ତେଲୁଗୁ ନୁଆଁ ବର୍ଷ ଉଗାଦୀ କୁ ଆସିବା ନିମନ୍ତେ ଆନ୍ଧ୍ର ପ୍ରଦେଶ ତେଲୁଗୁ ଦେଶମ ବିଧାୟକ କଣ୍ଡୁରୁ ମୋହନ ଙ୍କୁ ନିମନ୍ତ୍ରଣ
ରାୟଗଡା : 2025 ରେ ତେଲୁଗୁ ନବ ବର୍ଷ ଉଗାଦୀ ନିମନ୍ତେ ଉତ୍କଳ ତେଲୁଗୁ ସାମୁଖ୍ୟ ପକ୍ଷରୁ ଗତ କାଲି ଭୂମି ପୂଜନ ପରେ ଆଜି ଆନ୍ଧ୍ର ପ୍ରଦେଶର ରାଜମ୍ ଠାରେ ତେଲୁଗୁ ଦେଶମ ପାର୍ଟି ବିଧାୟକ ତଥା ପୂର୍ବ କ୍ୟାବିନେଟ ମନ୍ତ୍ରୀ (ୟୁନାଇଟେଡ ଆନ୍ଧ୍ର ପ୍ରଦେଶ) ର ଶ୍ରୀଯୁକ୍ତ କଣ୍ଡୁରୁ ମୁରଲୀ ମୋହନ ଙ୍କୁ ଭେଟି ଆଗାମୀ ମାର୍ଚ୍ଚ ୩୦,୩୧ ରେ ଖୁବ୍ ଧୁମ୍ ଧାମରେ ପାଳନ ହେବାକୁ ଯାଉଥିବା ଉଗାଦି ଉତ୍ସବ କୁ ଅତିଥି ରୂପେ ଆସିବା ନିମନ୍ତେ ନିମନ୍ତ୍ରଣ କରିଥଲେ ରାୟଗଡା ଜ଼ିଲ୍ଲା ର ନବ ନିଯୁକ୍ତ ବିଜେପି ଜିଲ୍ଲା ସଭାପତି ଶ୍ରୀ ଏମ ଗୋପି ଆନନ୍ଦ ଙ୍କ ସମେତ ରାୟଗଡା ଟ୍ରକ ମାଲିକ ସଂଘ ସଭାପତି ତଥା ସମାଜସେବୀ ଓ ବରିଷ୍ଠ ବିଜେପି ବl ନେତା ୟାଲା ଭେଙ୍କଟେଶ୍ୱର ରାଓ ଓରଫ କୋଣ୍ଡା ବାବୁ ଓ ରାୟଗଡା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲାକା ବରିଷ୍ଠ ନେତା କାଶୀ ନାଇଡ଼ୁ, ପୃଥିବୀରଜ ମିଶି ନିମନ୍ତ୍ରଣ କରିଥିଲେ । ବିଧାୟକ ନିମନ୍ତ୍ରଣ ରକ୍ଷା କରି ରାୟଗଡା ଠାରେ ଉତ୍କଳ ତେଲୁଗୁ ସାମୁଖ୍ୟ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଉଗାଦୀ ରେ ଉପସ୍ଥିତ ରହିବି ବୋଲି ସମତି ପ୍ରକାଶ କରିଥିବା ଜଣାପଡିଛି l ଏମ ଗୋପୀ ଆନନ୍ଦ, ୟାଲା କୋଣ୍ଡା ବାବୁ ଓ ବସନ୍ତ ଉଲାକା, କାଶୀ ନାଇଡ଼ୁ, ପୃଥିବୀରାଜ କୁ ଟିଡିପି ର ମାନ୍ୟବର ବିଧାୟକ ଶ୍ରୀ ମୂରଲୀ ମୋହନ ବାବୁ ଏବଂ ବିଜୟନଗର ଜିଲ୍ଲା ବିଜେପି ର ସାଧାରଣ ସମ୍ପାଦକ ନଗାରାଜୁ ଭାଇ, ରାଜମ୍ ନଗର ବିଜେପି ର ସଭାପତି ଶ୍ରୀ ରଞ୍ଜିତ ଭାଇ ଏବଂ ଅନ୍ୟ ଟିଡିପି କାର୍ଯ୍ୟକର୍ତ୍ତା ଉତ୍ତରୀୟ ଦେଇ ସମ୍ମାନିତ କରିବା ସହିତ ଆନ୍ଧ୍ର ଓଡିଶା ସୀମାନ୍ତ ଅଂଚଳ ରେ କିପରି ଉନ୍ନତି ହେବ ସେହିପରି ବିଷୟ ନେଇ ଆଲୋଚନା କରିଥିବା ର ଜଣାପଡିଛି l ରାୟଗଡା ଠାରେ ଅନୁଷ୍ଠିତ ହେବାକୁ ଥିବା ଉଗାଦୀ ଉତ୍ସବ କୁ ମୋତେ ନିମନ୍ତ୍ରଣ କରିଥିବା ରୁ ଗୋପୀ ଆନନ୍ଦ, କୋଣ୍ଡା ବାବୁ ଓ ବସନ୍ତ ଉଲାକା ଙ୍କୁ ବିଧାୟକ ଅଶେଷ ଧନ୍ୟବାଦ ଜଣାଇବା ସହିତ ଉତ୍ସବ ର କିପରି ଭାବେ ସଫଳ ହେବ ତାହାର ଉତ୍ତରତର କାମନା କରୁଛି ବୋଲି ଟିଡିପି ବିଧାୟକ କହିଥିବା ଗୋପୀ ସୂଚନା ଦେଇଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ