ରାସ୍ତା ଅପେକ୍ଷାରେ ଦୁର୍ଗମ ମାଳ ମାଳ ଗାଁ

ରାସ୍ତା ଅପେକ୍ଷାରେ ଦୁର୍ଗମ ମାଳ ମାଳ ଗାଁ ଆର,ଉଦୟଗିରି(ମନୋଜ କୁମାର ପାଢୀ) ଲଖାରୀ ଅଭୟାରଣ୍ୟ କହିଲେ ଗଜପତି ଜିଲ୍ଲା ର ଏକ ମାତ୍ର ବିଶାଳକାୟ ଅଭୟାରଣ୍ୟ । ଅଭୟାରଣ୍ୟ ମାତ୍ରେ ସମସ୍ତଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୁଏ ହାତୀ ,ବାଘ ,ଭାଲୁ ,ହରିଣ ଇତ୍ୟାଦି । କିନ୍ତୁ ଅଭୟାରଣ୍ୟ ମଧ୍ୟରେ ଏମିତି କିଛି ଗାଆଁ ରହିଛି ଯାହାକି ଆଜିବି ଗ୍ରାମ ବାସୀ ଆଦିମ ଜୀବନ ଯାପନ କରୁଛନ୍ତି ।ରାସ୍ତା ବିଜୁଳି ପାନୀୟ ଜଳ ଶିକ୍ଷା । ଏହି ସବୁ ସୁବିଧା ନଥିଲେ ଜୀବନ ଅନ୍ଧକାର ରେ ଗତିକରେ । ଆଉ ଏହି ସବୁ ବ୍ୟବସ୍ଥା କୁ ପ୍ରଥମେ ପ୍ରାଧାନ୍ୟ ଦିଅନ୍ତି ସରକାର । ଏହି ସବୁର ବ୍ୟବସ୍ଥା ହିଁ ପ୍ରାଞ୍ଜଳ ଭାବେ ସରକାର ର ପାରିବା ପଣିଆକୁ ବୁଝାଏ । ସେହି ଭଳି ତତ୍କାଳୀନ ସରକାର ବିକାଶ ର ପାରିବା ପଣିଆ କୁ ବୁଝାଉଚି ଏହି ଗାଆଁ ର ବିକଳ ଚିତ୍ର । ଅଭୟାରଣ୍ୟ ନାମରେ ବିକାଶ ହୋଇ ପାରୁନି ଏହି ଗାଆଁ ଗୁଡ଼ିକର । ଆମେ କହୁଛୁ ଗଜପତି ଜିଲ୍ଲା ମୋହନା ବ୍ଳକ ଚନ୍ଦ୍ରଗିରି ପଞ୍ଚାୟତ ଢେପାଗୁଡ଼ା ପଞ୍ଚାୟତ ଓ ମାଣିକପୁର ପଞ୍ଚାୟତ ର କିଛି ଗାଆଁ କଥା । ଲଖାରି,ହାତିବନ୍ଧ ,ସାତକୁଟୁଣି,ତାରବାଡ଼,ବାଲିଗଣ୍ଡା, କାମରାଖାଳି ଏହି ସବୁ ଆଦିବାସୀ ଗାଁ ର ଲୋକେ ଆଜିବି ଆଦିମ ଜୀବନ ଜାପନ କରୁଛନ୍ତି । ଗମନା ଗମନ ଲାଗି ନାହିଁ ପକ୍କା ରାସ୍ତା , ଦୁନିଆ ଦେଖିବା ଲାଗି ନାହିଁ ବିଦ୍ୟୁତ୍ ସେବା ,ଶୋଷ ମେଣ୍ଟାଇବା ଲାଗି ନାହିଁ ପର୍ଯ୍ୟାପ୍ତ ପାନୀୟ ଜଳ । ଆଉ ସ୍ଵାସ୍ଥ୍ୟ ସେବା କହିଲେ ସମ୍ପର୍କୀୟଙ୍କ ଖାନ୍ଦ ଓ ଖଟିଆ ହିଁ ଭରସା । ପୂର୍ବ ପୁରୁଷ ଅମଳରୁ ରହିଆସୁଥିଲେ ମଧ୍ୟ ଏହିସବୁ ସୁବିଧାରୁ ବଂଚିତ ଥିବା କହିଛନ୍ତି ଆମ ପ୍ରତିନିଧି ଆଲୋଚନା କରିବା ସମୟରେ । ବର୍ଷ ତମାମ ଜଳ କଷ୍ଟ ଭୋଗୁଛନ୍ତି ଏହି ଗ୍ରାମ ବାସୀ । ବର୍ଷା ଦିନେ ଗୋଳି ପାଣି ପାଉଥିବା ବେଳେ ଆଉ ଖରା ଦିନେ ଜଳାଭାବ ।ବାରମ୍ବାର ସରପଞ୍ଚ ଠାରୁ ଆରମ୍ଭ କରି ଉପରିସ୍ଥ ସରକାରୀ ବାବୁଙ୍କୁ ଆକୁଳ ନିବେଦନ କରି ନିରାଶ ଗ୍ରାମବାସୀ । ଶିକ୍ଷା ର ମୂଳ ଦୁଆ ଅଙ୍ଗନବାଡ଼ି କହିଲେ ନିଜସ୍ଵ ଗୃହ ନଥିବାରୁ ବନବିଭାଗ ର ଏକ କୋଠାରେ ପିଲାଙ୍କ ଭବିଷ୍ୟ ଗଢା ଚାଲିଛି । ସ୍କୁଲ କୋଉଠି ସମ୍ପୂର୍ଣ ବନ୍ଦ ହୋଇଛି ତ ଅନ୍ୟ କୋଉଠି ସେଭଳି ସୁବିଧା ନାହିଁ । ମଧ୍ୟାହ୍ନ ଭୋଜନ ରାସ୍ତା ନଥିବାରୁ ପହଞ୍ଚି ପାରୁନି ସ୍କୁଲ ରେ । ଏପରି ଅନେକ ଅସୁବିଧାରେ କାଳ କାଟୁଛନ୍ତି ଏହି ଅଞ୍ଚଳ ବାସୀ । ସରକାର ଅନେକ ବିକାଶ ମୂଳକ କାର୍ଯ୍ୟ କରି ଆସୁଥିବା ପ୍ରଚାର ପ୍ରସାର ମାଧ୍ୟମରେ ଗୁଣ ଗାନ କରୁଥିଲେ । କିନ୍ତୁ ଏହିଭଳି ଗାଆଁ ଗୁଡ଼ିକର ଦୃଶ୍ୟ ଦେଖିଲେ ଆପଣ ବିକାଶ ସେହି କାଗଜ କଲମରେ ସିମୀତ ବୋଲି ଜାଣିବେ । ତେବେ ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ତାକୁ ହିଁ ଅପେକ୍ଷା ।

Leave a Reply

Your email address will not be published. Required fields are marked *