କୃଷକ ଉତ୍ପାଦକ ସଂଘ ର ସମୃଦ୍ଧି ନିମେନ୍ତ ବୈଠକ ହୋଇଥିଲା ।ଆର,ଉଦୟଗିରି- (ମନୋଜ କୁମାର ପାଢୀ)ଗଜପତି ଜ଼ିଲ୍ଲା ରେ ଅବସ୍ଥିତ ବିଭିନ କୃଷକ ଉତ୍ପାଦକ ସଂଘ ର ସମୃଦ୍ଧି କରି କୃଷକ ମାନଙ୍କ ଜ଼ିବିକା ର ମାନ ବୃଦ୍ଧି ଉଦେଶ୍ୟ ରେ ୧୬ ଗୋଟି ଫାର୍ମସ୍ ପ୍ରଡୁସର ଅର୍ଗାନାଇଯେସନ ର ୩୦ ଜଣ ସିଇଓ , ବୋର୍ଡ଼ ସଭ୍ୟ ଙ୍କୁ ନେଇ ରା.ଉଦୟଗିରିସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସର ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼କ୍ଟର ସଂଗ୍ରାମ ପରମଗୁରୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ନାବାର୍ଡ ଡିଡ଼ଏମ ଶ୍ରୀଯୁକ୍ତ ପ୍ରତୀକ ପଣ୍ଡା , କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ମ୍ୟାନେଜର , କୃଷି ବିଭାଗ , ଉଦ୍ୟାନ କୃଷି , ପଶୁପାଳନ , ଜଙ୍ଗଲ , ଓଡିଶା ଜୀବିକା ମିଶନ ର ଅଧିକାରୀ ମାନେ ଯୋଗ ଦେଇ କୃଷକ ଉତ୍ପାଦକ ସଂଘ ର ପରିଚାଳନା , କାର୍ଯ୍ୟଶୈଳି,ବଜ଼ାର ଭିତିକ ସମସ୍ୟା ତଥା , ବଜ଼ାରୀକରଣ ବିଷୟରେ ଆଲୋଚନା କରିଥିଲେ I କେନ୍ଦ୍ରର ଉଦ୍ୟାନ ବୈଜ୍ଞାନିକ ଡ଼କ୍ଟର ସୁଶ୍ରୀ ଚୌଧୁରୀ କର୍ମଶାଳା ରେ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ କୃଷକ ମାନଙ୍କ ଦକ୍ଷତା ବୃଦ୍ଧି ର ବିଭିନ ଦିଗ ଗୁଡିକୁ ଉପସ୍ଥାପନା କରିଥିଲେ Iକୃଷକ ଉତ୍ପାଦକ ସଂଘ ର ସିଇଓ ମାନେ ନିଜର ଅଭିଜ୍ଞତା ଓ ସଫଳତା ର ମୂଳ ମନ୍ତ୍ର ପ୍ରଦାନ କରି ଅନ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ I କେନ୍ଦ୍ରର ପାଣିପାଗ ବୈଜ୍ଞାନିକ ଜୟଶଙ୍କର ପ୍ରଧାନ , କଂପୁଟରପ୍ରୋଗ୍ରାମ ର ମନୋଜ କୁମାର ସାହୁ କାର୍ଯ୍ୟକ୍ରମ କୁ ସଂଚାଳନ କରିବା ରେ ସାହାଯ୍ୟ କରିଥିଲେ I ପରିଶେଷରେ ଯନ୍ତ୍ରପାତି ବୈଜ୍ଞାନିକ ଜାନୁଆରୀୟସ କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ I
Related Posts

ସୁକମା ପୁଲିସ ନିକଟରେ ୯ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ
ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ପୁଲିସକୁ ବଡ ସଫଳତା ମିଳିଛି। ସୁକମା ପୁଲିସ ନିକଟରେ ୯ ଜଣ ହାର୍ଡକୋର ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏହି ନକ୍ସଲମାନଙ୍କ ନାମରେ…

ସରକାରୀ ଅଭ୍ୟାସ ମଧ୍ୟ ଇଂରାଜୀ ବିଦ୍ୟାଳୟ ଟିକାବାଲିରେ ବିଭିନ୍ନ ଖେଳ ଜିନିଷ ଚୋରି
ସରକାରୀ ଅଭ୍ୟାସ ମଧ୍ୟ ଇଂରାଜୀ ବିଦ୍ୟାଳୟ ଟିକାବାଲିରେ ବିଭିନ୍ନ ଖେଳ ଜିନିଷ ଚୋରି ……. କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ନିକଟସ୍ଥ ଡି…

ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ l
ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ l “ଜିଲ୍ଲାର ଜିଲ୍ଲାସ୍ଥରରେ, ବ୍ଲକ, ଜିଲ୍ଲାସ୍ୱାସ୍ଥ୍ୟ କେନ୍ଦ୍ର ଓ଼ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ନିୟନ୍ତ୍ରଣ…