ସିପିଆଇ (ଏମଏଇ) ଲିବରେସନର ବ୍ଳକସ୍ତରୀୟ ସମାବେଶ । ଆର,ଉଦୟଗିରି(ମନୋଜ କୁମାର ପାଢୀ) 21/03/ 2025 ତାରିଖ ଦିନ ଗଜପତି ଜିଲ୍ଲା ନୁଆଗଡ ବ୍ଲକ ଅନ୍ତର୍ଗତ ଅନୁଗୁର ପଞ୍ଚାୟତ ର ପଟେଗୁଡା ଗାଁ ରେ ବ୍ଲକ ସ୍ତରୀୟ ଆଦିବାସୀ ସମାବେଶ ହୋଇଥିଲା। ଉକ୍ତ ସମାବେଶ ରେ ରାଜ୍ୟ କମିଟି ସଭ୍ୟ ନରସିଂହ ମଣ୍ଡଳ କଂ ସଭାପତିତ୍ବରେ ଏକ ସାଧାରଣ ସଭା କରାଯାଇଛି। ଗଜପତି ଜିଲ୍ଲା ନୁଆଗଡ ବ୍ଲକ ଅନୁଗୁରୁ ପଞ୍ଚାୟତ ରେ ଆଦିବାସୀ ମାନେ ସ୍ଵାଧୀନତା ର 75 ବର୍ଷ ଧରି ଘଞ୍ଚ ଜଙ୍ଗଲ ଭିତରେ ରହିଆସୁଥିବା ବେଳେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଦେଖିବାକୁ ଜଣାପଡୁନାହିଁ । MGNREGA କାମରେ ଦୈନିକ 600 ଟକାଂ, ସମସ୍ତ କୁ ଜବ କାର୍ଡ, ପଞ୍ଚାୟତ ରେ ପେନସେନ 5000 ଟକାଂ ପ୍ରଦାନ କରିବା, ପଟେଗୁଡା, ଜୟପୁର ଓ ଅନାନ୍ୟ ଗାଁ ମାନଙ୍କରେ ପିଇବା ପାଣି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର, ମହୁଲ କେଜି 100 ଟକାଂ, ମକା କେଜି 200 ଟକାଂ, ପ୍ରତେକ ପରିବାର କୁ 300 ୟୁନିଟ୍ ବିଦ୍ୟୁତ ଯୋଗାଇବା, ଜୟପୁର ମାକିଂଡି କେଦୁନାଳ, ଆମ୍ଭାଜାରି, ନୁଆଁ ସାହି ନଦୀ ଠାରେ ଚେକ ଡ୍ୟାମ୍, ଜଗଂଲ ଜମି ଓ ଘର ଡିହ ପଟା, ଜୟପୁର ଠାରୁ ରାଡିଗୁଡା ସଂଯୋଗି କରଣ ରାସ୍ତା,ପଟେଗୁଡା, ଠାରୁ କେଡିପଦର, ଜୟପୁର, ମାଣିକ ପୁର ପକ୍କା ରାସ୍ତା କରାନଗଲେ ତହସିଲ ଓ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ପାଇଁ ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଚେତାବନୀ ଦେଇଛନ୍ତି। ଉପସ୍ଥିତ ଥିଲେ ନରସିଂହ ମଣ୍ଡଳ, ମାଥ୍ୟୁ ରଇତ, ସର୍ବଶ୍ରି ଗମାଙ୍ଗ, ସାଇଡ୍ରିକ ମଲ୍ଲିକ, କର୍ଣ୍ଣଏଲ ଗମାଙ୍ଗ, ମଇଜ ମାଝୀ, ଜୟ ମାଝୀ, ଝିରମିୟ ରଇତ, ଯୋହନ ରଇତ, ଏଲିଅ ମାଝୀ, ରାଜେନ୍ଦ୍ର ମାଝୀ ,ନିବେଦକତ୍ରିପତି ଗମାଙ୍ଗ ରାଜ୍ୟ କମିଟି ସଭ୍ୟସି ପି ଆଇ (ଏମଏଲ) ଲିବରେସନ, ଗଜପତି ନୁଆଗଡ
Related Posts
ପିଏମ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ୫୧୩ଟି ରୁଫଟପ୍ ସୋଲାର ପ୍ଲାଣ୍ଟ ସ୍ଥାପିତ
ଦକ୍ଷିଣ ଓଡ଼ିଶାରେ ସୌର ବିପ୍ଳବର ନେତୃତ୍ବ ନେଉଛି ଟିପିଏସ୍ଓଡିଏଲ୍ — ରୁଫଟପ୍ ସୋଲାର ସ୍ଥାପନ ପରେ ଦକ୍ଷିଣ ଓଡିଶାର ୧୨୬ ଜଣ ଉପଭୋକ୍ତା ବିଜୁଳି ବିଲରୁ ମୁକ୍ତି…

ଆଜି ଦିନ ୨ଟା ୩୦ସୁଦ୍ଧା ଝାରସୁଗୁଡ଼ା ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ
ଆଜି ଦିନ ୨ଟା ୩୦ସୁଦ୍ଧା ଝାରସୁଗୁଡ଼ା ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ ସମ୍ବଲପୁର-୪୧.୬ ଡିଗ୍ରୀରାଉରକେଲା-୪୦.୨ ଡିଗ୍ରୀ ହୀରାକୁଦ-୪୦ ଡିଗ୍ରୀଭୁବନେଶ୍ୱରର ଓ ଚାନ୍ଦବାଲି- ୩୯.୮ ଡିଗ୍ରୀକେନ୍ଦୁଝର-୩୭.୬ ଡିଗ୍ରୀ
ଅଡବା ଥାନା ଅନ୍ତର୍ଗତ ଗୁଲୁବା ଘାଟିରେ ପିକଅପ ଭ୍ୟାନ ଓଲଟି ୧୫ ଆହତ, ୭ ଗୁରୁତର
ଅଡବା ଥାନା ଅନ୍ତର୍ଗତ ଗୁଲୁବା ଘାଟିରେ ପିକଅପ ଭ୍ୟାନ ଓଲଟି ୧୫ ଆହତ, ୭ ଗୁରୁତର ଆର,ଉଦୟଗିରି:୨୨/୬(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ମୋହନା ବ୍ଲକ ଅଡବା ଥାନା…