ପୋଲିସକୁ ଦେଖି ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ ଫୋପାଡି ଚାଲାଣକାରୀ ଫେରାର
ଗଜପତି , ():ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବାତୀ ଏସ୍. କୁମାରଙ୍କ ନିର୍ଦ୍ଦେଶ କ୍ରମେ ଗାରବନ୍ଧ ଥାନା ଅଧିକାରୀ ରିନାରାଣୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ବଡହଂସା ନାକା ପଏଣ୍ଟ ଠାରେ ଗତକାଲି ସନ୍ଧ୍ୟା ସମୟରେ ଯାନବାହାନ ଯାଞ୍ଚ କାର୍ଯ୍ୟକ୍ରମ ଚାଲୁ ରହିଥିଲା । ଇତି ମଧ୍ୟରେ ଜଣେ ଦ୍ରୁତ ଗତିରେ ଏକ ସ୍କୁଟିରେ ଆସୁଥିବାର ଦେଖିଥିଲେ ମୁତୟନ ହୋଇଥିବା ପୋଲିସ କର୍ମଚାରୀ । ଏହାକୁ ରୋକିବାପାଇଁ ଚେଷ୍ଟା କଲାବେଳେ ସେ ଚାଳନା କରୁଥିବା ସ୍କୁଟିରୁ ଜରି ଅଖା ଭର୍ତ୍ତି ବ୍ୟାଗ ଫୋପାଡି ଦେଇ ଚମ୍ପଟ ମାରିଥିଲା । ପୋଲିସ ଉକ୍ତ ଜରି ବ୍ୟାଗ ପଡିଥିବା ସ୍ଥାନକୁ ଯାଇ ଯାଞ୍ଚ କରିବା ବେଳେ ଗଞ୍ଜେଇ ଥିବାର ଜାଣିବାକୁ ପାଇଥିଲେ । ପରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରାଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରିବାରେ ଏହା ୧୩କେଜି ୪୦୦ଗ୍ରାମ ଥିବାର ଜଣାପଡିଥିଲା । ଯାହାର ଆନୁମାନିକ ମୂଲ୍ୟ ଟଙ୍କା ବୋଲି ଜଣାପଡିଛି । ଏନେଇ ଗାରବନ୍ଧ ଥାନାରେ ମାମଲା ରୁଜୁ କରାଯାଇ ଚମ୍ପଟ ମାରିଥିବା ଗଞ୍ଜେଇ ଚାଲାଣକାରୀଙ୍କୁ ଚିହ୍ନଟ ପାଇଁ ତଦନ୍ତ ଚାଲୁ ରହିଥିବାର ଗାରବନ୍ଧ ପୋଲିସ ସୂତ୍ରରୁ ପ୍ରକାଶ ।