କଳିଙ୍ଗା ଘାଟିରେ ଘୋରଇ ଯାତ୍ରୀବାହୀ ବସ୍ ଓଲଟିଲା।

କଳିଙ୍ଗା ଘାଟିରେ ଘୋରଇ ଯାତ୍ରୀବାହୀ ବସ୍ ଓଲଟିଲା।

କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଖମ୍ବେଶ୍ୱରୀ ବସ୍।୧୫ରୁ ଉର୍ଦ୍ଧ୍ବ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।ସମସ୍ତ ଆହତ ଯାତ୍ରୀ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି।*-ଖମ୍ବେଶ୍ବରୀ ନାମକ ବସ୍ ୧୭ ଜଣ ଯାତ୍ରୀ କୁ ନେଇ ରାୟପୁରରୁ ବ୍ରହ୍ମପୁର ଆସୁଥିବା ବେଳେ ଉକ୍ତ ଘାଟିର ଗୋଲେଇ ରାସ୍ତାରେ ଡ଼୍ରାଇଭର ଭାରସାମ୍ୟ ହରାଇବାରୁ ରାସ୍ତା ଉପରେ ଓଲଟି ଘାଟି ପାର୍ଶ୍ଵରେ ଥିବା ପଥର କାନ୍ଥରେ ପିଟି ହୋଇଯାଇଛି। ଖବର ପାଇ ଦୁର୍ଗା ପ୍ରସାଦ ଓ କଳିଙ୍ଗା ଅଞ୍ଚଳର ଲୋକେ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାକୁ ପଠାଇ ପୋଲିସ କୁ ସୁଚନା ଦେଇଥିଲେ। ଖବର ପାଇ ଭଞ୍ଜନଗର ଓ ଜି ଉଦୟଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *