ସର୍ଟି ସର୍କିଟ ହୋଇ ଘରେ ଅଗ୍ନିକାଣ୍ଡ ସାହିର ତିନୋଟି ଘର ଭସ୍ମୀଭୂତ ବ୍ୟାପକ କ୍ଷତି ।

– ସର୍ଟି ସର୍କିଟ ହୋଇ ଘରେ ଅଗ୍ନିକାଣ୍ଡ ସାହିର ତିନୋଟି ଘର ଭସ୍ମୀଭୂତ ବ୍ୟାପକ କ୍ଷତି ।

-କଲ୍ୟାଣସିଙ୍ଗପୁରDate-19/03/-ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଲାଗି ତିନୋଟି ଘର ସମ୍ପୂର୍ଣ୍ଣ ଜଳିଯିବା ସହ ବ୍ୟପକ ଭାବରେ କ୍ଷତି ହୋଇଛି। ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଅନ୍ତର୍ଗତ ମାଝିଗୁଡ଼ା ଗାଁ ରେ । ରାତି ଶୋଇ ଥିବା ସମୟରେ ହଟାତ ନିଆ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଦ୍ୱାରା ଘରେ ଥିବା ସମସ୍ତ ଜିନିଷ ପତ୍ର ରଖିଥିବା ଖାଦ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ପୋଡ଼ି ଜଳି ପାଉଁଶ ହୋଇଯାଇଛି । ପ୍ରଥମେ ଗାଁ ଲୋକେ ନିଆ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ।ନିଆ ର ପ୍ରକୋପ ଅଧିକ ଥିବାରୁ ଦମକଳ ବାହିନୀ ସହ ଯୋଗାଯୋଗ କରିଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ତିନି ଘଣ୍ଟା ଧରି ଅନେକ ଚେଷ୍ଟା ପରେ ନିଆଁ କୁ ଆୟତ କରିଥିଲେ। ଜଳିଯାଇଥିବା ଘର ଗୁଡ଼ିକ ହେଲା ମଝିଗୁଡା ଗାଁ ର ବି ଶ୍ରୀନିବାସ, ଏସ .ଜୟରାମ୍ ନାଇଡୁ, ସି ଏଚ ଅନୁ ଙ୍କ ବୋଲି ଜଣା ପଡ଼ିଛି। ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *