ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ଆରମ୍ଭ କଲେ ନିର୍ବାଚନ ପ୍ରଚାର କହିଲେ ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ …ଆର, ଉଦୟଗିରି (ମନୋଜ କୁମାର ପାଢୀ/୫/୪/ଆଜି ମୋହନା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦାଶରଥି ଗମାଙ୍ଗ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ମୋହନା ବ୍ଲକର ଲୁହାଗୁଡ଼ି ଠାରୁ ମୋହନା ର କଣ୍ଟେଇକୋଳି ଏବଂ ପିଣ୍ଡିକି ପର୍ଯ୍ୟନ୍ତ ରୋଡ ଶୋ କରି ବିଜେଡି ଓ ବିଜେପି କିପରି ରାଜ୍ୟ ଏବଂ ଦେଶର ବିନାଶ କରୁଛନ୍ତି ପ୍ରଚାର କରିବା ସହ କଂଗ୍ରେସ ଦେଶ ସ୍ଵାଧୀନ ସହ ରାସ୍ତା, ପାନୀୟଜଳ ପ୍ରକଳ୍ପ, ଅଞ୍ଚଳରେ ଥିବା ଜଳସେଚନ ପ୍ରକଳ୍ପ ଏବଂ ଯେଉଁ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ଦେଖୁଛନ୍ତି ସେ ଗୁଡ଼ିକ କଂଗ୍ରେସ ସରକାର ସମୟରେ ହୋଇଥିବା ପ୍ରକାଶ କରିଥିଲେ। ଏହି ପ୍ରଚାର ସହ ରୋଡ ଶୋ ପ୍ରଚାରରେ ପ୍ରାୟ ତିନି ହଜାର ରୁ ଅଧିକା ପୁରୁଷ ଓ ମହିଳା ସାମିଲ ଥିବା ଦେଖିବାକୁ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ଦାଶରଥି ଗମାଙ୍ଗ ରାଜ୍ୟ କଂଗ୍ରେସ ସରକାର ବଧ୍ୟତାମୂଳକ ସରକାର କରିବ ବୋଲି ଦୃଢ଼କ୍ତି ପ୍ରକାଶ କରିବା ସଙ୍ଗେ ସରକାର କଣ କରିବେ ତାର ସଂକଳ୍ପ ପତ୍ର ଘୋଷଣା କରିଥିଲେ। ଏହି ପ୍ରଚାର ସମୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକର୍ତ୍ତା ଙ୍କ ସମେତ ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋହନା, ନୂଆଗଡ, ରାୟଗଡ଼ ଏବଂ ଆର. ଉଦୟଗିରି ବ୍ଲକର ହଜାର ହଜାର ନେତା ଓ କର୍ମୀ ପ୍ରଚାରରେ ଭାଗ ନେଇଥିଲେ। ବିଧାୟକ ପ୍ରାର୍ଥୀ ଗତ ନିର୍ବାଚନରେ ଯେତିକି ଭୋଟ ପାଇଁ ବିଜୟୀ ହୋଇଥିଲା ଚଳିତ ନିର୍ବାଚନରେ ତା ଠାରୁ ତିନି ଗୁଣ ଅଧିକା ଭୋଟ ପାଇ ବିଜୟୀ ହେବି ବୋଲି ପ୍ରକାଶ କରିଥିଲେ।
Related Posts
ମୁର୍ଛା ରୋଗରେ ଆକ୍ରାନ୍ତ ଦୁଇ ହୋଷ୍ଟେଲ ଛାତ୍ରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି
ମୁର୍ଛା ରୋଗରେ ଆକ୍ରାନ୍ତ ଦୁଇ ହୋଷ୍ଟେଲ ଛାତ୍ରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି ଆର,ଉଦୟଗିରି(ମନୋଜ କୁମାର ପାଢୀ/27/9/2024 ମୋହନା ବ୍ଳକର ଖଣି ସ୍ଥିତ ଆଶ୍ରମ ଉଛ ବିଦ୍ୟାଳୟ ହଷ୍ଟେଲର…
ପାରଳାଖେମୁଣ୍ଡି ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟରେ ୧୪୪ ଧାରା ଜାରି
ଗଜପତି: ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ଉଦ୍ଦେଶ୍ୟରେ ସରକାର ସମସ୍ତ ସରକାରି ଦପ୍ତରରେ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅତି ସହଜେ କାର୍ଯ୍ୟ ହାସଲ କରିପାରିବା ଏବଂ…
ମେ ୩୧ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ
ମେ ୩୧ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ ଭୁବନେଶ୍ୱର: ମେ ୩୧ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ…