ଖଲ୍ଲିକୋଟ ହରିପୁର ଗ୍ରାମରେ ଯୁବକ କୁ ନିର୍ମମ ହତ୍ୟା, ହତ୍ୟାକାରୀ ଚମ୍ପଟ୍।ଖଲ୍ଲିକୋଟ ଥାନା ଅର୍ନ୍ତଗତ ହରିପୁର ଗ୍ରାମରେ ରବି ଦାସ ନାମକ ଜଣେ ଯୁବକ କୁ ତା’ର ନିଜ ଘର ଦାଣ୍ଡରେ ଖଣ୍ଡାରେ ହାଣି ହତ୍ୟା କରାଯାଇଛି ଓ ହତ୍ୟା ପରେ ତା’ର ଦୁଇ ପୁତୁରା ଓ ଅନ୍ୟ କିଛି ଯୁବକ ବୋମାମାଡ଼ କରି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡିଛି। ମୃତ ରବି ଦାସ ପୁର୍ବରୁ ଏକ ହତ୍ୟା ମାମଲା ରେ ଜେଲ୍ ଯାଇ ଏହି କିଛି ମାସ ହେଲା ଜାମିନରେ ଆସିଥିଲା।ମଦ ବ୍ୟବସାୟ ଓ ପୁର୍ବ ଶତୃତା କୁ ନେଇ ହତ୍ୟାକାଣ୍ଡ ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକ ଓ ପୋଲିସ ଠାରୁ ସୁଚନା ମିଳୁଛି। ହତ୍ୟା ଘଟଣାର ଖବର ପାଇ ଖଲ୍ଲିକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
Related Posts

ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ।
ଭି ଭି ଗିରି ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ। ଗଞ୍ଜାମ:ଡିସେମ୍ବର ୧୭ ଓ ୧୮ ତାରିଖ ଦୁଇଦିନ ଧରି ସ୍ଥାନୀୟ ଖଲିକୋଟ ଷ୍ଟାଡିୟମ୍…

ପାଣିରେ ବୁଡି ଛାତ୍ର ମୃତ
ପାଣିରେ ବୁଡି ଛାତ୍ର ମୃତ ନୂଆପଡା:(ଓମ ପ୍ରକାଶ ଚୌଧୁରୀ)ନୂଆପଡା ଜିଲ୍ଲା ଖଡ଼ିଆଳ ମିଶନ ସ୍ଥିତ ଅମର ରାୟଙ୍କ ସାନ ପୁଅ ପ୍ରଣବ ରାୟ (14) ଚହଲା ପାଣିରେ…

ବ୍ରହ୍ମପୁରର କୋଣ ଅନୁକୋଣରେ, ପ୍ରତ୍ୟେକ ସାହି ଓ ଗଳିରେ ସବୁ ବର୍ଗର ଲୋକ ସ୍ୱାଧୀନ ପ୍ରାର୍ଥୀ ଶିଵଶଙ୍କର ଦାଶ(ପିଣ୍ଟୁ )ଙ୍କୁ ବିପୁଳ ସମର୍ଥନ ଜଣାଇ ତାଙ୍କ ପ୍ରଚାରରେ ସାମିଲ ହେଉଥିବା ପରିଲକ୍ଷିତ ହେଉଛି।
ବ୍ରହ୍ମପୁରର କୋଣ ଅନୁକୋଣରେ, ପ୍ରତ୍ୟେକ ସାହି ଓ ଗଳିରେ ସବୁ ବର୍ଗର ଲୋକ ସ୍ୱାଧୀନ ପ୍ରାର୍ଥୀ ଶିଵଶଙ୍କର ଦାଶ(ପିଣ୍ଟୁ )ଙ୍କୁ ବିପୁଳ ସମର୍ଥନ ଜଣାଇ ତାଙ୍କ ପ୍ରଚାରରେ…