ପାରଳାଖେମୁଣ୍ଡିରେ ରୌଦ୍ରତାପ ବୃଦ୍ଧି, ସକାଳ ୧୦ ଘଣ୍ଟା ପରେ ରାସ୍ତାଘାଟ ଶୂନଶାନ

ଗଜପତି: ପାରଳାଖେମୁଣ୍ଡି ସହରରେ ବର୍ତ୍ତମାନ ରୌଦ୍ରତାପ ବିଶେଷ ଭାବେ ବୃଦ୍ଧି ପାଇଛି.ପ୍ରତେକ ଦିନ ସକାଳୁ ସନ୍ଧ୍ୟା ସମୟରେ ସମୟରେ ଉତ୍ତାପ ଥିଲେ ସୁଦ୍ଧା ଖରାର ପ୍ରକୋପ ନଥିବା ଯୋଗୁଁ କିଛି ପରିମାଣରେ ଲୋକେ ଆଶ୍ଵସ୍ତି ପାଉଛନ୍ତି.ହେଲେ ସକାଳ ୧୦ ଘଣ୍ଟା ହୋଇଗଲେ ପ୍ରବଳ ଖରା ଯୋଗୁଁ ଲୋକେ ଘରୁ ବାହାରୁ ନାହାନ୍ତି. ରାସ୍ତାଘାଟ ଶୂନଶାନ ରହୁଛି. ନିହାତି କାମ ଥିଲେ ଲୋକ ଯାତାୟାତ କରୁଛନ୍ତି । ରାଜ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥ‌ିବା ବେଳେ ପାରଳାଖେମୁଣ୍ଡିରେ ଆଜି ତାପମାତ୍ର ୪୦ ଡିଗ୍ରୀ ରହିଥ‌ିବା ଗଜପତି ଜିଲ୍ଲା ଜରୁରୀକାଳିନ ଅଧୁକାରୀ ସୂଚନା ଦେଇଛନ୍ତି। କିଛି ଦିନ ହେଲା ପାରଳାଖେମୁଣ୍ଡିରେ ପ୍ରବଳ ଖରା ତାତି ଅନୁଭୂତ ହେଉଛି। ସକାଳୁ ଘରୁ ବାହାରି ହେଉଛି। ମାତ୍ର ୧୧ଟା ପର ଠାରୁ ଖରାତାତି ବଢ଼ିବାରେ ଲାଗୁଛି। ରାସ୍ତାଘାଟ ଶୂନଶାନ ହୋଇ‌ଯାଉଛି। ନିହାତି କାମ ନଥୁଲେ ଘରୁ ବାହାରିବାକୁ ଇଛା ହେଉନି। ମୁଣ୍ଡରେ ଟୋପି, ଓଦା ଗାମୁଛା, ଛତା ଧରି ଯିବାକୁ ପଡ଼ୁଛି। ଅନେକ ଦୋକାନ ବଜାର ମଧ୍ୟ ବନ୍ଦ ହୋଇଯାଉଛି। ଅପରାହ୍ନ ପ୍ରାୟ ୨ଟା ପରଠାରୁ ତାତି କମିବାରେ ଲାଗୁଛି।

ଅପରାହ୍ନାରୁ ଜନଜୀବନ ତଥା ଯାତାୟାତ ସ୍ବାଭାବିକ ହେଉଛି। ଅନ୍ୟପକ୍ଷରେ ସହରର ପାରଳ ପୌରପରିଷଦ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଛକ ମାନଙ୍କରେ ଜଳଛତ୍ର ବ୍ୟବସ୍ଥା ଖୋଲାଯାଇଛି। ଦିନ ମଜୁରିଆ, ଶ୍ରମିକ, ତାତିରୁ ତ୍ରାହି ପାଇବାକୁ ରାସ୍ତାଘାଟର ଦୋକାନ, ଆଶ୍ରୟସ୍ଥଳୀ ଓ ଗଛମୂଳ ଆଶ୍ରୟ ନେଉଛନ୍ତି। ଶୋଷ ମେଣ୍ଟାଇବାକୁ ପଇଡ଼, ଆଖୁରସ, ତରଭୁଜ ଆଦି ଦୋକାନରେ ଲୋକଙ୍କ ବେଶ୍ ଭିଡ ଜମୁଛି। ବେପାରୀଙ୍କ ପାଇଁ ତାତି ସେମାନଙ୍କ ବ୍ୟବସାୟକୁ ଦୁଇ ଗୁଣିତ କରିଛି। ସହର ନୂତନ ବଷ୍ଟାଣ୍ଡ, କଲେଜ ଛକ, ରାଜଦଣ୍ଡ, ଗାନ୍ଧିଛକ ମଧ୍ୟରେ ଥିବା ଛକ ଗୁଡିକରେ ଥଣ୍ଡା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମୁଛି। ବ୍ୟବସାୟୀମାନେ, ବାଦାମ ମିଲକ, ଲସି, ଲେମ୍ବୁ ରସ, ଭଳି ବିଭିନ୍ନ ପ୍ରକାରର ଥଣ୍ଡା ବିକ୍ରି କରୁଛନ୍ତି। ଏହି ଦିନ ଗୁଡ଼ିକରେ ତରଭୁଜ ଚାହିଦା ବୃଦ୍ଧି ପାଇଛି। ଖରା ଯୋଗୁଁ ସ୍କୁଲ ସକାଳୁଆ କରାଯାଇଛି। ଖରାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *