ସେମିଳିଗୁଡାର ବିଭିନ୍ନ ସ୍ଥାନରେ ରଂଗର ପର୍ବ ହୋଲି ପାଳିତ। ସେମିଳିଗୁଡା.ତାରିଖ ୧୫,୩,୨୦୨୫:ସେମିଳିଗୁଡାର ବିଭିନ୍ନ ସ୍ଥାନରେ ଧୁମଧାମରେ ଶାନ୍ତି ଶୃଙ୍ଖଳାର ସହିତ ରଂଗର ପର୍ବ ହୋଲି ପାଳିତ ହୋଇ ଯାଇଛି। ବସଷ୍ଟାଣ୍ଡରେ ବିଜେପି,ଶିବଶକ୍ତି ବଣିକ ସଂଘ ମିଳିତ ଭାବରେ ହୋଲିର ଆୟୋଜନ କରିଥିଲେ। ଏଥିରେ ହର୍ଷ ଓ ଉଲ୍ଲାସର ସହ ସେମିଳିଗୁଡାବାସୀ ଯୋଗ ଦେଇ ଥିଲେ।କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ ଏଠାରେ ପହଂଚି ସମସ୍ତଙ୍କ ସହ ହୋଲି ଖେଳି ଭାଇଚାରାର ବାର୍ତ୍ତା ବାଣ୍ଟିଥିଲେ।ପୌରାଧ୍ୟକ୍ଷ ରାଜେନ୍ଦ୍ର କୁମାର ପାତ୍ର ଓ ବିଧାୟକ ପ୍ରତିନିଧି ସୁମନ୍ତ ପ୍ରଧାନ ଉପସ୍ଥିତ ଥିଲେ। ବସଷ୍ଟାଣ୍ଡରେ ସାୱାର ବାଥପାଇଁ ବ୍ୟବସ୍ଥା କରାଯାଇଥିଲା,ଯାହାର ମଜା ଯୁବପିଢି ଉଠାଇ ଥିଲେ।ଏହାପରେ ବିଧାୟକ ଶ୍ରୀ ମାଛ ସତ୍ଯ ନଗର ବିକାଶ ପରିଷଦର ମହିଳା ସଂଯୋଜିକା ସ୍ନିଗ୍ଧାରାଣୀ ମିଶ୍ରଙ୍କ ନିମନ୍ତ୍ରଣ କ୍ରମେ ସେଠାରେ ଆୟୋଜିତ ହୋଲି ଉସ୍ଚବରେ ଯୋଗ ଦେଇଥିଲେ। ସେଠାରେ ପରିଷଦର ସଭାପତି ଡକ୍ଟର ଚିତ୍ତରଞ୍ଜନ ମିଶ୍ର ବିଧାୟକଙ୍କୁ ସ୍ବାଗତ କରିଥିଲେ। ପଟାଙ୍ଗୀର ବିଧାୟକ ପ୍ରାର୍ଥୀ ଚୈତନ୍ଯ ନନ୍ଦିବାଲୀ ମଧ୍ଯ ଉପସ୍ଥିତ ଥିଲେ। ମାଳିି ପର୍ବତ ସୁରକ୍ଷା ସମିତିର ସଭାପତି ବିଜୟ ଖିଲ ଉପସ୍ଥିତ ଥିଲେ।ଅନ୍ୟମାନଙ୍କ ମଧ୍ଯରେ ଗଣେଶ ପାଣିଗ୍ରାହୀ,ସ୍ବରାଜ ରାୟ,ଅଜୟ ଗୋଏଲ, ରତ୍ନାକର ଚୌଧୁରୀ,ଦିଲିପ ପ୍ରମୁଖ ଉପସ୍ଥିତ ଥିଲେ। ଇସକନ ମନ୍ଦିର ତରଫରୁ ମଧ୍ଯ ହୋଲି ଉସ୍ଚବ ଆୟୋଜିତ ହୋଇଥିଲା।ଅନ୍ଯାନ୍ଯ ସାହି,ନଗରରେ ବହୁ ଆନନ୍ଦରେ ହୋଲି ପର୍ବ ପାଳନ ହୋଇଥିଲା
Related Posts

ଆର୍ଥିକ ଅଭିବୃଦ୍ଧି ଦିଗରେ ପ୍ରାଣିପାଳନର ଭୂମିକା ଗୁରୁତ୍ୱପୂର୍ଣ
ଆର୍ଥିକ ଅଭିବୃଦ୍ଧି ଦିଗରେ ପ୍ରାଣିପାଳନର ଭୂମିକା ଗୁରୁତ୍ୱପୂର୍ଣ ——————————-ପ୍ରାଣୀଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ସାଧାରଣ ଅଧିବେଶନ ———————————–ସମାଜର ହିତ ତଥା ପ୍ରଗତି ଦିଗରେ ପ୍ରାଣୀ ପାଳନର ଆବଶ୍ୟକତା…

ଏବିଭିପି ଟିକାବାଲି ନଗର ଦ୍ଵାରା ନେତାଜୀ ଜୟନ୍ତୀ ପାଳନ ସହ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ
ଏବିଭିପି ଟିକାବାଲି ନଗର ଦ୍ଵାରା ନେତାଜୀ ଜୟନ୍ତୀ ପାଳନ ସହ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଅଖିଳ ଭାରତୀୟ ବିଦ୍ୟାର୍ଥୀ…

ମହାଦେବ ଭୋଇ ସ୍ମୃତି ସମ୍ମାନ” ପାଇଲେ, ବିଜ୍ଞାନ ଶିକ୍ଷୟତ୍ରୀ ଅନୁସୂୟା ଦେବତା।
“ମହାଦେବ ଭୋଇ ସ୍ମୃତି ସମ୍ମାନ” ପାଇଲେ, ବିଜ୍ଞାନ ଶିକ୍ଷୟତ୍ରୀ ଅନୁସୂୟା ଦେବତା। ବରଗଡ଼ – ୭,୧୦(ଭବାନୀ ଶଙ୍କର ପାଢ଼ୀ) ବରଗଡ଼ ସ୍ଥିତ ଗାନ୍ଧୀ ସ୍ମୃତି ପାଠାଗାର ରେ…