ସମ୍ମାନସୂଚକ ଡକ୍ଟରେଟ ଉପାଧି ପାଇଲେ ଅଧ୍ୟାପକ ନାରାୟଣ ଭୋଇ। ଦିଲ୍ଲୀ ୟୁନିଭାର୍ସିଟି ତରଫରୁ ବିଶ୍ବ ସଂସ୍କୃତି ଓ ପରିବେଶ ସୁରକ୍ଷା ବିଭାଗ” ରୁ” ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତିରେ ଦଣ୍ଡନାଟ ଧାରା”ଉପରେ ନିଜର ସନ୍ଦର୍ଭ ଉପସ୍ଥାପନା କରି ସେ ଏହି ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ଏଥିପାଇଁ ଦୀର୍ଘ ୪ବର୍ଷକାଳ ଅକ୍ଳାନ୍ତ ପରିଶ୍ରମ କରି ପଶ୍ଚିମ ଓଡ଼ିଶାର ସୁବର୍ଣ୍ଣପୁର ବୋୖଦ୍ଧ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନର ଦଣ୍ଡ କଳାକାର ମାନଙ୍କୁ ସାକ୍ଷାତ କରି ଗବେଷଣା ମୂଳକ ତଥ୍ୟ ସଂଗ୍ରହ କରି ନିବନ୍ଧ ପ୍ରସ୍ତୁତ କରିଛନ୍ତି ସେଥିପାଇଁ ସମସ୍ତ କଳାକାର ମାନଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତିି। ଏହା ବ୍ୟତୀତ ନାରାୟଣ ଭୋଇ ପଶ୍ଚିମ ଓଡ଼ିଶାର ସମଲପୁରୀ/କୋଶଲୀ ଭାଷା ସାହିତ୍ୟରେ ଜଣେ ପ୍ରଥିତଯଶା ସାହିତ୍ୟିକ, ସେ ଏକାଧାରରେ ଜଣେ କବି, ଲେଖକ,ଆଳୋଚକ, ମଂଚ ସଂଯୋଜକ, ଦୀର୍ଘ ୨୫ ବର୍ଷ ସାହିତ୍ୟ ଜୀବନରେ ସେ କିରିଆ, କର୍ଣ୍ଣ, ଭାବନା, ଉର୍ବଶୀ, ପପଙ୍ଗା ପାହାଡ଼,ଝି,ମରାଘାଟ ଭଳି ୧୬ ଟି କାବ୍ୟ,୫୦୦ରୁ ଅଧିକ କବିତା, ଦାଦନ, ସିଲେଟ ର କମାଲ୍, ଯମର୍ ଫାସ ତଥା ବିଭିନ୍ନ ଗବେଷଣା ମୂଳକ ଲେଖାରେ” ମଧ୍ୟ ମହାନଦୀ ରେ ହୁମା ପ୍ରଗଣା, ପଶ୍ଚିମ ଓଡ଼ିଶାରେ ବୁଢ଼ା ରଜା ଓ ପାଟ ପୂଜା, ପପଙ୍ଗା ପାହାଡ଼ର ଇତିହାସ, ସଂସ୍କୃତି ଓ ତନ୍ତ୍ର କଥା, ପଶ୍ଚିମରେ ପାତାଳୀ ଶ୍ରୀକ୍ଷେତ୍ର ଆଦି। ତାଂକ କାବ୍ୟ କବିତାରେ ଉତ୍ତର ଆଧୁନିକ କବିତା ଧାରା ପ୍ରବାହିତ। କର୍ଣ୍ଣ “କାବ୍ୟ ସମଲ୍ ପୁରି/କୋଶଲୀ ସାହିତ୍ୟ ର ପ୍ରଥମ ମୁକ୍ତଛନ୍ଦ କାବ୍ୟ। ତାଙ୍କ କବିତା ଗୁଡ଼ିକ ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ ପ୍ରତିକା ବୁଉଲ୍, ଭର୍ ନି, ଉଦିଁଆ,ପାହାତି ତରା, ନୁଆଁ ସକାଳ ଆଦିରେ ପ୍ରକାଶିତ। ଆହୁରି ମଧ୍ୟ ତାଙ୍କୁ କେନ୍ଦ୍ରସାହିତ୍ୟ ଏକାଡେମୀ ଦ୍ୱାରା “ଗ୍ରାମୀଣ ଯୁବ ପ୍ରତିଭା”ସମ୍ମାନରେ ସମ୍ମାନୀତ କରାଯାଇଛି ।ଏହି ଡକ୍ଟରେଟ ସମ୍ମାନର ମାର୍ଗଦର୍ଶକ ପ୍ରଫେସର ଡ଼ଃ ନେତ୍ରାନନ୍ଦ ମେହେର ଯିଏକି ଏହାକୁ ଇଂରାଜୀ ଭାଷାନ୍ତର କରି ଛନ୍ତି ସାରଙ୍କୁ ଅଶେଷ ଧନ୍ୟବାଦ, ଆହୁରି ମଧ୍ୟ ଯେଉଁ କଳାକାର ମାନଙ୍କ ସହଯୋଗ ଭୁଲି ହେବ ନାହିଁ ଗୁରୁ ଦଣ୍ଡରତ୍ନ ବିପିନ୍ ଜାଲ୍, ଦଣ୍ଡ ସମ୍ରାଟ ରସିକ ସାହୁ, ଅଖିଳ ଜାଲ୍ ତଥା ମାଁ ସୁରେଶ୍ଵରୀ ଦଣ୍ଡ ଏକାଡେମୀ ର ସମସ୍ତ ସଦସ୍ୟମାନଙ୍କୁ ଅଶେଷ ଧନ୍ୟବାଦ। ଆହୁରି ମଧ୍ୟ ସଂପ୍ରତି ଶ୍ରୀ ନାରାୟଣ ଭୋଇ ଅଧ୍ୟାପନା ରତ ଥିବା ଡିଗ୍ରୀ କଲେଜ ତୋରା ବରଗଡ଼ ର ଅଧ୍ୟକ୍ଷ, ସମସ୍ତ ଅଧ୍ୟାପକ ତଥା ସମସ୍ତ କର୍ମଚାରୀ ବୃନ୍ଦ ଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତିି।ଏହା ବ୍ୟତୀତ ସାହିତ୍ୟ ଜୀବନ ଗୁରୁ ଡ ଦ୍ୱାରିକା ନାଥ ନାୟକ,ଗୁରୁ ଉତ୍ପନ୍ନ କୁମାର ଭୋଇ, ପ୍ରଫେସର ରାମଚନ୍ଦ୍ର ସାହୁ, ପଦ୍ମଶ୍ରୀ -ହଲଧର ନାଗ,ପ୍ରଫେସର ଡ ପୁରୁଷୋତ୍ତମ ମିଶ୍ର, ନାଟ୍ୟ ଶ୍ରୀ ଗଦାଧର ବାରିକ ଆଶିର୍ବାଦ , ନିଜର ସାହିତ୍ୟ ଜୀବନର କବିବନ୍ଧୁ ଙ୍କ ଆଶିର୍ବାଦ, ଚିଚିଣ୍ଡା ଗାଁ ର ବୁଦ୍ଧଦେବ ସାଁସ୍କୃତିକ ପରିଷଦ ର ସଦସ୍ୟ, ପପଙ୍ଗା ଗାଁ ର ଶୁଭେଚ୍ଛୁ ଙ୍କ ଆଶିର୍ବାଦ ତଥା ପରିବାର ପକ୍ଷରୁ କାକା ମନବୋଧ ମାଝୀ ଯେ କି ଅତାବିରା ଲରାସରା ହାଇସ୍କୁଲର ପ୍ରଧାନ ଶିକ୍ଷକ କାର୍ଯ୍ୟରତ ସହଯୋଗ ପ୍ରେରଣା, ସ୍ତ୍ରୀ ସୁଭାଗିନୀ, ପୁଅ ବିପ୍ଳବ ଝିଅ ସାଇ ଶ୍ରୀ ଉତ୍ସାହ ପ୍ରେରଣା, ମା ବାଲମତୀ ଆଉ ସ୍ୱର୍ଗୀୟ ବାପା କାହ୍ନା ଭୋଇ ଙ୍କ ଆଶିର୍ବାଦ ର ଫଳ ତଥା ମା ସମଲେଶ୍ବରୀ ଆଉ ମାଁ ସୁରେଶ୍ଵରୀ ଙ୍କ ଅପାର କରୁଣା ରହିଛି ବୋଲି ଶ୍ରୀ ଭୋଇ କହିଛନ୍ତି।
Related Posts

ବନ ବିଭାଗର ଏକ ବଡଧରଣର ଚଢ଼ଉ
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁରାବେଡା ପଞ୍ଚାୟତ ଅନ୍ତର୍ଗତ ସୋନପୁର ଡିଏନକେ ଗ୍ରାମରେ ବନ ବିଭାଗର ଏକ ବଡଧରଣର ଚଢ଼ଉ ହୋଇଛି। ଏହି ଚଢ଼ାଉରେ ୧୫ ଲକ୍ଷ…

ବଜ୍ରକାପ୍ତା ଡିଲ୍ ବେଳେ ଗୁଡାରି ବନ ବିଭାଗ ର ଚଢ଼ାଉ,୪ ଜଣ ଗିରଫ , ମୁଖ୍ୟ ଆସାମି ଫେରାର
ବଜ୍ରକାପ୍ତା ଡିଲ୍ ବେଳେ ଗୁଡାରି ବନ ବିଭାଗ ର ଚଢ଼ାଉ,୪ ଜଣ ଗିରଫ , ମୁଖ୍ୟ ଆସାମି ଫେରାର ରାୟଗଡା ଜିଲ୍ଲା ଗୁଡାରି ବନଖଣ୍ଡ ଅନ୍ତର୍ଗତ କେନ୍ଦୁଗୁଡା…

Swachhata Hi Sewa Campaign
Swachhata Hi Sewa Campaign of Chikima School Students Drawing Competition and Demonstration on Hand Wash Program in Boipariguda Block