କାଶୀପୁର ବ୍ଲକ ପଞ୍ଚାୟତ ସ୍ତରୀୟ ସଂସଦ ଓ ବିଧାୟକ ପ୍ରତିନିଧି ଚୟନ ନିମନ୍ତେ ବୈଠକ।

କାଶୀପୁର ବ୍ଲକ ପଞ୍ଚାୟତ ସ୍ତରୀୟ ସଂସଦ ଓ ବିଧାୟକ ପ୍ରତିନିଧି ଚୟନ ନିମନ୍ତେ ବୈଠକ।

ଟିକିରି ୧୩/୩/୨୫( ପ୍ରଫୁଲ କୁମାର ବେହେରା)-ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଓ ଅପହଞ୍ଚ ଅଞ୍ଚଳ ଡ଼ଙ୍ଗାସିଲ ଅଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ ସଂସଦ ଓ ବିଧାୟକ ପ୍ରତିନିଧି ଚୟନ ନିମନ୍ତେ କଂଗ୍ରେସ କର୍ମୀ ବୈଠକ ଅନୁଷ୍ଠିତ ହୋଇଥିଲା । PCC ନିର୍ଦେଶ କ୍ରମେ ପ୍ରତ୍ୟକ ପଞ୍ଚାୟତ ସ୍ତରରେ ପ୍ରତିନିଧି ଚୟନ ହେବା ଅନିବାର୍ଯ୍ୟ ଥିବା ହେତୁ ଉକ୍ତ ବୈଠକ ର ମୁଖ୍ୟ ପ୍ରସଙ୍ଗ ସଂସଦ ଓ ବିଧାୟକ ପ୍ରତିନିଧି ଚୟନ ର ଆଲୋଚନା ବୈଠକ କରାଯାଇଥିଲା। ଅଞ୍ଚଳରୁ ପ୍ରାୟ ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ କଂଗ୍ରେସ ପ୍ରେମୀ ଙ୍କ ଉପସ୍ଥିତ ରେ ଆଲୋଚନା ମାଧ୍ୟମରେ କପିଳାଶ୍ଵ ରେଲି ସଂସଦ ପ୍ରତିନିଧି ଓ ଈଶ୍ୱର ମାଝୀ ଙ୍କୁ ଡ଼ଙ୍ଗାସିଲ ପଞ୍ଚାୟତ ବିଧାୟକ ପ୍ରତିନିଧି ରୂପେ ସର୍ବସନ୍ନମତି କ୍ରମେ ଆଲଚନା ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ସାଙ୍ଗସଦ ପ୍ରତିନିଧି ଏବଂ ବିଧାୟକ ପ୍ରତିନିଧି ରୂପେ ନିଷ୍ପତି ନିଆ ଯାଇଥିଲା। ବୈଠକ ର ପରିଚାଳନା ଉପସଭାପତି ଉମେଶ ବାରିକ ତୁଲାଇ ଥିବାବେଳେ ଉକ୍ତ ବୈଠକ ରେ ବ୍ଲକ ସଂସଦ ପ୍ରତିନିଧି ଓ ବିଧାୟକ ପ୍ରତିନିଧି କୌଣସି କାର୍ଯ୍ୟ ବ୍ୟସ୍ତତା ହେତୁ ଅନୁପୋସ୍ଥିତ ଥିଲେ । ଆଲୋଚନା ବୈଠକ ରେ କବିରାଜ ନାଏକ ଡ଼ଙ୍ଗାସିଲ ପଞ୍ଚାୟତ କଂଗ୍ରେସ ସଭାପତି, ସମ୍ପଦ ସୁବାଷ ଝୋଡ଼ିଆ, ବଳରାମ ନାଏକ, ଶଶୀଧର ନାଏକ, ସମୀକ୍ଷକ ସଦନ ମାଝୀ, କୋଡିପାରି ପଞ୍ଚାୟତ ସଂସଦ ପ୍ରତିନିଧି ବଳରାମ ସାହୁ ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *