରମେଶ ଚନ୍ଦ୍ର ମାଝୀ ସିଭିଲ ଜଜ୍ୟ(ଜୁନିଅର ଡିଭିଜନା) ଙ୍କ ନିକଟରେ ଆବେଦନ କରିଥିଲେ । ୨୦୨୪ ମାର୍ଚ ୧୬ ତାରିଖରେ ଏହାର ଶୁଣାଣି କରି ସିଭିଲ ଜଜ୍ ( ଜୁନିଅର ଡିଭିଜନ ) ନିର୍ବାଚନ ପିଟିସନ ୩/୨୦୨୨ ପ୍ରକାରେ ଡାଳିମ୍ବ ଗମାଙ୍ଗଙ୍କ ସରପଞ୍ଚ ପଦ ରଦ୍ଦ କରିଥିଲେ । ଏହି ରାୟ ଉପରେ ସନ୍ତୁଷ୍ଟ ନ ହୋଇ ଡାଳିମ୍ବ ଗମାଙ୍ଗ ଉପରେ କୋର୍ଟ (ଜିଲ୍ଲା କୋର୍ଟରେ ଅପିଲ୍ କରିଥିଲେ ।

ମାନ୍ୟବର ଜିଲ୍ଲା କୋର୍ଟ ଗ୍ରହଣ କରି ତଳ କୋର୍ଟ ଶୁଣାଇଥିବା ଆଦେଶ ଉପରେ ରହିତାଦେଶ ଶୁଣାଇଛନ୍ତି । ଫଳରେ , ଦ୍ବିତୀୟ ସ୍ଥାନରେ ଥିବା ପ୍ରତିବାଦୀଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ତଳକୋର୍ଟ ଦେଇଥିବା ଆଦେଶ ମଧ୍ୟ ସ୍ଥଗିତ ହୋଇଯାଇଛି । ଏ ସମ୍ପର୍କରେ ଡାଳିମ୍ବଙ୍କ ଓକିଲ କମଳିନୀ ପଟ୍ଟନାୟକ ମାମଲାର ବରବତ୍ତୀ ଶୁଣାଣି ଚଳିତ ମାସ ୨୫ ତାରିଖରେ ହେବ ବୋଲି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *