ଗଣ୍ଡାହାତୀ ଗ୍ରାମରେ ଘଟ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପନ । ଆର,ଉଦୟଗିରି(ମନୋଜ ପାଢୀ) ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ଗ୍ରାମରେ ମା ମାହେଶ୍ୱରୀ ଙ୍କ ଘଟ ଯାତ୍ରା ମେ ମାସ ୨୮ ତାରିଖ ଠାରୁ ଆରମ୍ଭ ହୋଇ ଜୁନ ମାସ ୩ ତାରିଖ ପର୍ଯ୍ୟନ୍ତ ସାତ ଦିନ ଧରି ଅନୁଷ୍ଠିତ ହେବ । ଗ୍ରାମର ପରମ୍ପରା ଅନୁସାରେ ବିଶୋଇ ବଂଶର ଦାୟାଦ ଈଶ୍ୱର ଚନ୍ଦ୍ର ବିଶୋଇ ଶୁଭ ଖୁଣ୍ଟି ସ୍ଥାପନ କରିଥିଲେ । ଯାତ୍ରା କମିଟି ସଭାପତି ଅଶୋକ ଦଳାଇ , ଉପ ସଭାପତି ସୁକୁଟା ମଣ୍ଡଳ , କୋଷାଧ୍ୟକ୍ଷ ବିଷ୍ଣୁ ପ୍ରସାଦ ସଙ୍କିଲି , ବିନୋଦ ବିଶୋଇ , ଚନ୍ଦ୍ରଶେଖର ଦଳାଇ , ଦମ୍ବୁରୁ ପାଇକ , ପ୍ରମୋଦ ବିଡ଼ିକି, ସାଗର ଦଳାଇ , ଗଣେଷ ବିଶୋଇ , ଜିତେନ୍ଦ୍ର ପରିଛା, ଶିବ ବେହେର ଦଳାଇ , ବାବୁ ଘଡାଇ , ପିଣ୍ଟୁ ଗୌଡ଼ , ବୟୋଜ୍ୟେଷ୍ଠ ବ୍ୟକ୍ତି କାଳିଆ ପରିଛା , ଜୟନ୍ତ ସିଂ ପରିଛା , ମାଧବ ଦଳାଇ ଙ୍କ ସହ ଗ୍ରାମର ମହିଳା ମାନେ ଉପସ୍ଥିତ ଥିଲେ । ପୁରୋହିତ ଗୌରାଙ୍ଗ ପଣ୍ଡା ରୀତି ନୀତି ଅନୁସାରେ ପୂଜାପାଠ କରିଥିଲେ ।
Related Posts
ଭାରସାମ୍ୟ ହରାଇ ଓଲଟିଲା କାର୍ ତିନି ଆହତ l
ଭାରସାମ୍ୟ ହରାଇ ଓଲଟିଲା କାର୍ ତିନି ଆହତ l ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜ଼ିଲ୍ଲା ଅଡବା ଥାନା ଖାରୀଗୁଡା ନିକଟସ୍ଥ ଭୀମଦଲି ଘାଟିରେ ଏକ କାର୍…
ମୋହନା ଏସ୍ ଏସ ଡି ମାଧ୍ୟମିକ ବିଦ୍ୟାଳୟ ରେ ପି ଏମ ଶ୍ରୀ ଯୋଜନା ସହାୟତାରେ ବାର୍ଷିକ ଉତ୍ସବ ଆଡମ୍ବର ପାଳନ ।
ମୋହନା ଏସ୍ ଏସ ଡି ମାଧ୍ୟମିକ ବିଦ୍ୟାଳୟ ରେ ପି ଏମ ଶ୍ରୀ ଯୋଜନା ସହାୟତାରେ ବାର୍ଷିକ ଉତ୍ସବ ଆଡମ୍ବର ପାଳନ । ଆର,ଉଦୟଗିରି(ମନୋଜ କୁମାର ପାଢୀ/୧୮/୪)…
ଗଜପତି ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ସ୍ଥଳୀ ଗୁଡ଼ିକରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ।
ଗଜପତି ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଐତିହ୍ୟ ସ୍ଥଳୀ ଗୁଡ଼ିକରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ। ଆର,ଉଦୟଗିରି(ମନୋଜ ପାଢୀ)-: ଜିଲ୍ଲା ପ୍ରଶାସନ ଗଜପତି ପକ୍ଷରୁ ଷଷ୍ଠ ଦିନରେ…