ପୋଲସିକୁ ମାଡ଼ମରା ଘଟଣା: ଆକ୍ସସନର ରିଆକ୍ସନ ଦେଖାଇଲା ପୋଲିସ ଆର, ଉଦୟଗିରି,୨୨ା୩ (ମନୋଜ ପାଢୀ): ଗୁରୁବାର ବିଳମ୍ବିତ ରାତିରେ ଗାଁରେ ପଶି ଗଞ୍ଜେଇ ରେଡ କଲା ବେଳେ ମାଡ଼ ଖାଇଥିଲେ ପୋଲିସ। ପୋଲିସ ଗାଡ଼ିକୁ ବି ଭାଙ୍ଗି ଥିଲେ ଲୋକେ। ଶୁକ୍ରବାର ମୋହନା ଥାନାରେ ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖବରଦାତା ସମ୍ମିଳନୀରେ କହିଥିଲେ। ଅନ୍ୟପକ୍ଷେ ଶନିବାର ଦମ୍ ଦେଖାଇଛି ପୋଲିସ। ଘଟଣା ହେଉଛି ଗଜପତି ଜିଲା ମୋହନା ଥାନା ଅନର୍ଗତ ପୀଡିଆରୀ ଗାଁର lଶୁକ୍ରବାର ପୋଲିସ ପ୍ରାୟ ୪୦କୁଇଣ୍ଟାଲ ଗଞ୍ଜେଇ ଜବତ କରି ଫେରୁଥିବା ବେଳେ ୨୬ଜଣ ପୋଲିସକୁ ଆକ୍ରମଣ ସହ ଗାଡ଼ିକୁ ଭଞ୍ଜରୁଜା କରିଥିଲେ। କୌଶଳକ୍ରମେ ଚତୁରତାର ସହ ପୋଲିସ ଏକ ପିକଅପରେ ୨୦ କୁଇଣ୍ଟାଲ ଗଞ୍ଜେଇ ଆଣିବାରେ ସକ୍ଷମ ହୋଇଥିଲା। ହେଲେ ଶନିବାର ୮ ପ୍ଲାଟୁନ ଫୋର୍ସ ଧରି ଉକ୍ତ ଗାଁରେ ପହଞ୍ଚିଥିଲା ପୋଲିସ l ତେବେ ପୋଲିସ ଗଞ୍ଜେଇ ଜବତ କରିବା ସହିତ ଉକ୍ତ ଅଞ୍ଚଳରୁ ୫ ଜଣକୁ ଉଠାଇ ଆଣିଲା। ଭଙ୍ଗାରୁଜା ମାମଲାରେ ୩ ଜଣଙ୍କୁ ଏବଂ ଗଞ୍ଜେଇ ମାମଲାରେ ୨ ଜଣଙ୍କୁ ଗିରଫ କରିଥିବା ଏସ୍ପି କହିଛନ୍ତି। ମୋହନା ଥାନାରେ କେଶ ନଂ. ୪୩/୨୫ ଏକ ମାମଲା ରୁଜୁ ହୋଇଛି। ଆଗକୁ ଜୋରଦାର ପାଟ୍ରୋଲିଂ କରାଯିବ ବୋଲି ଏସପି କହିଛନ୍ତି। ତେବେ ବିପୁଳ ପରିମାଣର ଗଞ୍ଜେଇ ଜବତ ଦେଖି ଅଞ୍ଚଳବାସୀ ଆଶର୍ଯ୍ୟ ହୋଇଯାଇଛନ୍ତି।
Related Posts
ଭଞ୍ଜନଗର ରେ କାଳ ବୈଶାଖୀ ପ୍ରଭାବ, ବହୁ କ୍ଷୟକ୍ଷତି ହୋଇଥିବା ସୂଚନା।
ଭଞ୍ଜନଗର ରେ କାଳ ବୈଶାଖୀ ପ୍ରଭାବ, ବହୁ କ୍ଷୟକ୍ଷତି ହୋଇଥିବା ସୂଚନା।ଆଜି ଅପରାହ୍ନରେ ସାରା ଭଞ୍ଜନଗର ଅଞ୍ଚଳରେ କାଳ ବୈଶାଖୀ ର ପ୍ରଭାବ ଅନୁଭୁତ ହୋଇଛି। ଯାହା…

ଓଡ଼ିଶା କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ
ଓଡ଼ିଶା କ୍ୟାବିନେଟ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ଭୁବନେଶ୍ୱର:ଗତ କାଲି ରାଜ୍ୟ କ୍ୟାବିନେଟର ୧୬ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୭ଟି ବିଭାଗ ଯଥା:- ସ୍ୱାସ୍ଥ୍ୟ…
ଆତଙ୍କୀଙ୍କୁ ତ୍ରାହି ନାହିଁ
ଆତଙ୍କୀଙ୍କୁ ତ୍ରାହି ନାହିଁ.. ଆଜି ୩ ଆତଙ୍କୀଙ୍କ ଘର ଉଡ଼ାଇଲେ ଯବାନ-ପହଲଗାମ୍ ଆତଙ୍କୀ ହମଲା ପରେ ଏମାନଙ୍କ ଘରକୁ ବିସ୍ଫୋରଣ କରି ମାଟିରେ ମିଶାଇଦେଲେ-ପୁଲୱାମା, ସୋପିଆନ୍, କୁଲଗାମରେ…