ଫୁଲବାଣୀ ସମେତ ସମଗ୍ର ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ର ସହ ହୋଲି ପାଳିତ କନ୍ଧମାଳ :-୧୫/୦୩(ରିପୋର୍ଟ କୁନା ଦିଗାଲ )ପବିତ୍ର ଦୋଳ ଉତ୍ସବ ଓ ରଙ୍ଗଓ ଭାଇଚାରା ର ପର୍ବ ହୋଲି ଫୁଲବାଣୀ ସମେତ ସମଗ୍ର କଂଧମାଳ ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ର ସହ ପାଳିତ ହୋଇଯାଇଛି lଏହି ଅବସରର ରୋଟାରୀ କ୍ଲବ୍ ସଭାପତି ବିପ୍ରଚରଣ ପାତ୍ର, ସମ୍ପାଦକ ବିଜୟ ପଟ୍ଟନାୟକ, ପ୍ରକାଶ ପଣ୍ଡା, ପାବନ ଅଗ୍ରୱାଲା, ବି ଦେବେନ୍ଦ୍ର ପାତ୍ର, ଶୁଭ୍ରlରାଣୀ ପଟ୍ଟନାୟକ, ପ୍ରେସ କ୍ଲବ୍ ସଭାପତି ତଥା ରୋଟା ରିଆନ ସୁନୀଲ ପଟ୍ଟନାୟକ, ବାଲାଜୀ ପାତ୍ର, ପଦ୍ମ ଚରଣ ସ୍ବାଇଁ ପ୍ରମୁଖ ଉତ୍କଳ ବlଳlଶ୍ରମ୍ ଯାଇ ସେଠାକାର ଅନ୍ତେବାସୀ ଙ୍କ ସହ ମିଶି ହୋଲି ଖେଳିବା ସହ ପିଲାଙ୍କୁ ମିଠା, ବିସ୍କୁଟ, କେକ୍, ଚକଲେଟ, କଦଳୀ, ବିଭିନ୍ନ ପ୍ରକlର କଲର୍ ଆଦି ପ୍ରଦାନ କରିଥିଲେ lପିଲାଙ୍କ ସହ ହୋଲି ଖେଳି ଖୁସି ବ୍ୟକ୍ତ କରିଥିଲେ ରୋଟାରୀ ସଭାପତି ଓ ସଦସ୍ୟ ମାନେ l ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରଶ୍ମିତା କରନ୍ ଓ ବlଳlଶ୍ରମକର୍ମଚାରୀ ଉପସ୍ଥିତ ଥିଲେ l ସେହିପରି ପ୍ରେସ କ୍ଲବ୍ ଓକିଲ ସଂଘ, ସରକାରି କର୍ମଚାରୀ ସଂଘ, ମହିଳl ସଂଘ ସଦସ୍ୟା, କଲେଜ ଓ ସ୍କୁଲ ଛାତ୍ର ଛାତ୍ରୀ ମାନେ ପରସ୍ପରକୁ ରଂଗ ବୋଳି ଥିବା ଦେଖା ଯାଇଥିଲା l
Related Posts

ଚୋରା ମଦ କାରବାର ଅଭିଯୋଗର ଜଣେ ଯୁବକ ଗିରଫ।
ଚୋରା ମଦ କାରବାର ଅଭିଯୋଗର ଜଣେ ଯୁବକ ଗିରଫ। ଦିଗପହଣ୍ଡି ଥାନା ଅର୍ନ୍ତଗତ ଭୀଷ୍ମଗିରି ବଜାର ରେ ଥାନା ଏ ଏସ୍ ଆଇ ଝୁନୁ ମାଝୀ ସଦଳବଳେ…

ଟିକାବାଲି ଉଚ୍ଚ ବିଦ୍ୟାଳୟ ଠାରେ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ
ଟିକାବାଲି ଉଚ୍ଚ ବିଦ୍ୟାଳୟ ଠାରେ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ…. ଟିକାବାଲି :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଟିକାବାଲି ହାଇସ୍କୁଲ…

ଗଡର ଗ୍ରାମ ତରଫରୁ ବନବିଭାଗକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ
ଗଡର ଗ୍ରାମ ତରଫରୁ ବନବିଭାଗକୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ୍ ଛେଲାଗଡ ଗ୍ରାମ ପଞ୍ଚାୟତ ଗଡର…