ଗୁଡାରି ପୋଲିସ ପକ୍ଷରୁ ୩୮. ୧୧୫ କେଜି ଗଞ୍ଜେଇ ଜବତ ୭ଗିରଫ କୋର୍ଟ ଚାଲାଣ
ଗୁଡାରି ପୋଲିସ ଦ୍ୱାରା ମଙ୍ଗଳବାର ଦିନ ଥାନା ଅନ୍ତର୍ଗତ ବଡଭୂଇଁ ଛକ ନିକଟରେ ୩୮ କିଲୋଗ୍ରାମ ୧୧୫ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି। ଏହାଛଡ଼ା ସେମାନଙ୍କ ଠାରୁ ୭ ଗୋଟି ମୋବାଇଲ ଫୋନ ଓ ନଗଦ ୩୩୦ ଟଙ୍କା ଓ ବଜାଜ ପଲସର ନୂଆ ବାଇକ ଜବତ କରିଛି ପୋଲିସ। ଗିରଫ ୭ଜଣ ଙ୍କ ମଧ୍ୟରୁ କେରଳ ରୁ ୫ ଜଣ ହୋଇଥିବା ବେଳେ ରାମ ନଗର ରୁ ଦୁଇଜଣ l ଏ ସଂକ୍ରାନ୍ତରେ ଥାନା ରେ ଏକ NDPS ମାମଲା ରେ ୩୧/୨୫ କେଶ ରୁଜୁ ହୋଇଥିବା ଥାନା ଅଧିକାରୀ ସମର୍ପିତା ସ୍ୱାଇଁ ସୂଚନା ଦେଇଛନ୍ତି। ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ