ଥୁଆପାଲି ଠାରେ ତିନିଦିନ ହେଉଥିବା ମା ବାଉତି ଦେବୀକଂ ଖମ୍ବ ପ୍ରତିଷ୍ଠା ମହୋତ୍ସବ ଉଦଯାପିତ ହୋଇଯାଇଛି।
ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଥୁଆପାଲି ମା ବାଉତି ଦେବୀକଂ ଖମ୍ବ ପ୍ରତିଷ୍ଠା ମହୋତ୍ସବ ୬ତାରିଖ ରୁ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି, ଅନ୍ତିମ ଦିବସ ରେ ମା ବାଉତି ଦେବୀକଂ ମଂଦିର ରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ପୁରୋହିତ ପଣ୍ଡିତ ଆନନ୍ଦ ଶତପଥୀ ସମେତ ୫ଜଣ ପଣ୍ଡିତ ସହଯୋଗ କରିଥିଲେ। ପଣ୍ଡିତ ମାନଙ୍କ ଦ୍ଵାରା ଯଜ୍ଞ ବେଦୀ ପୂଜା, ଶୁକ୍ତ ହୋମ, ଦେବୀକଂ ପ୍ରାଣ ପ୍ରତିଷ୍ଠା ଓ ନ୍ୟାସ, ସପ୍ତସତୀ ଚଣ୍ଡୀ ହୋମ, ଦେବୀଙ୍କ ପ୍ରବେଶ ଓ ପୂର୍ଣ୍ଣାହୁତି ହୋଇଥିଲା। ଏହା ଦେଖି ପାଇଁ ଶହ ଶହ ସଂଖ୍ଯାରେ ଶ୍ରଦ୍ଧାଳୁ ଭକ୍ତମାନେ ଆସି ମା କଂ ଆଶିଷ ଭିକ୍ଷା କରିଥିଲେ। ଆଜି ମହାରାଜ ରାବଣ ଦରବାର ରେ ମଂଚ ପରିଚାଳନା କରିଥିଲେ ଅନିରୁଦ୍ଧ ସାହୁ ।ରାବଣ ଦରବାରରେ ଅତିଥି ଭାବେ ଅତାବିରା ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ, ସଂକ୍ରିଡା ବିଜେପି ମଣ୍ଡଳ ସଭାପତି ଖିରେଶ ମହାକୁର, ଭେଡେନ ବ୍ଲକ ପୂର୍ବତନ ଅଧ୍ୟକ୍ଷ ତଥା ରେମଣ୍ଡା ପେକ୍ସ ସଭାପତି ଶିବପ୍ରସାଦ ଖମାରୀ, ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ, ସଂକ୍ରିଡା ପୂର୍ବତନ ସରପଞ୍ଚ ଭୀମସେନ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଏହି ସମୟରେ ବିଜେପି ବହୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ଶ୍ରୀମାନ ବିଧାୟକ ନିହାର ରଞ୍ଜନ ମହାନନ୍ଦ ରାଜ୍ୟ ସରକାରଙ୍କ ପକ୍ଷରୁ ହେଉ ଥିବା ଉନ୍ନୟନ କାର୍ଯ୍ୟ ବିଷୟରେ ଉଦବୋଧନ ଦେଇଥିଲେ ଓ ରେଂଗାଲିକ୍ଯାମ୍ପ ରୁ ବାଘପାଲି ରାସ୍ତା କାମ ଉଦଘାଟନ ହେବ ବୋଲି କହିଥିଲେ ଓ ରେଂଗାଲିକ୍ଯାମ୍ପ ରୁ କେନାଲ ଆରପଟ ରାସ୍ତା ମଧ୍ୟ ତିଆରି ହେବ ବୋଲି ସୂଚନା ଦେଇଥିଲେ। ରାବଣ ଦରବାର ରେ ଶିଶୁ କଳାକାର ଗ୍ରୁପ୍ ଡାନ୍ସ ବାଂଜୀପାଲି ଓ ପୂର୍ଣିମା ପୋଢ଼,ପିତା -ଜୀତେନ୍ଦ୍ର ପୋଢ କଂଝିଅ ଉଚ୍ଚ କୋଟୀର ହେଇଥିଲା ଅତିଥିମାନେ , ରାବଣ ମହାରାଜ ଉଚ୍ଚ ପ୍ରଶଂସା କରିଥିଲେ। ରାବଣ ଦରବାର ରେ କୁମ୍ଭ କର୍ଣ୍ଣ ନୀହତ, ଇନ୍ଦ୍ରଜିତ ନିହତ, ରାବଣ ମହାରାଜ କଂ ଶୋକ ଓ ରାବଣ ଯୁଦ୍ଧମଂ ଦେହି ଡାକରା ପରିଶେଷରେ ରାମବାଣ ରେ ରାବଣ ନିହତ ହୋଇଥିଲେ। ଏହା ଦେଖିବାକୁ ଶହଶହ ସଂଖ୍ୟାରେ ଜନସାଧାରଣ ଅପେକ୍ଷା କରି ରହିଥିଲେ।ରାମ ଭୂମିକାରେ ନଂଦ କିଶୋର ଠାକୁର (ଭଟଲି) ଲକ୍ଷ୍ମଣ ବିକାଶ ମେହେର( ଝିଲିମିଣ୍ଡା) , ରାବଣ ଭୂମିକାରେ ହିରାଲାଲ ବଢ଼େଇ (ମଗନ) ସମେତ ରାବଣ ଦରବାର ସମସ୍ତ କଳାକାର ମାନଙ୍କ ଅଭିନୟ ଉଚ୍ଚ କୋଟୀର ହେଉଥିବାରୁ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ। ପ୍ରତିଦିନ ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିମନ୍ତେ ଅନ୍ନ ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଏହି ମା ବାଉତି ଦେବୀକଂ ଖମ୍ବ ପ୍ରତିଷ୍ଠା ମହୋତ୍ସବ ରେ ଥୁଆପାଲି ମା ବାଉତି କ୍ଲବ ଓ ସମସ୍ତ ଗ୍ରାମବାସୀ ଉପସ୍ଥିତ ସହଯୋଗ କରିଥିଲେ।

