ରାୟଗଡ଼ା ଗ୍ରୀନ ରାୟଗଡ଼ା ପକ୍ଷରୁ ବିଶ୍ଵ ଜଳ ଦିବସ ପାଳିତ
ରାୟଗଡ଼ା : ତା : ୨୨/୦୩/୨୫ବିଶ୍ଵ ଜଳ ଦିବସ ଅବସରରେ ରାୟଗଡ଼ା ଜିଲ୍ଲା ର ଏକ ଅଗ୍ରଣୀ ସାମାଜିକ ସଂଗଠନ ଗ୍ରୀନ ରାୟଗଡ଼ା ପକ୍ଷରୁ ଆଜି ବିଶ୍ଵ ଜଳ ଦିବସ ପାଳନ କରାଯାଇଛି । ଏହି ଅବସରରେ ଗ୍ରୀନ ରାୟଗଡ଼ା ଅନୁଷ୍ଠାନ ର ସଂଯୋଜକ ଶ୍ରୀ କୃଷ୍ଣ କାନ୍ତ ଜେନା ଏବଂ ଯୋଗେଶ୍ୱର ଦାସଙ୍କ ନେତୃତ୍ବରେ ଆଜି ପ୍ରଥମେ ରାୟଗଡ଼ା ରେଳ ଷ୍ଟେସନ ସମ୍ମୁଖ ଏବଂ ମୂଖ୍ୟ ରାସ୍ତା ର ଦୁଇ ପାର୍ଶ୍ଵରେ ଲାଗି ଥିବା ଗଛ ଗୁଡ଼ିକରେ ଜଳ ଦେବା ସହ ସହରର ବିଭିନ୍ନ ବସ୍ତି ଏବଂ ରାସ୍ତା କଡ଼ରେ ଲଗା ଯାଇଥିବା ଗଛ ଗୁଡ଼ିକରେ ଜଳ ଦିଆଯାଇଥିଲା । ଏହି ମହତ କାର୍ଯ୍ୟକ୍ରମରେ ଗ୍ରୀନ ରାୟଗଡ଼ା ଦୀର୍ଘ ୧୮ ବର୍ଷ ଧରି ରାୟଗଡ଼ା ସହରକୁ ପଲିଥିନ ମୁକ୍ତ କରିବା , ବୃକ୍ଷ ଚାରା ରୋପଣ କରି ତାର ଯତ୍ନ ନେବା , ନିଜ ଜନ୍ମ ଦିନରେ ଗୋଟିଏ ଗଛଟି ଲଗାଇବା ସହ ତାର ଯତ୍ନ କିପରି ନିଆଯିବ, ପଲିଥିନ ବ୍ୟବହାର କୁ କିପରି ଦୂରେଇ ରହିବା ଏପରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସହରର ସ୍କୁଲ ଛାତ୍ରଛାତ୍ରୀଙ୍କୁ , ଦୈନନ୍ଦିନ ବ୍ୟବସାୟ ବଜାରରେ ଏବଂ ଜନସାଧାରଣଙ୍କ ମହଲରେ ଏପରି ଭିନ୍ନ ଭିନ୍ନ ଉପାୟରେ ସଚେତନତା ସୃଷ୍ଟି କରି ଆସୁଛୁ ବୋଲି ଅନୁଷ୍ଠାନ ର ସଂଯୋଜକ ଶ୍ରୀ ଯୋଗେଶ୍ଵର ଦାସ ଏବଂ ଶ୍ରୀ କୃଷ୍ଣ କାନ୍ତ ଜେନା ପ୍ରକାଶ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମାଜ ସେବୀ ତଥା ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ଶ୍ରୀ ବାଦଲ ତା , ପ୍ରାଧ୍ୟାପକ ଡଃ ଦୁଷ୍ମନ୍ତ କୁମାର ମହାନ୍ତି, ଡଃ ପ୍ରସନ୍ନ କୁମାର ଗନ୍ତାୟତ, ପି . ଗୈାରୀ , ଭାରତୀୟ ମଜଦୂର ସଂଘର ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁଙ୍କ ସହ ସହର ବିଭିନ୍ନ ଅନୁଷ୍ଠାନର ନେତୃବୃନ୍ଦ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଗ୍ରୀନ ରାୟଗଡାର ଏପରି କାର୍ଯକ୍ରମ କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ।

